ଜାଲ କଳା ପ୍ରମାଣପତ୍ର ଦେଲେ କାର୍ଯ୍ୟାନୁଷ୍ଠାନ

Spread the love

ଯାଜପୁର, ୩୦/୦୯/୨୦୨୧ (ସନ୍ଧାନ ନିଉଜ) : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ କଳାକାର ମାନେ ଆବେଦନ କରୁଥିବା ବେଳେ କେତେକ ଅଣକଳାକାର ନକଲି କଳା ପ୍ରମାଣପତ୍ର ସଂଗ୍ରହ କରି ଆବେଦନ କରୁଥିବା ସଂପର୍କରେ ନିଦେ୍ର୍ଦଶକ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ପାଖରେ ସୂଚନା ପହଞ୍ଚିଚ୍ଥି । ଏ ସଂପର୍କରେ ନିଦେ୍ର୍ଦଶକ ରଂଜନ କୁମାର ଦାସ ସ୍ପଷ୍ଟ କରିଦେଇଚ୍ଥନ୍ତି କଳାକାର ସହାୟତା କେବଳ କଳାକାର ମାନଙ୍କ ସହାୟତା ପାଇଁ । ଏଥିରେ ଅଣକଳାକାରଙ୍କର ଦଖଲ ଗ୍ରହଣୀୟ ନୁହେଁ । ଯଦି ନକଲି ପ୍ରମାଣ ପତ୍ର ସଂପର୍କରେ ସୂଚନା ମିଳୁଚ୍ଥି ତେବେ ତାହାର କଡାକଡି ଯାଞ୍ଚ ସହ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ପେଂ÷ାଜଦାରୀ ମାମଲା ରୁଜୁ କରିବାକୁ କଡା ନିଦେ୍ର୍ଦଶ ଦେଇଚ୍ଥନ୍ତି । ନିୟମାବଳୀ ଅନୁସାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ ପୁରୁଷ କଳାକାରଙ୍କ କ୍ଷେତ୍ରରେ ବୟସ ସୀମା ୫୦ ବା ତଦୁର୍ଦ୍ଧ ରହିଥିବା ବେଳେ ମହିଳା କଳାକାର ମାନଙ୍କ କ୍ଷେତ୍ରରେ ବୟସ ସୀମା ୪୦ ବା ତଦୁର୍ଦ୍ଧ ରଖାଯାଇଚ୍ଥି । ଗ୍ରାମାଞ୍ଚଳର କଳାକାରଙ୍କର ବାର୍ଷିକ ଆୟ ୫୦ ହଜାର ଓ ସହରାଞ୍ଚଳରେ ବାସ କରୁଥିବା କଳାକାରଙ୍କ ବାର୍ଷିକ ଆୟ ୬୦ ହଜାର ରଖାଯାଇଚ୍ଥି । ଆବାସ ପ୍ରମାଣପତ୍ର, କଳାକାର ପ୍ରମାଣପତ୍ର, ଆଧାରର ନକଲ, ବୟସ ପ୍ରମାଣପତ୍ର ଇତ୍ୟାଦି ସହ ପୂର୍ଣ୍ଣାଙ୍ଗ ଭାବେ ପୁରଣ ହୋଇଥିବା ଆବେଦନ ପତ୍ର ଯୋଗାଯୋଗ ନମ୍ୱର ସହ ଆବେଦନକାରୀ ଜିଲ୍ଳ୍ା ସଂସ୍କୃତି କାର୍ଯ୍ୟାଳୟରେ ଚଳିତ ବର୍ଷ ଅକ୍ଟୋବର ମାସ ୩୦ ତାରିଖ ସୁଦ୍ଧା ଦାଖଲ କରିବା ବିଧେୟ । ଅପର ପକ୍ଷରେ ନିୟମାବଳୀ ଅନୁସାରେ ଆବେଦନ ପଂର୍ମ ଗୁଡିକର ଯାଞ୍ଚ ପରେ ଯୋଗ୍ୟ କଳାକାର ମାନଙ୍କର ଅଡିସନ ବା ଦକ୍ଷତା ପରୀକ୍ଷା କରାଯିବ । ପରେ ଅଡିସନରେ ସପଂଳ ହୋଇଥିବା କଳାକାର ମାନଙ୍କ ସର୍ବୋଚ୍ଚ ବୟସ ଆଧାରରେ ଚୟନ କରାଯିବ । ଏହି ଚୟନ କମିଟିରେ ଜିଲ୍ଳ୍ାପାଳ, ଅତିରିକ୍ତ ଜିଲ୍ଳ୍ାପାଳ, ସୂଚନା ଓ ଲୋକ ସଂପର୍କ ଅଧିକାରୀ, ପ୍ରତ୍ୟେକ ବ୍ଳ୍କର ବି.ଡି.ଓ. , ପୈାର ନିର୍ବାହୀ ଅଧିକାରୀ ରହିଚ୍ଥନ୍ତି । ଜିଲ୍ଳ୍ା ସଂସ୍କୃତି ଅଧିକାରୀ କମିଟିର ସଦସ୍ୟ ଆବାହକ ରହିଚ୍ଥନ୍ତି । ତେଣୁ ଆଗ୍ରହୀ କଳାକାର ମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଊପଯୁକ୍ତ କାଗଜାଦିପତ୍ର ସହ ଆବେଦନ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ଅନୁରୋଧ କରାଯାଇଚ୍ଥି ।

Related Posts

About The Author

Add Comment