ଧର୍ମଶାଳା, ୩୦/୩(ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଥାନୁଆଳ ପଂଚାୟତର କେତକ ଉଦ୍ୟମ ଯୁବକ ମାନେ ନିଜ ଉଦ୍ୟମରେ ଗ୍ରାମବାସୀଙ୍କୁ ରାସନ ସାମଗ୍ରୀ ବଂଟନ କରିଛନ୍ତି । ବିଶ୍ୱରେ କରୋନ କାୟା ବିସ୍ତାର କରିଥିବା ବେଳେ ଲକ ଡାଉନ ଯୋଗୁ ପଦାକୁ ବାହାରି ହେଉନି । ଯାହା ଫଳରେ ଅନେକ ସମୟରେ ଗରିବ ପରିବାର ଭୋକ ଉପସରରେ ରହୁଛନ୍ତି । ଗୁଆରଂଙ୍ଗ ଗ୍ରାମର ବିଶ୍ୱଭୁଷଣ ବାରିକ, ଜ୍ଞାନ ରଂଜନ ବାରିକ, ରାଜେନ୍ଦ୍ର ଜେନା, ବିବେକାନନ୍ଦ ବାରିକ, ରିଙ୍କୁ ବାରିକ, ସଂଗ୍ରାମ କୁମାର ଜେନା, ପ୍ରଭୁଦତ୍ତ ବାରିକ, ଦେବଦତ୍ତ ଜେନା, ପ୍ରତ୍ୟୁଷୁ ବାରିକ, ସତ୍ୟଜିତ ଜେନା, ମାନସ ବାରିକ, ଅସିତ କିସାନ ଜେନା, ସୌମ ରଂଜନ ବାରିକ, ସାଇପ୍ରକାଶ ବାରିକ, ସୁନିଲ ଜେନା, ଦେବଦତ୍ତ ବାରିକ, ଆଶିଷ ବାରିକ, ଅବିନାଶ ବାରିକ, ବିରଂଚି ଜେନା, ମନୋଜ ବାରିକ ପ୍ରମୁଖ ଘର ଘର ବୁଲି ଡାଲି, ତେଲ, ସାବୁନ ସହିତ ଅନ୍ୟାନ ରାସନ ସାମଗ୍ରୀ ବଂଟନ କରିଥିଲେ । ଏପରି ମହତ କାର୍ଯ୍ୟକୁ ସ୍ଥାନୀୟ ସମିତିସଭ୍ୟ ପ୍ରସନ୍ନ କୁମାର ରାଉତ, ସୁଶାନ୍ତ ବାରିକ, ପ୍ରକାଶ ଜେନା, ପ୍ରତାପ ଜେନା ପ୍ରମୁଖ ସମସ୍ତଙ୍କୁ ଧନ୍ୟବାଦ ଦେଇ ଏପରି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।
ଗ୍ରାମବାସୀଙ୍କୁ ରାସନ ସାମଗ୍ରୀ ବାଂଟିଲେ ଯୁବଗୋଷ୍ଠୀ
|
March 30, 2020 |
