ଚୋରା ମାଙ୍କଡ଼ା ଚାଲାଣ ପାଇଁ ଚାଲିଗଲା ନିରୀହ ଜୀବନ

Spread the love
ଯାଜପୁର, ୨୬/୦୬ (ସନ୍ଧାନ ନିଉଜ)  ପୁଣି ମାତିଲେ ମାଙ୍କଡ଼ା ମାଫିଆ, ବିଜେଡି ନେତାଙ୍କ ଗାଡ଼ି ତଳେ ଚାପି ହୋଇ ଚାଲିଗଲା ନିରୀହ ଜୀଵନ। ମାଙ୍କଡ଼ା ମାଫିଆ ସାଜିଲେ ବିଜେଡି ନେତା ଓ କର୍ମୀ। ସ୍ଥାନୀୟ  ପ୍ରଶାସନ ଚୁପ। ମାଫିଆଙ୍କ କବ୍ଜାରେ ପଶ୍ଚିମ ବଡ଼ଚଣାର ମାଙ୍କଡ଼ା ଖାଦାନ। ମୃତକଙ୍କୁ ନ୍ୟାୟ ଦାବିରେ ଘଟଣା ସ୍ଥଳରେ ପହଞ୍ଚିଲେ ବଡ଼ଚଣା ବିଜେପି ନେତା ତଥା ରାଜ୍ୟ ବିଜେପି ସମ୍ପାଦନା ଅମର ନାୟକ।
ବନ୍ଦ ହେବାର ନା ନେଉନି ଚୋରା ମାଙ୍କଡ଼ା ଚାଲାଣ, ମାଫିଆଙ୍କ ଆଡ୍ଡା ସାଜିଛି  ଯାଜପୁର ଜିଲ୍ଲା ପଶ୍ଚିମ ବଡ଼ଚଣା। ଲୁଟ ହେଉଥିବା ମାଙ୍କଡ଼ା ପଥର ଚୋରାଚାଲାଣ ର କେନ୍ଦ୍ର ସ୍ଥଳି ସାଜିଛି ପଶ୍ଚିମ ବଡ଼ଚଣା। ଗତକାଲି ବିଳମ୍ବିତ ରାତ୍ରରେ ଏକ ଚୋରା ମାଙ୍କଡ଼ା ବୋଝେଇ ଟ୍ରକ ଭାରସାମ୍ୟ ହରାଇ କାଇମାଟିଆ ଠାରେ ରାସ୍ତା ତଳକୁ ଖସିପଡିଥିଲା। ଘଟଣା ସ୍ଥଳରେ ଟ୍ରକରେ ଥିବା ଜଣେ ଶ୍ରମିକ ଟ୍ରକ ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି। ଦୃଘଟଣା ଘଟାଇଥିବା ଟ୍ରକର ଚାଳକ ଗାଡ଼ିକୁ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଛି। ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏବଂ ରାଜ୍ୟ ବିଜେପି ସମ୍ପାଦନା ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପାଇଁ ନ୍ୟାୟ ସହିତ କ୍ଷତି ପୁରଣ ଦାବି କରିବା ସହ ମାଙ୍କଡ଼ା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଶାସନ କୁ ଅଭିଯୋଗ କରିଛନ୍ତି। ଏହା ସହିତ ମାଙ୍କଡ଼ା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଏବଂ ଏହା ସ୍ଥାନୀୟ ପୋଲିସ ଓ ତହସିଲଦାର ଙ୍କ ମଧୁଚନ୍ଦ୍ରିକା ଲାଗି ଏଭଳି ଘଟଣା ଦୀର୍ଘ ଦିନ ଧରି ଚାଲିଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଶୁଣନ୍ତୁ କଣ କହୁଛନ୍ତି ସ୍ଥାନୀୟ ଜନସାଧାରଣ ଓ ବିଜେପି ନେତା।
ଘଟଣା ଘଟିଥିବା ଗାଡ଼ିଟିର ନମ୍ବର OR04D 6798 ସରସ୍ବତୀ ପ୍ରଧାନଙ୍କ ନାମରେ ଥିବା ବେଳେ ତାଙ୍କ ସ୍ୱାମୀ ପ୍ରତିତପାବନ ପ୍ରଧାନ ହେଉଛନ୍ତି ବିଜୁ ଯୁବ ବାହିନୀର ସଭାପତି ଓ ଜଣେ ସକ୍ରିୟ ବିଜେଡ଼ି ନେତା ବୋଲି ଯାହା  ଏହି ସବୁ ଫୋଟ ପ୍ରମାଣ କରୁଛି। ଏପରିକି ଆମ ଖବର ପ୍ରକାଶ ପାଇବା ପରେ ବଡ଼ଚଣାର କେତେ ଜଣ ମାଫିଆ ମାଙ୍କଡ଼ା ଚୋରାଚାଲାଣ ବନ୍ଦ କରିଥିବା ବେଳେ ଆଉ ଜଣେ ମାଙ୍କଡ଼ା ମାଫିଆ ହେଉଛନ୍ତି ବିଜୟା ନନ୍ଦ ପଣ୍ଡା (ଟେରାନା) ଯାହାକି ପାରିଆ ଗ୍ରାମପଞ୍ଚାୟତ ସରପଞ୍ଚ ସ୍ୱାଗତିକା ପଣ୍ଡାଙ୍କ ଦେଢଶୁର ଅଟନ୍ତି। କିଛି ଦିନ ତଳେ ସ୍ୱାଗତିକାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋରନା ମୁକାବିଲାରେ ଭଲକାର୍ୟ୍ଯ ପାଇଁ ଅଭିନନ୍ଦନ ଜଣାଇଥିଲେ। କିନ୍ତୁ ଏପଟେ ଦେଢଶୁରଙ୍କ ମାଙ୍କଡ଼ା ଚୋରିର ବଡ଼ ସାମ୍ରାଜ୍ୟ ରହିଛି ତାହା ବୋଧେ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ ନାହିଁ। ପଶ୍ଚିମ ବଡ଼ଚଣାରେ ଦୀର୍ଘ ଦିନ ହେବ ଚାଲିଛି ତାଙ୍କର ମାଙ୍କଡ଼ା ଚୋରି। ସ୍ଥାନୀୟ ଅଞ୍ଚଳରେ ମାଙ୍କଡ଼ା ଖନ୍ନନ ଓ ଚାଲାଣ କରୁଥିବା ମାଫିଆ ମାନେ ହେଉଛନ୍ତି ଜଣେ ଜଣେ ବିଜେଡ଼ି ନେତା ଓ ଆଗଧାଡ଼ିର କର୍ମୀ। ଯାହା ଏହିସବୁ ଫୋଟ ପ୍ରମାଣ କରୁଛି ଓ ସ୍ଥାନୀୟ ବିଜେପି ନେତା ଓ ଅଞ୍ଚଳବାସୀ ଅଭିଯୋଗ ସିଧାସଳଖ ଆଣିଛନ୍ତି। ଏପଟେ ଅଭିଯୋଗ ପରେ ସ୍ଥାନୀୟ ତହସିଲଦାର ଲୋକ ଦେଖାଣିଆ କାର୍ଯ୍ୟନୁଷ୍ଠାନ ହେବ ବୋଲି କହି କାର୍ଯ୍ୟ ସାରିଦେଇଥିବା ବେଳେ ସ୍ଥାନୀୟ ବୈରୀ ପୋଲିସ ଆମ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ରଖିନାହିଁ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ମାଙ୍କଡ଼ା ମାଫିଆ ଓ ସ୍ଥାନୀୟ ପୋଲିସ ଙ୍କ ସହ ଦର୍ପଣ ତହସିଲଦାର ଙ୍କ ଭିତରେ ମଧୁଚନ୍ଦ୍ରିକା ର ଗନ୍ଧ ବାରି ହୋଇ ପଡୁଛି। ଏପଟେ ସ୍ଥାନୀୟ ଲୋକଙ୍କ ପ୍ରତିବାଦ ସହ ସ୍ଥାନୀୟ ବିଜେପି ନେତାଙ୍କ ଦାବି କ୍ରମେ ଘଟଣା ଘଟିଥିବା ବା ମୃତକଙ୍କ ଶବ ସଂସ୍କାର ପାଇଁ ଦର୍ପଣ ତହସିଲଦାର ଦଶହଜାର ଟଙ୍କା ସରକାରୀ ସାହାୟତା କରିଛନ୍ତି ଓ ଶବ ବ୍ୟବଚ୍ଛେଦ କରିବା ପାଇଁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ଏବଂ ବୈରୀ ପୋଲିସ ଦୃଘଟଣା ର ପ୍ରାଥମିକ ତଦନ୍ତ ଜାରୀରଝିଛି। ଶୁଣନ୍ତୁ କଣ କହୁଛନ୍ତି ସ୍ଥାନୀୟ ପୋଲିସ ଓ ତହସିଲଦାର।
ଏଭଳି ଲଘୁଖଣିଜ ଦ୍ରବ୍ୟ ହରିଲୁଟ ସହ ମାଙ୍କଡ଼ା ମାଫିଆ ମାନଙ୍କ ଆତଙ୍କ ରୋକିବା ସହ ମାଫିଆ ମାନଙ୍କ ବିରୋଧରେ କେବେ ହେଉଛି କାର୍ଯ୍ୟନୁଷ୍ଠାନ। ମୃତକଙ୍କ ପରିବାର କୁ କେବେ ମିଳୁଛି ନ୍ୟାୟ ଏବଂ ସ୍ଥାନୀୟ ପ୍ରଶାସନ ଓ ପୋଲିସ ର କେବେ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉଛି ତାହା ଦେଖିବାପାଇଁ ବାକି ରହିଲା ।।
ଯାଜପୁରରୁ ବିମଳ ବେହେରା ଙ୍କ ରିପୋର୍ଟ ସନ୍ଧାନ ନ୍ୟୁଜ

Related Posts

About The Author

Add Comment