ଗୋପାଳ ସ୍ମୃତି ବିଦ୍ୟାପୀଠର ପ୍ଲାଟିନମ ଜୁବୁଲି ପାଳନ ପାଇଁ ପ୍ରସ୍ତୁତି ବୈଠକ

Spread the love

କଟକ  : ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପ୍ରଣେତା ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାମରେ ନାମିତ ସଦର ଅଞ୍ଚଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଗୋପାଳ ସ୍ମୃତି ବିଦ୍ୟାପୀଠର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ଲାଟିନମ ଜୁବୁଲି ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍କୁଲ ସଭାଗୃହରେ ୧୯୬୨ ମସିହା ମାଟ୍ରିକ ବ୍ଯାଚର ପୁରାତନ ଛାତ୍ର ଅନନ୍ତ ଚରଣ ଦଳାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରାତନ ଛାତ୍ର ତଥା ସଦର ବ୍ଲକର ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା , ପୂର୍ବତନ ସେଲ ଅଧିକାରୀ ଉମେଶ ଚନ୍ଦ୍ର ଜେନା,ଅରୁଣାଚଳ ପ୍ରଦେଶର ସରକାରୀ କଲେଜର ଇଂରାଜୀ ବିଭାଗର ପ୍ରାଧ୍ୟାପକ କୃଷ୍ଣଚନ୍ଦ୍ର ମିଶ୍ର , ବିଶିଷ୍ଟ ବ୍ୟବସାୟୀ କରୁଣାକର ପ୍ରଧାନ,ଗଜପତି ଜିଲ୍ଲାର ଜିଲ୍ଲା ଓ ଦୌରାଜଜ ପ୍ରଣବ କୁମାର ରାଉତରାୟ ଓ ସ୍କୁଲର ବରିଷ୍ଠ ଶିକ୍ଷକ ନିକୁଞ୍ଜ କିଶୋର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିବାବେଳେ ପୁରାତନ ଛାତ୍ର ସାମ୍ବାଦିକ ତାପସ ରାଉତରାୟ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ପ୍ଲାଟିନମ ଜୁବୁଲି ପାଳନ ଉତ୍ସବକୁ ଦେଶର ମହାମହିମ ରାଷ୍ଟ୍ରପତି , ଉପରାଷ୍ଟ୍ରପତି,ରାଜ୍ୟର ରାଜ୍ୟପାଳ , ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଓ ରାଜ୍ୟର ମନ୍ତ୍ରୀ ଏବଂ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଆମନ୍ତ୍ରିତ କରାଯିବା ପାଇଁ ଯୋଜନା କରାଯାଇଛି। ଉତ୍ସବ ପାଳନ ପାଇଁ ଏକ ସ୍ଥାୟୀ କମିଟି ଆସନ୍ତା ମାସ ୭ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଗଠନ କରାଯିବ । ସେପର୍ଯ୍ୟନ୍ତ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ କରିବା ପାଇଁ ଏକ ଅସ୍ଥାୟୀ କମିଟି ୧୯୭୨ ବ୍ଯାଚର ପୁରାତନ ଛାତ୍ର ରଘୁନାଥ ପୃଷ୍ଟିଙ୍କ ନେତୃତ୍ୱରେ ଗଠନ କରାଯାଇଛି। ଏଥିରେ ଉମେଶ ଚନ୍ଦ୍ର ଜେନା,ଭରତ ଚନ୍ଦ୍ର ପ୍ରଧାନ,ଅକ୍ଷୟ ଭୂୟାଁ,ବିଭୁ ପ୍ରସାଦ ମହାପାତ୍ର, କରୁଣାକର ପ୍ରଧାନ,ତାପସ ରାଉତରାୟ ,କାଳନ୍ଦୀ ସ୍ୱାଇଁ, ପୀୟୁଷ ରଞ୍ଜନ ପରିଡ଼ା(୨),ପରମାନନ୍ଦ ରାଉତ,ଧନଞ୍ଜୟ ମହାପାତ୍ର, ନିରଞ୍ଜନ ଲେଙ୍କା ଓ ତପନ ଓଝା ପ୍ରମୁଖ ସଭ୍ୟ ଭାବରେ ଅଛନ୍ତି । ଏଥିସହିତ ପ୍ଲାଟିନମ ଜୁବୁଲି “ସ୍ମରଣିକା” ପ୍ରକାଶନ ପାଇଁ ଏକ ସ୍ଥାୟୀ ସମ୍ପାଦନା ମଣ୍ଡଳୀ ଗଠନ କରାଯାଇଛି । ଏଥିରେ କାଳୀ ପ୍ରସାଦ ମହାପାତ୍ର,ପିତାମ୍ବର ମହାପାତ୍ର, ପ୍ରାଧ୍ୟାପିକା ଅଞ୍ଜଳି ରାଉତରାୟ, ଲକ୍ଷ୍ମୀପ୍ରିୟା ଓଝା,ପୀୟୁଷ ରଞ୍ଜନ ପରିଡ଼ା (୧),ରମାକାନ୍ତ ନାୟକ, ମାନସ ରଞ୍ଜନ ସ୍ବାଇଁ ଓ ବ୍ୟଙ୍ଗକବି ପ୍ରତାପ ଚନ୍ଦ୍ର ବେହେରା ପ୍ରମୁଖ ରହିଛନ୍ତି । ଶେଷରେ ସାମ୍ବାଦିକ ଶ୍ରୀ ରାଉତରାୟ ଧନ୍ୟବାଦ୍ ଅର୍ପଣ କରିବା ସହିତ ଆସନ୍ତା ମାସ ୭ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ।

Related Posts

About The Author

Add Comment