ଯାଜପୁର, ୨୦/୦୮ (ସନ୍ଧାନ ନିୟୁଜ) ରାଜ୍ୟ ସରକାର ବନୀ କରଣ ନାମରେ ଜଙ୍ଗଲ ସୃଷ୍ଟି କରିବା ଉଦେ୍ଧଶ୍ୟରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜଙ୍ଗଲବିଭାଗ ଅଧିକାରୀଙ୍କ ହେଳା ପଦର୍ଶନ ଯୋଗୁ ନୂତନ ଜଙ୍ଗଲ ସୃଷ୍ଟି ହେବାରେ ବାଧାସୃଷ୍ଟି ହେଉଛି । ଏପରକି ଚାରା ରୋପଣ ନାମରେ ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କା ହଡପ କରାଯାଉଥିବା ନେଇ ସାଧରଣରେ ଅଭିଯୋଗ ହେଉଛି । ଏଥିରେ ସର୍ବାଗେ ରହିଛି ଚଣ୍ଡିଖୋଲ ବନ ବିଭାଗ । ୨୦୧୦ ମସିହାରୁ ଚଣ୍ଡିଖୋଲ ବନାଂଚଳ ଅଧିନ ଏବଂ ଗଡମଧୁପୁର ବନାଂଚଳର ବିଭିନ୍ନ ସ୍ଥାନରେ କୋଟି କୋଟି ଚାରା ରୋପଣ କରାଯାଇଥିଲା । ମାତ୍ର ଏସବୁ ସ୍ଥାନ ମଧ୍ୟରୁ କାଁ ଭାଁ ଛାଡିଦେଲେ ଅନ୍ୟ ସ୍ଥାନ ମାନଙ୍କରେ ଗୋଟିଏ ବି ଗଛ ଦେଖିବାକୁ ମିଳୁନାହିଁ । ଅନ୍ୟ ପଟରେ ଚଳିତ ବର୍ଷ ମଧ୍ୟ ନରେଗା ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚାରା ରୋପଣ କରାଯାଉଛି । ମାତ୍ର ଉଚ୍ଚିତ ରକ୍ଷାଣ ବେକ୍ଷଣ ଅଭାବରୁ ଏସବୁ ଜଙ୍ଗଲ ସୃଷ୍ଟି ହୋଇପାରୁନାହିଁ । ସେହିପରି ଯାଜପୁର ଜିଲ୍ଲାରେ ଅଦ୍ୟ ବିଧି ଗୋଟିଏ ବି ଘଂଚ ଜଙ୍ଗଲ ସୃଷ୍ଟି ହୋଇପାରିଲା ନାହିଁ । ଯେତିକି ଜଙ୍ଗଲ ରହିଛି ସେଥିରୁ ଗଛ କଟା ଯାଇ ଚୋରା ଚାଲାଣ ହେଉଛି । ଜଙ୍ଗଲ ବିଭାଗ ଏସବୁ ରକ୍ଷା କରିବାରେ ବିଫଳ ହେଉଛି । ଅନ୍ୟ ପଟରେ ଚଣ୍ଡିଖୋଲ ବିଭାଗ ଅଧିନସ୍ଥ ବଡଚଣା ବ୍ଲକ ଭରତପୁରରେ ଜଙ୍ଗଲ ବିଭାଗ ପକ୍ଷରୁ ୭ଲକ୍ଷ ଟଙ୍କା ବ୍ୟୟରେ ଚାରା ରୋପଣ କରାଯାଇଥିଲା । ମାତ୍ର ଏବେ ସେଠାରେ ଗୋଟିଏ ଗଛ ନଥିବା ଦେଖିବାକୁ ମିଳିବା ସହିତ ଏଥିରେ ଲକ୍ଷାଧିକ ଟଙ୍କା ଆତ୍ନସାତ କରାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି । ଏପରକି ମାତ୍ର ସ୍ୱଳ୍ପ ଚାରା ଲାଗାଇ ବୋର୍ଡ ମାରି ବିଭାଗ ଟଙ୍କା ଉଠାଇ ନେଇଥିବା କିଛି ଗ୍ରାମବାସୀ ପ୍ରକାଶ କରିବା ସହିତ ଏହାକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେଇନଥିଲା । ଫଳରେ ଗୋଟିଏ ବି ଚାରା ରହିଲା ନାହିଁ । ଯାହା ଫଳରେ ଏଠାରେ ଖର୍ଚ୍ଚ କରାଯାଇଥିବା ୭ଲକ୍ଷ ଟଙ୍କା ବନ ଅଧିକାରୀଙ୍କ ପକେଟକୁ ଚାଲିଯାଇଥିବା ନେଇ ସନେ୍ଦହ ପ୍ରକାଶ ପାଇଛି । ଏହା ଉପରେ ଚଣ୍ଡିଖୋଲ ପରେଷ୍ଟର ଶଶିକାନ୍ତ ବେହେରାଙ୍କୁ ପଚାରିବାରୁ ସେ ଗ୍ରାମବାସୀଙ୍କୁ ଦୋଷ ଦେଇ ସେମାନେ ସୁରକ୍ଷା ଦେଲେନି ବୋଲି କହି ଦୋଷ କାଢ଼ିଛନ୍ତି । ତେବେ ଏହା ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାଧରଣରେ ଦୃଢ଼ ଦାବି ହେଉଛି ।
ଚଣ୍ଡିଖୋଲ ବନ ବିଭାଗ ପେଟରେ ୭ଲକ୍ଷ ଟଙ୍କା; ଚାରା ରୋପଣ ନାମରେ ଅର୍ଥ ଆତ୍ମସାତ ଅଭିଯୋଗ
|
August 20, 2020 |