ଧର୍ମଶାଳା,୨୦/୧ (ସନ୍ଧାନ ନୟୁଜ୍/ମାନସ ରାଉତ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁରସ୍ଥିତ ଗୁରୁକୂଳ ପବ୍ଲିକ୍ ସ୍କୁଲରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ଚଣ୍ଡିଖୋଲ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ଶାଖା ପରିଚାଳକ ଦୀପକ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ୍ କରିଥିଲେ । ବିଚାରକ ତଥା ସମ୍ମାନୀତ ଅତିଥି ଭାବେ ବରୁଣେଶ୍ୱର ମହାବିଦ୍ୟାଳୟର ରସାୟନ ବିଭାଗ ପ୍ରାଧ୍ୟାପକ ଡଃ ଚର୍ତୃଭୂଜ ସାହୁ, ଜୀବ ବିଜ୍ଞାନ ବିଭାଗ ଅଧ୍ୟାପକ ଜାହାଙ୍ଗୀର ଉଲ ଜମଖାନ୍, ଖରୋସ୍ରୋତା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନର ଅଧ୍ୟାପକ ସୁରେନ୍ଦ୍ର କୁମାର ସାମଲ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ବିଜ୍ଞାନ ପକଳ୍ପ ଗୁଡିକୁ ଦେଖିବା ସହିତ ମୂଲ୍ୟାଙ୍କନ କରିବା ସହିତ ବିଜ୍ଞାନ ଏବଂ ମଣିଷ ଏବେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୟ ଏବଂ ବିଜ୍ଞାନ ବିନା ମନୁଷ୍ୟରେ ଅନ୍ଧ ବୋଲି ମତଦେଇ ବିଜ୍ଞାନକୁ ମାନବ କଲ୍ୟାଣ ଦିଗରେ ଲଗାଇବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଜ୍ଞାନମେଳାରେ କଳାସ୍ଥାପତ୍ୟ, ବିଜ୍ଞାନ, ଗଣିତ ଓ ସାଧରଣ ଜ୍ଞାନ ଭଳି ବିଭାଗରେ ମୋଟ ୮୩ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ସ୍କୁଲର ଚେୟାରମ୍ୟାନ ଅଭୟ କୁମାର ଜେନା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବିର କୁମାର କର, ବିଦ୍ୟାଳୟର ଅଧ୍ୟକ୍ଷ ଦ୍ୱାରିକାନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ପ୍ରକଳ୍ପ ପରିଦର୍ଶନ କରିବା ସହିତ ସେମାନଙ୍କୁ ଧନ୍ୟାବାଦ ଦେଇଥିଲେ । ଏହାକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ପରିଚାଳନା କରିଥିଲେ ।




