ଯାଜପୁର, ତା ୨୫/୧୧/୨୦୨୨ (ସନ୍ଧାନ ନିଉଜ : ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପୁସ୍ତକ ମେଳା – ୨୦୨୨ ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ସମସ୍ତଙ୍କୁ ସ୍ୱାଗତ କରିବା ସହ କହିଲେ ଯେ, କୋଭିଡ କଟକଣା ଯୋଗୁ ବିଗତ ୨ ବର୍ଷ ହେଲା ପୁସ୍ତକ ମେଳା ଅନୁଷ୍ଠିତ ହୋଇପାରି ନ ଥଲା । ଚଳିତ ବର୍ଷ ଏହାକୁ ସର୍ବାଙ୍ଗ ସୁନ୍ଦର କରିବା ସହ ଅଧିକରୁ ଅଧିକ ଲେଖକ, ପାଠକ ଓ ଜନସାଧାରଣ ଏହି ମେଳାକୁ ଆସି ଏହାର ଭରପୁର ସୁଯୋଗ ନେଇପାରିବେ, ସେଥିପ୍ରତି ପୁସ୍ତକ ମେଳା କମିଟିର ସଦସ୍ୟ ଓ କର୍ମକର୍ତ୍ତା ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରିବେ । ଏହି ପୁସ୍ତକ ମେଳା ଆସନ୍ତା ଡିସେମ୍ୱର ୨୩ ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବା ସହ ସ୍ଥାନୀୟ ବାଳାଶ୍ରମ ପଡିଆରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ମେଳା ପରିସରରେ ୧୦୦ ଗୋଟି ଷ୍ଟଲ ତିଆରି କରାଯିବ, ଯେଉଁଥିରେ ପୁସ୍ତକ ବିକ୍ରେତା, ପ୍ରକାଶକ ଏବଂ ସରକାରୀ ଅନୁଷ୍ଠାନ ମାନଙ୍କର ଷ୍ଟଲ ଖୋଲା ରହିବ । ମେଳା ପରିସରରେ ଅସ୍ଥାୟୀ ପାଇଖାନା ରଖାଯିବା ସହ ଜନସ୍ୱାସ୍ଥ୍ୟ ବିଭାଗ ତରପଂରୁ ପାନୀୟ ଜଳର ବ୍ୟବସ୍ଥା କରାଯିବ । ପୈାର ପରିଷଦ ପକ୍ଷରୁ ପରିମଳ ବ୍ୟବସ୍ଥା ଏବଂ ନିରବଚ୍ଚ୍ଥିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଚ୍ଥି । ମେଳା ପରିସରରେ ଅଗ୍ନଶମ ବିଭାଗ ସଜାଗ କହିବା ସଂଗେ ସଂଗେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଅବଗତ କରାଯାଇଚ୍ଥି । ସ୍ୱାସ୍ଥ୍ୟ ବିଭାଗ ତରପଂରୁ ପ୍ରାଥମିକ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ର ଖୋଲାଯିବ । ସେହିପରି ବିଦ୍ୟାଳୟ ଓ ମହାବିଦ୍ୟାଳର ପ୍ରଧାନ ଶିକ୍ଷକ ଓ ଅଧ୍ୟକ୍ଷ ମାନଙ୍କୁ ନିଜ ନିଜ ଶିକ୍ଷାନୁଷ୍ଠାନ ପାଇଁ ପୁସ୍ତକ କ୍ରୟ କରିବାକୁ ଅନୁରୋଧ କରାଯିବ । ପ୍ରତ୍ୟେକ ଦିନ ସଂଧ୍ୟାରେ ପୁସ୍ତକ ମେଳା ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେବା ସହ ବିଭିନ୍ନ ପ୍ରତିଯୋଗିତା, କବି ସମ୍ମିଳନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଦୁଃଖବନ୍ଧୁ ନାୟକ, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଭାରପ୍ରାପ୍ତ ଥାନା ଅଧିକାରୀ ଅଜୟ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଲା ସଂସ୍ୃତି ଅଧିକାର ଦୁର୍ଯ୍ୟୋଧନ ମଲ୍ଲିକ, ଶିକ୍ଷା ସଂଯୋଜିକା ଜ୍ୟୋସ୍ନାମୟୀ ଧଳ, ପୂର୍ତ୍ତ ବିଭାଗ ଅଧିକାରୀ, ଅଗ୍ନିଶମ ବିଭାଗ ଅଧିକାରୀ, ପୈାର କର୍ମଚାରୀଙ୍କ ସମେତ ଯାଜପୁର ପୁସ୍ତକ ମେଳାର ସଭାପତି ସନ୍ତୋଷ କୁମାର ନନ୍ଦ ଏବଂ ସମ୍ପାଦକ କାହ୍ନୁ ଚରଣ ମିଶ୍ର ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଜିଲ୍ଲା ସ୍ତରୀୟ ପୁସ୍ତକ ମେଳା – ୨୦୨୨ ସଂପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
|
November 25, 2022 |



