ଭୁବନେଶ୍ୱର ୨୯/୦୬ (ସନ୍ଧାନ ନିଉଜ) ରାଜ୍ୟରେ ଆଉ ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୯ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗଞ୍ଜାମ ଜିଲ୍ଲାରୁ କରୋନା ନେଲା ପୁଣି ୨ ମୁଣ୍ଡ। ଆଜି ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ଆଉ ଦୁଇ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ତେବେ ଜିଲ୍ଲାରେ ମୋଟ ମୃତକଙ୍କ ସଂଖ୍ୟା ୧୨ ରେ ପହଁଚିଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୬୭ ହୋଇଛି ଏବଂ ଆଜି ୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ୮୯୨ ଜଣ ଆରୋଗ୍ୟ ହୋଇଥିବା ବେଳେ ୪୬୩ ବର୍ତ୍ତମାନ ସକ୍ରୀୟ ଅଛନ୍ତି।
ଏହା ସହ ରାଜ୍ୟରେ ମୋଟ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୩ ହୋଇଥିବା ବେଳେ ଅନ୍ୟ କରାଣରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାଶ୍ୟ ବିଭାଗ ସୂଚନା ଦେଇଛି।
ଚିହ୍ନଟ ନୂଆ ୨୪୫ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୩୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ନୂଆ ୨୪୫ ଆକ୍ରାନ୍ତଙ୍କ ମଧ୍ୟରୁ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
୧- ବାଲେଶ୍ୱର ଜିଲ୍ଲାରୁ – ୨
୨- ବରଗଡ଼ ଜିଲ୍ଲାରୁ – ୧୦
୩- ଭଦ୍ରକ ଜିଲ୍ଲାରୁ – ୨
୪- କଟକ ଜିଲ୍ଲାରୁ – ୭
୫- ଢେଙ୍କାନାଳ ଜିଲ୍ଲାରୁ – ୩
୬- ଗଜପତି ଜିଲ୍ଲାରୁ – ୭
୭- ଗଞ୍ଜାମ ଜିଲ୍ଲାରୁ – ୯୬
୮- ଜଗତସିଂହପୁର ଜିଲ୍ଲାରୁ – ୯
୯- ଯାଜପୁର ଜିଲ୍ଲାରୁ – ୪୦
୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୧
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮
୧୨- କେନ୍ଦୁଝର ଜିଲ୍ଲାରୁ – ୭
୧୩- ଖୋର୍ଦ୍ଦା ଜିଲ୍ଲାରୁ – ୨୮
୧୪- ମୟୁରଭଞ୍ଜ ଜିଲ୍ଲାରୁ – ୫
୧୫- ନବରଙ୍ଗପୁର ଜିଲ୍ଲାରେ: ୭
୧୬- ନୟାଗଡ଼ ଜିଲ୍ଲାରୁ – ୩
୧୭- ରାୟଗଡ଼ା ଜିଲ୍ଲାରୁ – ୧
୧୮- ସୋନପୁର ଜିଲ୍ଲାରୁ – ୧
୧୯- ସୁନ୍ଦରଗଡ଼ ଜିଲ୍ଲାରୁ : ୬
୨୦- – NDRF କର୍ମଚାରୀ (ଯେଉଁମାନେ ଅମ୍ଫାନ୍ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଆସିଥିଲେ )/ ODRAF: ୦୨
ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ ହୋଇଛି।
ଆଜି ୨୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ କୁ ବୃଦ୍ଧି ପାଇଛି।
କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୧୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୧ ଜଣ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ କୁ ବୃଦ୍ଧି ପାଇଛି। ୪୪୩୨ ଜଣ ସୁସ୍ଥ ହୋଇଛନ୍ତି।
ତେବେ ରାଜ୍ୟରେ ମୋଟ ଟେଷ୍ଟ ୨୬୦୪୨୮ ହୋଇଛି। କରୋନା କାରଣରୁ ୨୩ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ୨୦୮୬ ଜଣ ସକ୍ରୀୟ ଅଛନ୍ତି ଏବଂ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଜିଲ୍ଲାୱାରୀ ତଥ୍ୟ –
ଅନୁଗୁଳ ଜିଲ୍ଲାରେ ୬୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୯ ଜଣ ସକ୍ରୀୟ ଅଛନ୍ତି।
ବାଲେଶ୍ୱର ଜିଲ୍ଲାରେ ୩୪୬ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୭୭ [+୨] ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୬୮ ଜଣ ସକ୍ରୀୟ ଅଛନ୍ତି। ୦ ଜଣଙ୍କର ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ବରଗଡ଼ ଜିଲ୍ଲାରେ ୯୭ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୪୬ [+୧୦] ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣ ସକ୍ରୀୟ ଅଛନ୍ତି। ୧ ଜଣଙ୍କର ମୃତ୍ୟୁ ହୋଇଛି।
ଭଦ୍ରକ ଜିଲ୍ଲାରେ ୨୨୮ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩୦ [+୨] ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୯୮ ଜଣ ସକ୍ରୀୟ ଅଛନ୍ତି।
ବଲାଙ୍ଗୀର ଜିଲ୍ଲାରେ ୧୬୭ ଜଣ ସଂକ୍ରମିତ ହୋଇଥିବା ବେଳେ ୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୮ ଜଣ ସକ୍ରୀୟ ଅଛନ୍ତି।
ବୌଦ୍ଦ ଜିଲ୍ଲାରେ ୪୧ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦ ଜଣ ସକ୍ରୀୟ ଅଛନ୍ତି।
କଟକ ଜିଲ୍ଲାରେ ୫୫୭ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୧ [+୮] ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୩୧ ଜଣ ସକ୍ରୀୟ ଅଛନ୍ତି। ୪ ଜଣଙ୍କର ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ଦେବଗଡ଼ ଜିଲ୍ଲାରେ ୪୨ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦ ଜଣ ସକ୍ରୀୟ ଅଛନ୍ତି।
