ଗୋଚର ଜମିରୁ ମୋରମ ଚୋରାଚାଲାଣ

Spread the love

ବାରିପଦା , ୦୨/୦୭/୨୦ (ସନ୍ଧାନ ନିଉଜ) : ରାଜ୍ୟର ବିଭିନ୍ନ ତହସିଲ ଅଧିନରେ ଥିବା ଲଘୁ ଖଣିଜ ସମ୍ପାଦର ସୁରକ୍ଷା ଏବଂ ସୁବିନିଯୋଗ ଦ୍ୱାରା ରାଜସ୍ୱ ଆଦାୟ ପାଇଁ ସମସ୍ତ ବାଲିଖାଦାନ, ପଥର ଖାଦାନ, ମୋରମ ଖାଦାନ ପ୍ରଭୃତି ସରକାରୀ ସୈରାତ ସମତେ ସମସ୍ତ ଲଘୁ ଖଣିଜ ସମ୍ପଦ ଗୁଡିକର (ଡିଜିଡିଏସ୍) ଡିଫେରେନସିଆଲ୍ ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ ପଦ୍ଧତିରେ ସେଗୁଡିକର ସର୍ତ୍ତେ କରାଯିବା କଥା । ମାତ୍ର ଯଥା ସମୟରେ ଉକ୍ତ ଲଘୁ ଖଣିଜ ସମ୍ପଦ ଗୁଡିକର ଡିଜିପିଏସ୍ ପଦ୍ଧତିର ସର୍ତ୍ତେ କରାଯାଉ ନଥିବାର ମାଫିଆମାନେ ମୋରମ ବାଲି ସମେତ ଅନ୍ୟାନ୍ୟ ଲଘୁ ଖଣିଜ ସମ୍ପଦ ଗୁଡିକୁ ଅବାଧରେ ଦିନ ଦ୍ୱିପ୍ରହରରେ ବାହାର ଜିଲ୍ଲାକୁ ଚୋରା ଚାଲାଣ କରୁଥିବାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଯଦ୍ୱାରା ସରକାର କୋଟି କୋଟି ତଙ୍କାର ରାଜସ୍ୱ ହରାଉଛନ୍ତି । ରାଜ୍ୟର ଲଘୁ ଖଣିଜ ସମ୍ପଦର ସୁରକ୍ଷା ଏବଂ ସୁବିନିଯୋଗ ତଥା ଏହାର ଚୋରାକାରବାର ରୋକିବା ନିମନ୍ତେ ରାଜସ୍ୱ ଅଧିକାରୀ ମାନଙ୍କୁ ପ୍ରର୍ଯ୍ୟାପ୍ତ କ୍ଷମତା ପ୍ରଦାନ କରାଯାଇଛି । ତେବେ ଦୂର୍ଭାଗ୍ୟ ତଥା ଆଶ୍ଚର୍ଯ୍ୟର କଥା ହେଉଛି ଖୋଦ ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଏହି ଘଟଣା ଦେଖିବାକୁ ମିଳିଛି । ଏହିଭଳି ଏକ ବଡଧରଣର ମୋରମ ସ୍କାମ ଘଟଣା ଦେଖିବାକୁ ମିଳିଛି । ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ୍ ତଥା ତସିଲ ଅଧିନ ବୈଶିଙ୍ଗା ଉପକଣ୍ଠ ନୂଆପଦା ଅ ଞ୍ଚଳର ,ଗ୍ରାମଟି ବାଲେଶ୍ୱର – ମୟୂରଭଞ୍ଜ ସୀମାନ୍ତରେ ଥିବାବେଳେ ଗ୍ରାମଠାରୁ ଉଭୟ ଜିଲ୍ଲାର ସୀମାରେଖା ମାତ୍ର ଦୁଇଶହ ମିଟର ଦୂରରେ ଅନସ୍ଥିତ । ତେବେ ଗୋଚର କିସମର ସରକାରୀ ଜମିରୁ ଦିନରାତି ଚୋରା ମୋରମ ଉତ୍ତୋଳନ କରି ଶହଶହ ଡମ୍ପର ପୋଡଶୀ ବାଲେଶ୍ୱରକୁ ଚୋରା ଚାଲାଣ ହେଉଥିଲେ ମଧ୍ୟ ରାଜସ୍ୱ ବିଭାଗ ନିରବ ଦ୍ରଷ୍ଟା । ସବୁଠାରୁ ଅଶ୍ଚର୍ଯ୍ୟର କଥା ହେଉଛି ଏହି ପ୍ରକ୍ରିୟା ଦିନେକି ଦୁଇଦିନର ନୁହେଁ । ଏହା ସୁବ୍ୟବସ୍ଥିତ ଏବଂ ସୁସଙ୍ଗଠିତ ପ୍ରକ୍ରିୟାରେ ମାସ ମାସ ଚାଲିଛି ଏହି ମୋରମସ୍ୱାମ୍ , ତେବେ ଏକର ଏକର ଗୋଚର ଜମିରୁ ବର୍ଷ ବର୍ଷ ଧରି ଚୋରା ମୋରମ ଚାଲାଣ ହେଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କି ଭଳି ଜାଣିପାରିଲା ନାହିଁ । ନା ଜାଣି ଅଜଣା ରହିଲେ ତାହା ଯେତିକି ଅଶ୍ଚର୍ଯ୍ୟ ଜନକ ସେତିକି ଦୁର୍ଭାଗ୍ୟ ଜନକ ତଥା ତଦନ୍ତ ସାପେକ୍ଷ ମଧ୍ୟ କେବଳ ମୁଣ୍ଡରୁ ଦୋଷ ଓହ୍ଲାଇବା ପାଇଁ କିଛି ଜରିମାନା ଆଦାୟ କରି ଚୁପ୍ ବସିଯାଉଛି ତହସିଲ୍ କାର୍ଯ୍ୟାଳୟ । ଏନେଇ କୋଟି କୋଟି ଟଙ୍କା ଲୁଟ୍ କରୁଥିବା ଡମ୍ପର ଏବଂ ଜେସିବି ମେସିନ ଗୁଡିକୁ ଜବଦ କରି ସେମାନଙ୍କ ବିରୁଦ୍ଧରେ ଫୈଜଦାରୀ ମାମଲା ରୁଜୁ ପୂର୍ବକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ତହସିଲ ନିକଟରେ ପ୍ରଯ୍ୟାପ୍ତ କ୍ଷମତା ରହିଛି । କୋଟି କୋଟି ଟଙ୍କାର ମୋରମ ଚୋରାଚାଲାଣ ପରେ ଲକ୍ଷେ ଦୁଇଲକ୍ଷ ଟଙ୍କାର ଜରିମାନ ଆଦାୟ କେବଳ ଏକ ପହସନ । ଫଳରେ ଦିନରାତି ସରକାରୀ ଜମିରୁ କୋଟି କୋଟି ଟଙ୍କାର ମୋରମ ଚୋରାଚାଲାଣ ପଛରେ ଏକ ଅସାଧୁମେଣ୍ଟୁ ଥିବା ନେଇ ଯେଉଁ ସନେ୍ଦହ ରହିଛି ତାହା ଉପରୁ ଧିରେ ଧିରେ ପରଦା ଉଠିବାରେ ଲାଗିଛି । ଚୋରା ମୋରମ ଚାଲାଣ ନେଇ କିଛି ଦିନ ପୂର୍ବରୁ ଫୈଜଦାରୀ ମାମଲା ରୁଜୁ ପୂର୍ବକ ୫ଟି ମୋରମ ବୋଝେଇ ଡମ୍ପର ସମେତ ଗୋତିଏ ଜେସିବି ମେସିନ୍କୁ ଜୁନ ୧୧ତାରିଖ ଦିନ ବେତନଟୀ ପୋଲିସ୍ ଗବଦ କରିଥିଲା , ତେବେ ବେତନଟୀ ପୋଲିସ୍ କାର୍ଯ୍ୟାନୁଷ୍ଠାନ ୧୦ଦିନ ଯାଇଛି କି ନାହିଁ ମୋରମ ଚାଲାଣ କରୁଥିବା ବେଳେ ଜୁନ୍ ୨୫ ତାରିଖ ଦିନ ଗୋଟିଏ ଜେସିବି (ଓଡି-୧୧କୁ୍ୟ-୧୧୦୧) ଏବଂ ଟ୍ରାକ୍ଟର (ଓଡି-୦୧ଡବ୍ଲୁ୍ୟ-୭୭୫୫/୫୬) ଜବଦ କରିଥିବା ସହିତ ଏଥିରେ ସଂପୃକ୍ତ ତିନିଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈଶିଙ୍ଗା ପୋଲିସ , ଜବଦ ଜେସିବିଟ ମାନଓ ମିଶ୍ର ନାମରେ ପଞ୍ଜୀକୃତ ଥିବାବେଳେ ଟ୍ରାକ୍ଟରଟି କାର୍ତ୍ତିକଚନ୍ଦ୍ର ମହାନ୍ତି ନାମରେ ପଞ୍ଜୀକୃତ ଅଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବୈଶିଙ୍ଗା ଥାନା ଟିକାୟତପୁର ଗ୍ରାମର ଗଜେନ୍ଦ୍ର ସାହୁକ ପୁଅ ବାପୁନ ଓରଫ(୨୮) , ନଛିପୁରିଆ ଗ୍ରାମର ଗଗନ ଓରଫ ଗୌତମ ପ୍ରଧାନ (୨୦) ଏବଂ ବଦସାହି ଥାନାର ଶ୍ରୀରାମପୁର ଗ୍ରାମର ଭାଗବତ ବେହେରା ଏ ନେଇ ଥାବେରେ ମାମଲା ରୁଜୁ ହୋଇଛି । ତେବେ ଚୋରା ମୋରମ ଚାଲାଣରେ ଏକାଧିକ ସରକାରୀ ନିୟମ ତଥା ନିଦେ୍ର୍ଧଶାବଳିର ଖୋଲାଖୋଲି ଉଲ୍ଲଂଘନ ହେଉଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ନିତ୍ୟାନ୍ତ ଆବଶ୍ୟକ ଏବଂ କୋଟି କୋଟି ଟଙ୍କାର ମୋରମ ସ୍କାମ ପର୍ଦାଫାସ ପାଇଁ ଏହାର ସିବିଆଇ ତଦନ୍ତ ପାଇଁ ପ୍ରାକ୍ତନ ଜିଲ୍ଲାପରିଷଦ ତଥା ଆମ ଆର୍ଦମ ପାର୍ଟି ଜିଲ୍ଲାମୁଖ୍ୟ ବିଶ୍ୱନାଥ ହେମ୍ବ୍ରମ୍ ଦାବି କାରିଛନ୍ତି । ଏ ନେଇ ତହସିଲଦାର ଅନିଷା ଦାସଙ୍କୁ ଫୋନ୍ ମଧ୍ୟ ଯୋଗାଯୋଗ ସମ୍ବବ ହୋଇପାରିନାହିଁ ।

Related Posts

About The Author

Add Comment