ଗୋରୁ ଗାଡ଼ିକୁ ପୋଲିସ ଜବତ କଲା ୩ କୋର୍ଟ ଚାଲାଣ

Spread the love

ଯାଜପୁର ସଦର, ୦୭ା୧୦/ସନ୍ଧାନ ନ୍ୟୁଜ: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଖଣ୍ଡସ ଛକ ନକଟରୁ ଆଜି ଭୋର ସମୟରେ ପୋଲିସ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିବା ସହିତ ଗୋରୁ ବେପାରୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ବ୍ରହ୍ମବରଦା ଥାନା ନିକଟସ୍ଥ ଖଣ୍ଡାସ ଛକରୁ ଏକ ପିକଅପ ଭ୍ୟାନରେ ଗୋରୁ ଚାଲଣା କରୁଥିବା ବେଳେ, କୌଣସି ସୁତ୍ରରୁ ବ୍ରହ୍ମବରଦା ପୋଲିସ ଜବତ କରିବା ସହିତ ଗୋୁର ଗାଡ଼ିରୁ ୪ଗୋଟି ଗୋରୁକୁ ଉଦ୍ଧାର କରିବା ସହିତ ବ୍ରହ୍ମବରଦା ଥାନାର ସବଇନିସ୍ପେକ୍ଟର ବିଭୁତି ପାତ୍ର ୩ଜଣକୁ ଗିରଫ କରି ଅଦାଲତ ଚାଲାଣ କରାଯାଇଚି । ସେମାନେ ହେଲେ ପାଣିକୋଇଲି ଥାନା ଶଗଡ଼ି ଗ୍ରାମର ଗାଡ଼ି ମାଲିକ ସେକମିନ୍ନା ସାବେଦ ବାଗ(୩୦), ସେକ ସହିଦ(୪୦) ବ୍ରହ୍ମବରଦା ଥାନା ନିକଟସ୍ଥ ଏହି ଅଞ୍ଚଳରୁ ବେପାରୀ ସେକ ଆପତା ଉଦ୍ଦିନ(୩୫) ଏଠାରେ ସୂଚନା ଯୋଗ୍ୟ ଯେ, ବ୍ରହ୍ମବରଦା ଅଞ୍ଚଳରେ ବେଧଡ଼କ ଭାବେ ଗୋରୁ କିଣି ବାହାରକୁ ଚାଲାଣ କରୁଥିବା ବେଳେ, ମାଫିଆ ମାନେ ବରୁଆଁ-ବାଲିଚନ୍ଦ୍ରପୁର ରାସ୍ତା ରେ ଗୋରୁ ଚଲାଣ କରୁଥିବା ଜଣାଯାଇଚି । ବ୍ରହ୍ମବରଦା ଥାନା ନିକଟରେ ରହିଥିବା ବେଳେ, ଗୋ ଚାଲାଣ ଉପରେ ଅଙ୍କୁସ ଲାଗୁ ନଥିବା ଦେଖିବାକୁ ମିଳିଚି । ଥାନା ପକ୍ଷରୁ ପେଟ୍ରୋଲିଂ କଡ଼ା କଡ଼ି କରିବା ପାଇଁ ସାଧାରଣରେ ଦାବି ହେଉଥିବା ବେଲେ, କୌଣସି ସୁତ୍ରରୁ ଖବର ପାଇ ବଜରଙ୍ଗୀ ଦଳର କର୍ମୀମାନେ ଏହି ୩ଜଣ ଗୋରୁ ମାଫିଆଙ୍କୁ ଗୋ ଚାଲାଣ କରୁଥିବା ବେଳେ, ଗୋରୁ ବୋଝେଇ ଗାଡ଼ିକୁ ଅଟକ ରଖି ବ୍ରହ୍ମବରଦା ଥାନାକୁ ଖବର ଦେବାପରେ ବ୍ରହ୍ମବରଦା ଥାନା ଆଇଆଇସି ଶରତ ନାୟକ ଗୋରୁ ଗାଡ଼ିକୁ ଅକଟ ରଖିବା ସହିତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଚି । ୧୨୩/୨୩ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ବ୍ରହ୍ମବରଦା ପ୍ରାଣୀଧନ ନିରୀକ୍ଷକ ବିଭୁତି ଭୂଷଣ ତ୍ରିପାଠୀ ୪ଟି ଗୋରୁଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ସହିତ ସମସ୍ଥ ଗୋରୁ ସୁସ୍ଥ ଥିବା ଜଣାଯାଇଚି ।

Related Posts

About The Author

Add Comment