ଯାଜପୁର /୧୩/୦୩(ସନ୍ଧାନ ନ୍ୟୁଜ )ସମଗ୍ର ଭାରତ ବର୍ଷରେ ଗୋ ହତ୍ୟା ସମ୍ପୂର୍ଣ ସମାପ୍ତ କରିବା ସହ ଗୋ ମାତା ଙ୍କୁ ରାଷ୍ଟୀୟ ସମ୍ମାନ ଦେବା ପାଇଁ ଗୋ ସମ୍ମାନ ଆହ୍ୱାନ ଅଭିଯାନ ପକ୍ଷରୁ ଆସନ୍ତା ଏପ୍ରିଲ ମାସ ୨୭ ତାରିଖରେ ଦେଶ ବ୍ୟାପୀ ପ୍ରତି ତହସିଲ ରେ ହେବାକୁ ଥିବା ସାମୂହିକ ପ୍ରାର୍ଥନା ନିବେଦନ ପତ୍ର ଦାଖଲ ପାଇଁ ଶୁକ୍ରବାର ବରୁଣେଶ୍ୱର ନାମ ମନ୍ଦିର ପରିସରରେ ସଚ୍ଚିତାନନ୍ଦ ମହାରାଜ ଙ୍କ ସଭାପତିତ୍ବ ରେ ଏକ ପ୍ରାକ ପ୍ରସ୍ତୁତି ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଅଛି।
ବାବା ବରୁଣେଶ୍ୱର ପୀଠ ରୁ ସୃଷ୍ଟି ହୋଇଥିବା ବିଂଝାରପୁର ବ୍ରିଡ଼ ଗୋ ଜାତି ଆଜି ସମଗ୍ର ଦେଶରେ ବେଶ ନା କରିଛି, ଏଣୁ ସମୟ ଆସିଛି ଏହି ଯାଜପୁର ରୁ ଗୋ ବଂଶ ର ସମ୍ମାନ ଦେବା ପାଇଁ ଆମ ସମସ୍ତଙ୍କୁ ଆଗେଇ ଆସି ଏହି ଅଭିଯାନରେ ସାମିଲ ହୋଇ କର୍ତ୍ତବ୍ୟ ସମ୍ପାଦନ କରିବାକୁ ସଚ୍ଚିତାନନ୍ଦ ମହାରାଜ ଆହ୍ୱାନ ଦେଇଥିଲେ। ଯାଜପୁର ହେଉଛି ପବିତ୍ର ମାଟି, ଆମ ମା ଓ ମାଟି ର ସୁରକ୍ଷା ରଖିବା ସହ ପରିବେଶ ସଫେଇ ରଖିଲେ ଆମ ପୂର୍ବଜ ଆମ ପ୍ରତି ସେମାନଙ୍କ ଶ୍ରଦ୍ଧା ଓ ଆଶୀର୍ବାଦ ପ୍ରଦାନ କରିବେ ବୋଲି ମହାରାଜ କହିଥିଲେ।
ଏହି ବୈଠକରେ ଜଣାଶୁଣା ଗୋ -ସେବକ ଶ୍ରୀକାନ୍ତ ପ୍ରଧାନ, ସଞ୍ଜୟ ବିଶ୍ୱାସ, ସୌମ୍ୟ ଭୂତିଆ, ଜ୍ଞାନରଞ୍ଜନ ବାରିକ, ଅଭିଯାନ ଓଡିଶା ପ୍ରମୁଖ ଭୂପେନ୍ଦ୍ର ସିଂ ଙ୍କ ସମେତ ଅନ୍ୟମାନେ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।



