ବରୀ ,୧୪/୨/୨୬ (ସନ୍ଧାନ ନ୍ୟୁଜ) : ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେରେ ଥିବା କଳାମାଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦୀରରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ। ଘଣ୍ଟା ଘଣ୍ଟା ଧରି ରୋଗୀ ଡାକ୍ତରଙ୍କୁ ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି। ଏପରିକି ଡାକ୍ତରଖାନାରେ ଫାର୍ମାସିଷ୍ଟ ବଦଳରେ ଜଣେ ସୁଇପର ରୋଗିଙ୍କୁ ମେଡିସିନ ଦେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନ ଓ ପି ଡି ସମୟ ରେ ଡାକ୍ତର, ଫାର୍ମାସିଷ୍ଟ, ଏବଂ ଏଲ ଟି ଅନୁପସ୍ଥିତ ରହିଥିଲେ। ଅସୁସ୍ଥ ହୋଇ ସ୍ବାସ୍ଥ୍ୟପରୀକ୍ଷା ପାଇଁ ଆସି ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ନିରାଶ ହୋଇ ଡାକ୍ତରଙ୍କୁ ଅପେକ୍ଷା କରିଥିଲେ। ଘଣ୍ଟାଏ ଅପେକ୍ଷା କରିବା ପାରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏ ଦିଗରେ ଅବଗତ କରାଇବା ପରେ କଳାମାଟିଆ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଅତି ତରବରିଆ ଭାବରେ ୪ .୧୦ ରେ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀ ଦେଖିଥିଲେ। ଯାହାକୁ ନେଇ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ବରୀ ବ୍ଳକ କଳାମାଟିଆ ପଞ୍ଚାୟତରେ ଥିବା କଳାମାଟିଆ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦୀରରେ ଅବ୍ୟବସ୍ଥା ଦୀର୍ଘ ଦିନ ଧରି ଲାଗି ରହିଛି। ସକାଳ ଓ ପି ଡି ସମୟରେ ଡାକ୍ତର, ଫାର୍ମାସିଷ୍ଟ, ନର୍ସମାନେ ପାଳିରେ ଆସିବା ସହ ଅପରାହ୍ନ ସମୟରେ କେହି ଆସନ୍ତି ନାହିଁ ବୋଲି ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀ ତାଙ୍କ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା କଳାମାଟିଆ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସକାଳ ଓପିଡି ସାରି ଡାକ୍ତର ଫାର୍ମାସିଷ୍ଟ ମାନେ ଘରକୁ ପଳାଉଥିବା ବେଳେ ଅପରାହ୍ନରେ କେବଳ ନର୍ସ ଆଉ ଆଟେନାଣ୍ଟଙ୍କ ଦ୍ବାରା ସ୍ୱାସ୍ଥ୍ୟସେବା ଦିଆଯାଉଥିବା ବେଳେ ସୁଇପର୍ ମେଡିସିନ ଦେଉଥିବା ଦେଖିବାକୁ ମିଳିଛି। ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ସବୁଦିନ ଅପରାହ୍ନରେ ଡାକ୍ତର କି ଫାର୍ମାସିଷ୍ଟ ଆସୁନଥିବା ବେଳେ ଲୋକମାନେ ଆସି ଡାକ୍ତରଙ୍କୁ ନ ପାଇ ନିରାଶ ହୋଇ ଫେରୁଛନ୍ତି ବୋଲି ଆସିଥିବା ରୋଗୀ ମାନେ ପ୍ରକାଶ କରଛନ୍ତି। ସୂଚନା ଥାଉ କି ଗତ ସପ୍ତାହରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଚାନକ ଗସ୍ତକରି ଡାକ୍ତର ମାନେ ଡିୟୁଟିରେ ଠକୁଥିବା ଅଭିଯୋଗକୁ ସତ ବୋଲି ସ୍ଵୀକାର କରିବା ସହ ତାଗିଦ୍ କରି ଫେରିଥିଲେ ମାତ୍ର ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀଙ୍କ ତାଗିଦକୁ ଖୋଦ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରି ଡାକ୍ତର ସବ୍ୟସାଚୀ ଦାସ ଏଵଂ ଅନ୍ୟ ଡାକ୍ତର ମାନେ ପାଦରେ ଆଡେଇ ଦେଉଥିବା ସହ ଡାକ୍ତର ମାନେ ପୂର୍ବ ପରି ପାଳିକରି ଡିୟୁଟି କରୁଛନ୍ତି
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତାଗିଦକୁ ଵେଖାତିର୍ : ସଫେଇ କର୍ମଚାରୀ ଦେଉଛନ୍ତି ଔଷଧ
|
February 14, 2026 |



