ଜଗତଜନନୀ ମାଁ ଦୁର୍ଗାଙ୍କର ପୂଜାର୍ଚ୍ଚନା ନିରାଡମ୍ବର ଭାବରେ ପାଳିତ ହେଉଛି

Spread the love

ସମ୍ବଲପୁର ତା: ୧୪.୧୦.୨୦୨୧ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା ) ସମ୍ବଲପୁର ସହରରେ ଅନେକ ଜାଗାରେ ଜଗତ ଜନନୀ ମା ଦୁର୍ଗାଙ୍କର ପୂଜାର୍ଚ୍ଚନା ନିରାଡମ୍ବର ଭାବରେ ପାଳିତ ହେଉଅଛି। ଏବର୍ଷ କରୋନା କଟକଣା ଯୋଗୁଁ ଏତେଟା ଉତ୍ସାହ ଦେଖିବାକୁ ମିଳିନି । ସହରରେ ଥିବା ବହୁ ପୁରାତନ ଅନୁଷ୍ଠାନ ପକ୍ଷରୁ ସରକାରଙ୍କର ଆଦେଶ ଯୋଗୁଁ ସେତେଟା ଆଗ୍ରହ ପ୍ରକାଶ କରି ନାହାନ୍ତି। ସହରରେ ଥିବା ବୁଢାରଜା, ଗୋବିନ୍ଦତୋଲା, ଧନୂପାଲି, ସିନ୍ଦୁରପଙ୍କ,ମାନେଶ୍ଵର ପୂଜା କମିଟି ପକ୍ଷରୁ କରୋନା ଗାଇଡ଼ଲାଇନ ମାନି ଏତେଟା ସାଜସଜ୍ଜା ଦେଖିବାକୁ ମିଳିନାହିଁ। ଲୋକମାନେ ଭିଡ଼ ନକରି ମା’ଙ୍କର ପୂଜା ଅର୍ଚ୍ଚନା କରିବା ପାଇଁ ଅନୁମତି ଦିଆଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରାଯାଇଛି।

Related Posts

About The Author

Add Comment