ଗୋଟିଏ ଫୋନ କଲ ରେ ଡାକ୍ତରଖାନାରେ ସିଧାସଳଖ ରକ୍ତ ଦାନ କରିବେ ରକ୍ତ ବନ୍ଧୁ।

Spread the love

ଜେନାପୁର ,୧୬/୮ (ସନ୍ଧାନ ନିୟୁଜ): ରକ୍ତଅଭାବରୁ କେହି ମୃତ୍ୟୁ ବରଣ କରିବେ ନାହିଁ ସ୍ଲୋଗାନ ରେ ଆଉ ଗୋଟିଏ ପାଦ ଆଗକୁ ବଢିଛି ଯାଜପୁରର ନବଗଠିତ ରକ୍ତ ବନ୍ଧୁ ଅନୁଷ୍ଠାନ। ଯାଜପୁର ଜିଲ୍ଲାର କୋଣ ଅନୁକୋଣରୁ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ପୀଠ ବଳରାମପୁର ଉପରଗଡ଼ ଜଗନ୍ନାଥ ମନ୍ଦିର ପରିସରରେ ରକ୍ତ ବନ୍ଧୁ ନାମକ ଏକ ନିଃସ୍ୱାର୍ଥପର ମଧ୍ୟସ୍ଥି ବିହୀନ ତ୍ୱରିତ ରକ୍ତ ପ୍ରଦାନକାରୀ ଅନୁଷ୍ଠାନ ଗଠନ କରାଯାଇଛି। ଏକ ମହତ ଲକ୍ଷ ନେଇ ଗଠନ କରାଯାଇଥିବା ଏହି ଅନୁଷ୍ଠାନର ସ୍ୱେଚ୍ଛାସେବୀ ମାନେ ଗୋଟିଏ ମାତ୍ର ଫୋନ କଲ ରେ ଚିକିତ୍ସିତ ହେଉଥିବା ଡାକ୍ତରଖାନା ରେ ତୁରନ୍ତ ପହଞ୍ଚି ରକ୍ତ ଦାନ କରିବେ। ଏଥିରେ କୌଣସି ମଧ୍ୟସ୍ଥି କିମ୍ବା ଅର୍ଥର ଆବଶ୍ୟକତା ପଡ଼ିବ ନାହିଁ। ଜାତି, ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ଧନୀ ଗରିବ ସମସ୍ତଙ୍କ ପାଇଁ ଏହି ଅନୁଷ୍ଠାନ ର ଦ୍ୱାରା ସର୍ବଦା ଖୋଲା ରହିଥିବା ଅନୁଷ୍ଠାନର ଉପଦେଷ୍ଟା ଅନୀଲ କୁମାର ପଣ୍ଡା ପ୍ରକାଶ କରିଛନ୍ତି।ଜିଲ୍ଲା ତଥା ରାଜ୍ୟର ଗରିବ ଅବହେଳିତ ଶ୍ରେଣୀର ରୋଗୀ ମାନେ ବିଶେଷ ଭାବେ ଏଥିରେ ଉପକୃତ ହୋଇ ପାରିବେ। ବିଶେଷକରି ଥାଲାସେମିଆ ଶିଶୁ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ରକ୍ତ ର ଆବଶ୍ୟକତା ରହିଥିବା ବେଳେ ଗରିବ ଲୋକଟିଏ ତା ପିଲାଟିକୁ ରକ୍ତ ଦେଇ ବଞ୍ଚାଇବା କଷ୍ଟ ସାଧ୍ୟ ହେଉଥିବା ବେଳେ ରକ୍ତ ବନ୍ଧୁ ସେମାନଙ୍କ ମୁହଁରେ ଟିକିଏ ହସ ଖେଳାଇ ପାରିବ ବୋଲି ଆଶା ପ୍ରକାଶ ପାଇଛି। ଜିଲ୍ଲା ତଥା ରାଜ୍ୟର ଯେ କୌଣସି ସ୍ଥାନରୁ କୌଣସି ରୋଗୀଙ୍କର ରକ୍ତର ଆବଶ୍ୟକତା ଥିଲେ ତୁରନ୍ତ ରକ୍ତ ବନ୍ଧୁ ଅନୁଷ୍ଠାନ କୁ ଅବଗତ କଲେ ଡାକ୍ତରଖାନାରେ ସିଧାସଳଖ ରକ୍ତ ବନ୍ଧୁ ମାନେ ପହଞ୍ଚି ରକ୍ତ ଦାନ କରି ପାରିବେ। ଯଦି କୌଣସି ଅଞ୍ଚଳରୁ କୌଣସି ସ୍ୱେଚ୍ଛାସେବୀ ଏହି ରକ୍ତ ବନ୍ଧୁ ଅନୁଷ୍ଠାନ ସହିତ ଯୋଡ଼ି ହେବ ପାଇଁ ଚାହିଁବେ ବିନା ଦ୍ବିଧାରେ ଅନୁଷ୍ଠାନ ସହ ଯୋଡ଼ି ହୋଇ ପାରିବେ। ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେ ଯୋଗଦାନ କରିବାକୁ ଅନୁଷ୍ଠାନ ତରଫରୁ ନିବେଦନ କରାଯାଇଛି। ଏହି ଅନୁଷ୍ଠାନ ର ଶୁଭାରମ୍ଭ ଅବସରରେ ଆୟୋଜିତ ବୈଠକରେ ୫୦ ରୁ ଉର୍ଦ୍ଧ୍ବ ରକ୍ତ ବନ୍ଧୁ ବିଭିନ୍ନ ଅଞ୍ଚଳରୁ ଯୋଗଦାନ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ପଣ୍ଡା କେକ କାଟି ଏହି ଅନୁଷ୍ଠାନର ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନର ଆବାହକ ବସନ୍ତ କୁମାର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅନୁଷ୍ଠାନ ର ଲକ୍ଷ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମାନସ ଚନ୍ଦ୍ର ଦାସ, ଯୁବ ସାମ୍ବାଦିକ ଅସିତ କୁମାର ନାୟକ, ଓମପ୍ରକାଶ ସ୍ୱାଇଁ, ମାନସ କୁମାର ବାରିକ, ସ୍ମୃତି ରଞ୍ଜନ ଧୀର, ସନାତନ ମଲ୍ଲିକ, ରାଜକିଶୋର ମଲ୍ଲିକ, ସନ୍ତୋଷ ସାହୁ,ଭିକି ମଲ୍ଲିକ, ଶରତ ବଳ, କାବୁଲା ବେହେରା,ସୁକାନ୍ତ ବେହେରା, ଭିକି ମଲ୍ଲିକ, ରୁଦ୍ର ପ୍ରସାଦ ଧୀର, ସନ୍ଦୀପ ମହାନ୍ତି, ଅନୀଲ ବାରିକ,ଜଗବନ୍ଧୁ ମଲ୍ଲିକ,ଚକ୍ରଧର ଧୀର, ରଞ୍ଜିତପରିଛା,ଚିନ୍ମୟ କୁମାର ଧୀର, ଦେବୀ ପ୍ରସାଦ ଧୀର, ଲଷ୍ମୀଧର ମହାନ୍ତି, ନାଗେଶ୍ୱର ରାଉତବିକାଶ ଧୀର, କାର୍ତ୍ତିକ ଧୀର ସୁମନ ଧୀର, ରାଜେଶ କୁମାର ମଲ୍ଲିକ, ମାନସ କୁମାର ସାହୁ, କାବୁଲା ବେହେରା, ଓମପ୍ରକାଶ ମଲ୍ଲିକ, ସୁଜିତ କୁମାର ଧୀର, ବିଶ୍ୱଜିତ ଧୀର,ଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ରକ୍ତ ବନ୍ଧୁ ଯୋଗ ଦେଇଥିଲେ। ଏଭଳି କାର୍ଯ୍ୟ କୁ ସାଧାରଣରେ ପ୍ରଶଂସା କରାଯାଇଛି।

Related Posts

About The Author

Add Comment