ଯାଜପୁର ସଦର,୦୮/୦୯/୨୦୧୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ଗୋଚର ଜମିକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ଜବର ଦଖଲ କରି ରଖିଥିବା ବେଳେ, ଏନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବା ସହିତ ରସୁଲପୁର ତହସିଲଦାରଙ୍କୁ ଅବଗତ କରାଇଥିଲେ । ଘଟଣାରୁ ପ୍ରକାଶ ଯେ, ରସୁଲପୁର ବ୍ଲକ୍ ଅନ୍ତର୍ଗତ ଗନ୍ଧଣ ପଂଚାୟତର ଏକତଳା ଗ୍ରାମବାସୀ ମାନେ ଗୋଚର ଜମିରୁ ଜବର ଦଖଲ ହଟାଇବାକୁ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରାଇଥିଲେ । ଏସମ୍ପର୍କରେ ପଦକ୍ଷେପ ନେବାପାଇଁ ରସୁଲପୁର ତହସିଲଦାର, ଯାଜପୁର ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, କୋରେଇ ବିଧାୟକ ଏବଂ ରାଜସ୍ୱ ମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରାଯାଇ ଅଛି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ସାମ୍ବାଦିକ ସମ୍ମିଳନୀରେ ଗ୍ରାମବାସୀଙ୍କ ପକ୍ଷରୁ ଜବର ଦଖଲ କରାଯାଇଥିବା ଗୋଚର ଜମିକୁ ଫେରସ୍ତ କରାଯିବା ପାଇଁ ଖାତା ନଂ- ୩୭୮, ପ୍ଲଟ୍ ନଂ- ୬୮୨, ୬ଏକର ଗୋଚର ଜମି ଏହି ଗ୍ରାମରେ ରହିôତବା ବେଳେ, ୨୫୦ ପରିବାର ଏବଂ ଦେଢ଼ ହଜାରରୁ ଉର୍ଦ୍ଧ ଜନ ସାଧାରଣ ଏବଂ ୩ଶହରୁ ଉର୍ଦ୍ଧ ଗୋରୁ ଚରିବା ପାଇଁ ନିର୍ଭର କରନ୍ତି । କିନ୍ତୁ ଏହି ୬ ଏକର ଜମିକୁ କେତେକ ବ୍ୟକ୍ତି ଜବର ଦଖଲରେ ରଖିଥିବାରୁ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାହା ଫଳରେ ଜଣେ ବ୍ୟକ୍ତି ଶତାଧିକ ଚାରା ରୋପଣ କରି ଜାଲ ବୁଲାଇଥିବା ବେଳେ, ଅନ୍ୟ ଲୋକମାନେ ଘର ଗୁହାଳ କରିଥିବା ବେଳେ, ପାଇଖାନା ନିର୍ମାଣ କରିଛନ୍ତି । ଏହି ଜମି ଉପରେ ଗୋରୁ ଗାଈ ଚରିବାକୁ ଅସୁବିଧା ହେଉଚି । ଚାଷ କ୍ଷେତକୁ ଯିବା ଆସିବା ପାଇଁ ବହୁ ଅସୁବିଧା ହେଉଅଛି । ଏହି ଘଟଣାକୁ ନେଇ ରସୁଲପୁର ତହସିଲଦାରଙ୍କ ନିକଟରେ ଅଭିଯୋଗ କରାଯିବା ପରେ ଅଭିଯୋଗକୁ ଭିତ୍ତିକରି ୩୮/୨୧ ରେ ଜବର ଦଖଲକାରୀ ମାନଙ୍କୁ ରସୁଲପୁର ତହସିଲ ପକ୍ଷରୁ ନୋଟିସ କରାଯାଇଥିଲା । ଏହାପରେ ସେମାନେ ନିଜ ଦୋଷକୁ ଘୋଡ଼ାଇବା ପାଇଁ ଏସୁବ କାର୍ଯ୍ୟ ଗାଁ ଲୋକଙ୍କ ସମର୍ଥନରେ ହୋଇଚି ବୋଲି ଦର୍ଶାଇଛନ୍ତି । ଏଣୁ ଏଦିଗରେ ପ୍ରଶାସନ ପଦକ୍ଷେପ ନେବାପାଇଁ ଗ୍ରାମର ଗ୍ରାମବାସୀମାନେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ଗ୍ରାମରୁ କ୍ଷୀରୋଦ ମଲିକ, କାର୍ତ୍ତିକ ମହାରଣା, ପ୍ରଭାକର ମଲିକ, ପବିତ୍ର ମଲିକ, ପ୍ରଶାନ୍ତ ମଲିକ, ଗୌତ୍ତମ ମଲିଲ, ଅର୍ଚ୍ଚନା ମଲିକ, କାଶିନାଥ ବାରିକ, ରମେଶ ସାହୁ, ଦିପୁ ସାହୁ ଏହି ଗ୍ରାମର ଶତାଧିକ ଗ୍ରାମବାସୀ ଏହ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ଏହି ଘଟଣାକୁ ପ୍ରଶାସନ ଅନଦେଖା କଲେ ଉଚ୍ଚ ନ୍ୟାୟଳୟର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଘଟଣା ସଂମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଜଣେ ଜବର ଦଖଲକାରୀ ସୂଚନା ଦେଇଛନ୍ତି । ସିଏ ଯେତେ ବେଳେ, ଏଠାରେ ଗଛ ଲଗାଇଲେ ତାଙ୍କୁ କେହି ବିରୋଧ କରିନଥିବା କହିଛନ୍ତି । ଏନେଇ ତସହିଲ ପକ୍ଷରୁ ନୋଟିସ କରାଯାଇଥିଲା ବୋଲି କହିବା ସହିତ କେତେ ଜଣ ତାଙ୍କୁ ବିରୋଧ କରିବା ପଛରେ ଏଭଳି କରୁଛନ୍ତି ବୋଲି ସେ ପାଲଟା ଅଭିଯୋଗ କରିବେ ବୋଲି କହିଛନ୍ତି ।
ତାଜା ଖବର
- କନାକୁଣ୍ଡରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର
- ବଡଚଣାରେ ବିଧାୟକ ଅମର କୁମାର ନାୟକ ପ୍ରଧାନ ମନ୍ତ୍ରୀଙ୍କ ଜନ୍ମଉତ୍ସବରେ ମହାବିନାୟକ ନିକଟରେ ଦୀପ ଦାନ କରିଲେ,
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ମୁହାଁମୁହିଁ ବାଇକ୍ ଧକ୍କା; ୨ମୃତ୍ୟୁ ୨ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର
- ତଲସରା ଡ୍ୟାମ ରେ ପଡି ବ୍ୟକ୍ତି ଙ୍କ ମୃତ୍ୟୁ
- ଭଦ୍ରକ ଜିଲ୍ଲା ର ଏଡ ତାଳ ର ଷାଠିଏ ବର୍ଷ ର ଗଣେଶ ପୂଜା ସମ୍ପନ୍ନ
- ମେଡିଏସନ୍ ଫର୍ ନେସନ୍ ୩.୦’ ଅଭିଯାନ ଆରମ୍ଭ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- *ଯାଜପୁର ଜିଲ୍ଲାରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ‘ସେବା ସଂକଳ୍ପ ଅଭିଯାନ’*
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ


