ଘରପୋଡିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Spread the love

ଧର୍ମଶାଳା ୧୪/୫ (ସନ୍ଧାନ ନିୟୁଜ) ଧର୍ମଶାଳା ତହସିଲ ଅନ୍ତର୍ଗତ ମହିଶରା ଗ୍ରମ ପଞ୍ଚାୟତର ରମ୍ପେଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ୍ୟାଇଥିବାର ଖବର ମିଳିଛି । ଖବର ନେବରେ ଜଣାଯାଇଛି ଗତକାଲି ସନ୍ଧ୍ୟା ସାଢେ ସାତଟା ସମୟରେ ଉକ୍ତ ଗ୍ରାମର କୃଷ୍ଣଚନ୍ଦ୍ର ରାଉତଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ନିଆ ଲାଗିଯାଇଥିଲା । ନିଆଁର ପ୍ରକୋପ ଖୁବ ଯୋର ଥିବାରୁ ନିଆଁ ଓ ଧୁଆଁ ରେ କେହି ଘର ଭିତରକୁ ପଶି ପାରିନଥିଲେ । ଫଳରେ ଦମକଳ ବାହିନି ଆସି ନିଆଁକୁ ଆୟତ୍ତ କରିବା ପୁର୍ବରୁ ଘର ଭିତରେ ଥିବା ସମସ୍ତ ଆସବାବ ପତ୍ର, ଲୁଗାପଟା, ଜରୁରି କାଗଜପତ୍ର,ସୁନା ଅଳଙ୍କାର ଓ ନଗଦ ଏକଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ପୋଡି ପାଉଁଶ ହୋଇଯାଇଛି । ବଉଳମାଳ ରାଜସ୍ୱ ନିରିକ୍ଷକ ଆଜି ସକାଳେ ପୋଡିଯାଇଥିବା ଘରର ଅନୁସନ୍ଧାନ କରି କ୍ଷୟ କ୍ଷତିର ଆକଳନ କରି ଲକ୍ଷାଧିକ ଟଙ୍କାର କ୍ଷିତି ହୋଇଥିବା ଦେଖି ଫେରିଯାଇଛନ୍ତି । ସରକାରି ସହାୟତା ଯୋଗଇଦେବାକୁ ଗ୍ରାମବାସିମାନଙ୍କ ପକ୍ଷରୁ ଦାବି କରାଯାଇଛି ।

Report Prasanta Samal

Related Posts

About The Author

Add Comment