ଧର୍ମଶାଳା, ୧୬/୦୪ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) : ଧର୍ମଶାଳା ଥାନା ଅନ୍ତର୍ଗତ ବାଲିଗରି ଜଙ୍ଗଲ ପରିମିତ ମୌଜାରୁ ବେଆଇନ୍ ଚୋରାରେ ଜଙ୍ଗଲକାଠ ବୋଝେଇ କରି ନେଉଥିବା ଏକ ଟ୍ରାକ୍ଟରନଂ ଓଡି୦୪ଏଫ-୬୨୮୪ ଏବଂ ଡାଲା ନମ୍ବର-ଓଡି୦୪ଏଫ-୬୨୮୫ ଗାଡିକୁ ଚଣ୍ଡିଖୋଲ ବନପାଳ ଜବତ କରିଛନ୍ତି । ସୂଚନା ମୁତାବକ ଏହି ଜଙ୍ଗଲରୁ ଏବେ ଲକ ଡାଉନ ଥିବାରୁ ଏହା ତାଙ୍କୁ ଅଧିକ ସୁଯୋଗ ସୃଷ୍ଟି କରିବା ସହିତ ଅଧିକ ପରିମାଣରେ କାଠ ଚାଲାଣ କରିଆସୁଥିଲେ । ଫଳରେ କୌଣସି ସୁତ୍ରରୁ ଖବର ପାଇ ଚଣ୍ଡିଖୋଲ ବନପାଳଙ୍କ ଏକ ଟିମ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଏକ ଟ୍ରିଫ୍ ଜଙ୍ଗଲିକାଠ ସହି ଗାଡିକୁ ଜବତ କରିଥିବା ସୂଚନା ଦେଇଛନ୍ତି ।
ଚୋରା କାଠ ବୋଝେଇ ଟ୍ରାକଟର ଜବତ
|
April 16, 2020 |



