ଗ୍ରାମାଞ୍ଚଳରେ ଶିଶୁ ମାନଙ୍କର ପ୍ରତିଭାର ବିକାଶ ଆମ ଜୀବନର ଧେୟ ହେଉ : ସଭାପତି ସତ୍ୟ ରଞ୍ଜନ ବାରିକ ।

Spread the love
କଟକ, ୧୫/୧୧/୨୦୨୧ (ସନ୍ଧାନ ନିଉଜ) : କଟକ ଜିଲ୍ଲା କିଶନନଗର ଶିଶୁ ମଙ୍ଗଳ କ୍ଲବ ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୬୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । କନିଷ୍ଠ ବର୍ଗ ନୃତ୍ୟରେ ସୈୟଦ ଅରମାନ,ଦିବ୍ୟସାଇ ଦାସ,ରୁଦ୍ର ପ୍ରସାଦ ଦାସ ଏବଂ ସଙ୍ଗୀତରେ ଭାଗ୍ୟଶ୍ରୀ ବାରିକ ଓ ଅଙ୍କିତା ବେହେରା,ବରିଷ୍ଠ ବର୍ଗ ସଙ୍ଗୀତରେ ଶୁଭଶ୍ରୀ ମହାରଣା,ଆୟୁଷ୍ମାନ ମହାନ୍ତି,ସମୀକ୍ଷା ମହାନ୍ତି, ନୃତ୍ୟରେ ପ୍ରୀତି ପ୍ରିୟଦର୍ଶିନୀ ଜେନା,ଅନିନ୍ଦିତା ଦାସ,ପ୍ରତିଜ୍ଞା ଦାସ,  ଗୃପ ଡ୍ୟାନ୍ସ ରେ ତୃପ୍ତି ଦାସ ଓ ସାଥି,ଲଷ୍ମୀପ୍ରିୟା ଦାସ ଓ ସାଥି ,ମମତା ମାଇତି ଓ ସାଥି ଯଥାକ୍ରମେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସଭାପତି ସତ୍ୟ ରଞ୍ଜନ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିକୁଦା ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବାରିକ,ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଧରଣୀଧର ଜେନା,ସମ୍ମାନିତ ଅତିଥି ଭାବେ ମୁକ୍ତେଶ୍ଵର ପିଠାଧିଶ ବାବା ସ୍ୱାମୀ ଅଦୈତାନନ୍ଦ,ସାମାଜିକ କର୍ମୀ ସୀତାରାମ ପଣ୍ଡା,ସାମ୍ବାଦିକ ସୈୟଦ ସାଜିଦ ଅଲ୍ଲୀ,ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପୁହାଣ ଓ ପୂର୍ବତନ ସରପଞ୍ଚ ଅଶୋକ ବେହେରା ଯୋଗଦେଇଥିଲେ ।ସଙ୍ଗୀତ ଗୁରୁ ଅର୍ଜ୍ଜୁନ ମଲ୍ଲିକ,ପିଣ୍ଟୁ ମଲ୍ଲିକ,ବିଶ୍ୱଜିତ,ସୌମ୍ୟଙ୍କ ସହ ସ୍ଥାନୀୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶ୍ରୋତାର୍ପିତା ସାମଲ,ଜଗନ୍ନାଥ ପ୍ରଧାନ,ଦିଲ୍ଲୀପ ସେଠୀ,ପ୍ରୀତି ପ୍ରଜ୍ଞା ବେହେରା, ଶୁଭଜାନୀ ମହାରଣା ପ୍ରମୁଖ ସହଯୋଗ କରିଥିଲେ ।

Related Posts

About The Author

Add Comment