ଯାଜପୁର, ତା ୯.୧୨.୨୦୨୨ (ସନ୍ଧାନ ନିଉଜ) : ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ଦ୍ୱିବସୀୟ ଏସ୍ଡିଜି ତାଲିମ କାର୍ଯ୍ୟକ୍ରମ ଶୁକ୍ରବାର ସଂଧ୍ୟାରେ ଉଜ୍ଜାପିତ ହୋଇଚ୍ଥି । ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ କୁ ଦୃଷ୍ଟିରେ ରଖି ଜିଲ୍ଳାରେ ୩୧୧ ଗ୍ରାମ ପଂଚାୟତ ଓ ଦୁଇଟି ସହରାଂଚଳରେ କିଭଳି ବିକାଶର ସ୍ଥାନୀୟକରଣ କରାଯିବ ସେଥିପାଇଁ ପ୍ରଶିକ୍ଷଣର ଦ୍ୱିତୀୟ ଦିବସରେ ପ୍ରଶିକ୍ଷକମାନେ ୨ ଗୋଟି ଗ୍ରାମ ପଂଚାୟତ ଯଥା- ଯାଜପୁର ବ୍ଳ୍କର ମାଳଆନନ୍ଦପୁର ଓ କୋରାଇର ପଥରପଦା ପରିଦର୍ଶନ କରିଥିଲେ । ୨ ଗୋଟି ପ୍ରଶିକ୍ଷାର୍ଥୀ ଦଳ ୩ ଟି ବିଭାଗରେ ବିଭକ୍ତ ହୋଇ ଗୋଟିଏ ବିଭାଗ ସୁସ୍ଥ ଗ୍ରାମ ପଂଚାୟତ, ଆଉ ଗୋଟିଏ ଶିଶୁ ଅନୁକୁଳ ଗ୍ରାମ ପଂଚାୟତ ଓ ସ୍ୱଚ୍ଚ୍ଥ ସବୁଜ ଗ୍ରାମ ପଂଚାୟତ ବୁଲି ବିକାଶର ୧୭ ଗୋଟି ଲକ୍ଷ୍ୟ କିପରି କାର୍ଯ୍ୟକାରୀ କରାଯାଇପାରିବ ତାହା ଉପରେ ଲୋକ ମାନଙ୍କର ମତାମତ ଲୋଡିଥିଲେ । ଜନସାଧାରଣଙ୍କ ମତାମତକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରଶିକ୍ଷାର୍ଥୀମାନେ କାର୍ଯ୍ୟକ୍ରମର ଦ୍ୱିତାୟାର୍ଦ୍ଧରେ ସେମାନଙ୍କର ବାର୍ତା ଉପସ୍ଥାପନା କରିଥିଲେ । ଯୋଜନା ଓ ସଂଯୋଜନା ବିଭାଗ ତରପଂରୁ ସାମର୍ଥ୍ୟ ବିକାଶ ବିଶେଷଜ୍ଞ ସରୋଜ କୁମାର ଦାଶ ଆଗାମୀ ଦିନରେ ଯାଜପୁର ଜିଲ୍ଳା ନିରନ୍ତର ବିକାଶ ଲକ୍ଷ୍ୟକୁ ସାକାର କରିବା ପାଇଁ କେଊଁଭଳି କାର୍ଯ୍ୟକ୍ରମ ଗ୍ରହଣ କରିବ ସେଥିପାଇଁ ଏକ ବିସ୍ତାରିତ ଜିଲ୍ଳା ଖସଡା ପ୍ରସ୍ତୁତ କରିଥିଲେ । ଶ୍ରୀ ଦାଶଙ୍କ ଆହ୍ୱାନରେ ସମସ୍ତ ପ୍ରଶିକ୍ଷାର୍ଥୀ ସଂକଳ୍ପ ନେଇଥିଲେ କି, ଆଗାମୀ ବର୍ଷ ଠାରୁ ୨୦୩୦ ପାଇଁ ନିରନ୍ତର ବିକାଶର ଯେଊଁ ୧୭ ଲକ୍ଷ୍ୟ ରହିଚ୍ଥି ତାହା ପାଇଁ ସମସ୍ତେ ସଂକଳ୍ପବଦ୍ଧ ଓ ପ୍ରତିଶ୍ରୁତିବଦ୍ଧ ରହି ସମସ୍ତ ସରକାର ଓ ସମସ୍ତ ସମାଜ କାର୍ଯ୍ୟ କରିବେ । ପରିଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ତରପଂରୁ ଅଂଶ ଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଜିଲ୍ଳା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଯୋଜନା ଓ ସଂଯୋଜନା (ଡିପିଏମ୍ୟୁ) ବିଭାଗର ଉପନିର୍ଦ୍ଦେଶକ ଶ୍ରୀଧର ସେଠୀ, ଜିଲ୍ଳା ପରିଷଦର ପ୍ରୋଗ୍ରାମ ମ୍ୟାନେଜର ମଧୁମିତା ପୃଷ୍ଟି, ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ମାଷ୍ଟର ଟ୍ରେନର ଭାବେ ଦୀର୍ଘସ୍ଥାୟୀ (ଅର୍ଥନୈତିକ) ପ୍ରଦୀପ ପଣ୍ଡା, ଆନାଲିଷ୍ଟ ପ୍ରମୋଦ ମଲ୍ଳ୍କ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଡା. ମିଥୁନ କର୍ମକାର, ଷ୍ଟେଟ ଟ୍ରେନର ଭାନୁପ୍ରତାପ ପାଣିଗ୍ରାହୀ ପ୍ରମୁଖ ବୈଷୟିକ ତାଲିମ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ବିଭାଗୀୟ ଅଧିକାରୀ, ସରପଂଚ, ବି.ଡି.ଓ. ଏବଂ ବିଭିନ୍ନ ଏନ୍.ଜି.ଓ. ର କର୍ମକର୍ତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୋଜନା ଓ ସଂଯୋଜନା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ପରିଚାଳନା କରିଥିଲେ ।
ଜିଲ୍ଳା ସ୍ତରୀୟ ଏସ୍ଡିଜି ପ୍ରଶିକ୍ଷଣ ଶିବିର ଉଜ୍ଜାପିତ
|
December 9, 2022 |
![](https://sandhannews.com/wp-content/uploads/2022/12/IMG-20221209-WA0066.jpg)