ଚଣ୍ଡିଖୋଲ ଆର.ଟି.ଓ ଅଫିସ ନିକଟ ଉଛେଦ ପ୍ରକ୍ରିୟାରେ ପ୍ରଶାସନର ପକ୍ଷପାତିତା ନେଇ ଅଭିଯୋଗ

Spread the love

ଚଣ୍ଡିଖୋଲ, ୧୨/୧୦(ସନ୍ଧାନ ନିୟୁଜ/ମାନସ ରାଉତ)-ସମଗ୍ର ରାଜ୍ୟରେ ଦଲାଲ ଉଛେଦ ସହ ସେମାନଙ୍କ ଅସ୍ଥାୟୀ କାର୍ଯ୍ୟାଲୟକୁ ଉଛେଦ କରିବା ପାଇଁ ପ୍ରଶାସନ ପକ୍ଷରୁ ଗତ କିଛି ଦିନ ପୂର୍ବରୁ ତତ୍ପରତା ଦେଖାଇ ଅସ୍ଥାୟୀ ଗୃହ ଗୁଡିକୁ ଭାଙ୍ଗି ଥିôଲେ । ଏହି ପରିପ୍ରେକ୍ଷୀରେ ଚଣ୍ଡିଖୋଲ ଆଂଚଳିକ ପରିବହନ କାର୍ଯ୍ୟାଲୟ ନିକଟରୁ ଗତ ଗୁରୁବାର ଦିନ ଉଛେଦ ପ୍ରକ୍ରିୟା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ କରାଯାଇଥିଲା । ଏହି ଉଛେଦ ପ୍ରକ୍ରିୟାରେ କାର୍ଯ୍ୟାଲୟ ନିକଟରେ ଥିବା ଆଂଚଳିକ ଯୁବ ପରିଷଦ ନାମରେ ଚାଲିଥିବା ବିଜୁ ଜନତା ଦଳର କାର୍ଯ୍ୟାଳୟ, ଶାସକ ଦଳର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ଗୃହରେ ଚାଲୁଥିବା ଏକ ଗ୍ୟାରେଜ ସହ ଆଉ କିଛି ବ୍ୟବସାୟୀ ସରକାରୀ ଜମିରେ ସ୍ଥôାୟୀ ଗୃହ ନିର୍ମାଣ କରିଥିଲେ ବି ଉଛେଦ ପ୍ରକ୍ରିୟାରୁ ପ୍ରଶାସନ ଏହାକୁ ବାଦ ଦେଇଥିଲା । ସଂପୃକ୍ତ ଜମିଟି ସୁଙ୍ଗୁଡା ରାଜସ୍ୱ ମଉଜାର ଏକ ଛୋଟ ଜଙ୍ଗଲ କିସମ ଜମି ଅଟେ । ସରକାରୀ ନୀତିନିୟମକୁ ଉଲଘଂନ କରି ନିର୍ମାଣ କରାଯାଇଥିବା ଏହିସବୁ ଗୃହକୁ ଛାଡି ଦେଇ ଛୋଟ ଛୋଟ ବ୍ୟବସାୟ କରୁଥିବା କେତେକ ବ୍ୟକ୍ତିଙ୍କ ଦୋାକନ ଗୃହକୁ ଉଛେଦ କରାଯାଇଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପ୍ରଶାସନ ଏଭଳି ପକ୍ଷପାତିତା କାର୍ଯ୍ୟ ବିରୋଧରେ ସଂପୃକ୍ତ ବ୍ୟବସାୟୀ ଓ ସାଧାରଣ ଲୋକମାନେ ଜି ଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଗତ ୧୦ ତାରିଖ ଦିନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ସେମାନଙ୍କ ଅଭିଯୋଗ ମୁତାବକ ଆବଶ୍ୟକ ଥିବା ଉଛେଦ ପ୍ରକ୍ରିୟାର ନିୟମରେ ସମାନତା ରକ୍ଷା କରିବା ସହ ଏଠାରେ ଛଡା ଯାଇଥିବା ଅନ୍ୟ ସମସ୍ତ ବ୍ୟବସାୟୀକ ଓ ଅନ୍ୟ ଗୃହ ଗୁଡିକୁ ଉଛେଦ କରାଯାଉ । ନଚେତ ଆମେ ବାଧ୍ୟ ହୋଇ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ସହ ନ୍ୟାୟଳୟର ଆଶ୍ରୟ ନେବାକୁ ବାଧ୍ୟ ହେବୁ ।

Related Posts

About The Author

Add Comment