ଢେଙ୍କାନାଳ ଜିଲ୍ଲାରେ ୭୬ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩ [+୩] ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୩ ଜଣ ସକ୍ରୀୟ ଅଛନ୍ତି।
ଗଜପତିଜିଲ୍ଲାରେ ୪୩୫ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୩୦୨ [+୭] ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୩ ଜଣ ସକ୍ରୀୟ ଅଛନ୍ତି।
ଗଞ୍ଜାମ ଜିଲ୍ଲାରେ ୧, ୩୬୭ [+୯୬] ଜଣ ସଂକ୍ରମିତ ହୋଇଥିବା ବେଳେ ୪୬୩ [+୯୪] ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୯୨ ଜଣ ସକ୍ରୀୟ ଅଛନ୍ତି। ୧୨ [+୨] ଜଣଙ୍କର ମୃତ୍ୟୁ ହୋଇଛି।
ଜଗତସିଂହପୁର ଜିଲ୍ଲାରେ ୨୮୧ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୨ [+୯] ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୯ ଜଣ ସକ୍ରୀୟ ଅଛନ୍ତି।
ଯାଜପୁର ଜିଲ୍ଲାରେ ୪୮୬ [+୪୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୫ [+୪୦] ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫୧ ଜଣ ସକ୍ରୀୟ ଅଛନ୍ତି।
ଝାରସୁଗୁଡ଼ା ଜିଲ୍ଲାରେ ୧୦୦ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୭୧ [+୨] ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯ ଜଣ ସକ୍ରୀୟ ଅଛନ୍ତି।
କଳାହାଣ୍ଡି ଜିଲ୍ଲାରେ ୭୧ ଜଣ ସଂକ୍ରମିତ ହୋଇଥିବା ବେଳେ ୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୩ ଜଣ ସକ୍ରୀୟ ଅଛନ୍ତି।
କନ୍ଧମାଳ ଜିଲ୍ଲାରେ ୧୭୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୮ ଜଣ ସକ୍ରୀୟ ଅଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲାରେ ୨୪୩ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୪୧ [+୮] ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୨ ଜଣ ସକ୍ରୀୟ ଅଛନ୍ତି।
କେନ୍ଦୁଝର ଜିଲ୍ଲାରେ ୧୩୯ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୫୯ [+୭] ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୦ ଜଣ ସକ୍ରୀୟ ଅଛନ୍ତି।
ଖୋର୍ଦ୍ଦା ଜିଲ୍ଲାରେ ୮୧୪ [+୨୮] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୪ [+୨୮] ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୭୩ ଜଣ ସକ୍ରୀୟ ଅଛନ୍ତି। ୫ ଜଣଙ୍କର ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
କୋରାପୁଟ ଜିଲ୍ଲାରେ ୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭ ଜଣ ସକ୍ରୀୟ ଅଛନ୍ତି।
ମାଲକାନଗିରି ରେ ୬୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୮ ଜଣ ସକ୍ରୀୟ ଅଛନ୍ତି।
ମୟୁରଭଞ୍ଜ ଜିଲ୍ଲାରେ ୨୦୧ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୭୬ [+୫] ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୪ ଜଣ ସକ୍ରୀୟ ଅଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ନବରଙ୍ଗପୁର ଜିଲ୍ଲାରେ ୪୨ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୩୩ [+୭] ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣ ସକ୍ରୀୟ ଅଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ନୟାଗଡ଼ ଜିଲ୍ଲାରେ ୧୪୩ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୯ [+୩] ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୪ ଜଣ ସକ୍ରୀୟ ଅଛନ୍ତି।
ନୂଆପଡ଼ା ଜିଲ୍ଲାରେ ୮୨ ଜଣ ସଂକ୍ରମିତ ହୋଇଥିବା ବେଳେ ୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୮ ଜଣ ସକ୍ରୀୟ ଅଛନ୍ତି।
ପୁରୀ ଜିଲ୍ଲାରେ ୨୫୫ ଜଣ ସଂକ୍ରମିତ ହୋଇଥିବା ବେଳେ ୪୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୦ ଜଣ ସକ୍ରୀୟ ଅଛନ୍ତି। ୧ ଜଣଙ୍କର ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।
ରାୟଗଡ଼ା ଜିଲ୍ଲାରେ ୩୯ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭ [+୧] ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ଜଣ ସକ୍ରୀୟ ଅଛନ୍ତି।
ସମ୍ବଲପୁର ଜିଲ୍ଲାରେ ୫୦ ଜଣ ସଂକ୍ରମିତ ହୋଇଥିବା ବେଳେ ୨୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪ ଜଣ ସକ୍ରୀୟ ଅଛନ୍ତି।
ସୋନପୁର ଜିଲ୍ଲାରେ ୩୬ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧ [+୧] ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫ ଜଣ ସକ୍ରୀୟ ଅଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାରେ ୧୯୧ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୪୫ [+୬] ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୬ ଜଣ ସକ୍ରୀୟ ଅଛନ୍ତି।
Source- odiapua



