ସୁନ୍ଦରଗଡ ତା:୨୩/୮/୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ ) ଆଜି ସକାଳ ଭୋର ୫ଟା ସମୟରେ ତିନି ଜଣ ମୁଖା ପିନ୍ଧିଥିବା ଯୁବକ ପିସ୍ତଲ ଦେଖାଇ ଜଣେ ପ୍ଲାଷ୍ଟିକ ବେପାରୀଙ୍କ ଠାରୁ ୩୫୦୦ ଟଙ୍କା ସମେତ ଏକ ମୋବାଇଲ ଫୋନ ଲୁଟି ନେବା ଅଭିଯୋଗ ହୋଇଛି ।
ତଲସରା ଥାନା ଅନ୍ତର୍ଗତ ସବଡେଗା ବାଂକୋପଡାର ତାଜମୁ (୩୦)ବର୍ଷ ପ୍ରତିଦିନ ପରି ତାଙ୍କ ଟିଭିଏସ ଗାଡ଼ିରେ ବାସନ ଓ ପ୍ଲାଷ୍ଟିକ ସାମଗ୍ରୀ ଧରି ବିକ୍ରି କରିବାକୁ ବାହାରି ଥିଲା କିନ୍ତୁ ତାଙ୍କୁ ଭୂଖନପଡା ବ୍ରିଜ ଠାରେ ତିନିଜଣ ମୁଖପିନ୍ଧା ଯୁବକ ନମ୍ବର ବିହୀନ ବାଇକରେ ଆସି ପିସ୍ତଲ ଦେଖାଇ ୩୫୦୦ଟଙ୍କା ସମେତ ତାଙ୍କ ପାଖରେ ଥିବା ମୋବାଇଲକୁ ଲୁଟି ନେଇଛନ୍ତି । ତଲସରା ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ।
ଜଣେ ପ୍ଲାଷ୍ଟିକ ବେପାରୀଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ, ଥାନାରେ ଅଭିଯୋଗ
|
August 24, 2021 |
