ଗୁଣିଆ ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ହତ୍ୟା,ଦୁଇ ଅଭିଯୁକ୍ତ ଗିରଫ

Spread the love

ମାଲକାନଗିରି, ୨୮/୦୬ (ସନ୍ଧାନ ନିଉଜ) ଅତ୍ୟାଧୁନିକ ବିଜ୍ଞାନ ଓ ଇଟଂରନେଟ ଯୁଗରେ ସଭ୍ୟ ଶିକ୍ଷିତ ମଣିଷ ସମାଜ ଚନ୍ଦ୍ରମଣ୍ଡଳରେ ପହଁଚି ମଙ୍ଗଳଗ୍ରହରେ ରହିବାପାଇଁ ଗବେଷଣା କରୁଥିବା ବେଳେ ଏବେ ବି କିଛି ଲୋକ କୁସଂସ୍କାର ଅନ୍ଧବିଶା୍ୱସ ରେ ବଶବର୍ତି ହୋଇ ନାନା ପ୍ରକାର ଅଘଟଣ ଘଟାଇ ଚାଲିଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଚାଲାଣଗୁଡା ପତଚାଂୟତ ପେଣ୍ଡାଲଗୁଡା ଗ୍ରାମରେ ଅନ୍ଧବିଶା୍ୱସର କୁପରିଣତି ଦେଖାଦେଇଛି,ଗୁଣି କରି ଲୋକଙ୍କୁ ମାରିଦେଉଥିବା ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ହତ୍ୟା କରାଯାଇଛି । ଆଜି ପୁଲିସ ସେହି ଗ୍ରାମରେ ପହଁଚି ତଦନ୍ତ କରି ଏହି ଘଟଣାରେ ସଂପୃକ୍ତି ଥିବା ୨ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହିତ ମୃତଶରୀର ଜବତକରି ଶବବ୍ୟବଛେଦ କରି ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି । ଏପରି ବିଭତ୍ସକାଣ୍ଡ ଘଟିଛି ମାଲକାନଗିରି ଥାନାସ୍ଥ ଚାଲାଣଗୁଡା ପଚାଂୟତ ଆଦିବାସୀ ଅଧ୍ୟୁଷିତ ପେଣ୍ଡାଲଗୁଡା ଗ୍ରାମରେ । ଶୁକ୍ରବାର ରାତ୍ରରେ ପେଣ୍ଡାଲଗୁଡା ଗ୍ରାମର ସୋମାମାଢି (୫୦)ଖାଇସାରି ନିଜଘର ବାରଣ୍ଡାରେ ଶୋଇଥିଲେ ,ହାଟାତ ତାଙ୍କ ନିକଟରେ ଗ୍ରାମର ମୁକାମାଡକାମି(୩୫)ଓ ଲାକ୍ଷମା ମାଡକାମି(୪୫)ପହଁଚି ତୁ ଗୁଣିକରି ଆମ ଛୁଆଙ୍କୁ ମାରିଦେଇଛୁ, ଆମକୁ ଗୁଣିକରୁଛୁ କହି ତାଙ୍କ ମୁଣ୍ଡକୁ ବାଡିରେ ପ୍ରହାରକରିଥିଲେ । ବାଡି ପ୍ରହାର ରେ ଚିତ୍କାରକରି ସୋମା ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।ଚିତ୍କାର ଶୁଣି ଘରେ ଶୋଇଥିବା ସୋମାଙ୍କ ସ୍ତ୍ରୀ ସୁକ୍ରୀମାଢି(୪୫) କଣ ହେଲା ବୋଲି ବାହରକୁ ଆସି ଦେଖିଲା ବେଳକୁ ସ୍ୱାମୀ ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି ମୋ ସ୍ୱାମୀଙ୍କୁ ତୁମେ କାହିଁକି ମାରିଲ ବୋଲି କହିବାରୁ ସେ ଦୁଇଜଣ ଯୁବକ ସୁକ୍ରୀମାଢି ଙ୍କ ମୁଣ୍ଡକୁ ମଧ୍ୟ ବାଡିଦ୍ୱାରା ପ୍ରହାର କରିଥିଲେ . ସୁକ୍ରୀଙ୍କର ମୁଣ୍ଡଫାଟି ସେହିଠାରେ ହିଁ ମୃତ୍ୟୁଘଟିଥିଲା । ଚିତ୍କାର ଶୁଣି ଗ୍ରାମବାସୀ ଓ କିଛି ଦୁରରେ ଥିବା ସୋମା ଙ୍କ ପୁଅ ଘଟଣାସ୍ଥଳରେ ପହଁଚି ବିଭିତ୍ସଦୃଶ୍ୟ ଦେଖି ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିପକାଇ ଘରେ ଅଟକାଇ ରଖିଥିଲେ । ଆଜି ସକାଳେ ସୋମାଙ୍କ ପୁଅ ମୁକା ମାଢି(୨୫) ବାପାଙ୍କୁ ହତ୍ୟା କରାଯାଇଥିବା ସଂପର୍କରେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ । ପୁଲିସ ଏତଲା ପାଇବାପରେ ଆଜି ସକାଳେ ଏସଡିପିଓ ପ୍ରହ୍ଲାଦ ମୀନା,ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ,ପୁଲିସ ସଦଳବଳ ପେଣ୍ଡାଲଗୁଡା ଗ୍ରାମରେ ପହଁଚି ଦୁଇଟି ମୃତଶରୀର ଜବତକରି ମାଲକାନଗିରି ହସପିଟାଲକୁ ଶବବ୍ୟବଛେଦ ନିମନ୍ତେ ପଠାଇଥିଲେ । ଗ୍ରାମବାସୀ ଅଟକ ରଖିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫକରି ଥାନାକୁ ନେଇ ପଚରା ଉଚରା କରିବାରୁ ହତ୍ୟାକାଣ୍ଡର ପର୍ଦାଫାସ ହୋଇଥିଲା । ଗତ ଗତ କିଛି ମାସତଳେ ଲକ୍ଷାମାଙ୍କର ୮ବର୍ଷର ଝିଅର ମୃତ୍ୟୁଘଟିଥିଲା,ତାପର ଠାରୁ ଲକ୍ଷାମା ଓ ମୁକା ମାଡକାମିଙ୍କର ଗୋଡଫୁଲି ଯାଉଥିଲା , ସୋମା ମାଢି ଗୁଣି କରି ଝିଅକୁ ମାରିଦେବ ସହ ସେମାନଙ୍କୁ ଗୁଣିକରିଛି ବୋଲି ସନ୍ଦେହରେ ସୋମା ମାଢିଙ୍କୁ ଗତ କାଲି ରାତ୍ରରେ ସେ ଦୁଇଜଣ ପଚାରିବାକୁ ଆସିଥିଲେ, ସୋମା ସେମାନଙ୍କୁ ଧମକ ଚମକ ଦେବାରୁ ରାଗିକି ସୋମାର ମୁଣ୍ଡକୁ ବାଡିରେ ପିଟି ଦେଇଥିଲେ । ସେ ତଳେ ପଡି ଯିବାରୁ ସୋମାଙ୍କର ସ୍ତ୍ରୀ ଆସି ପାଟିକରିଥିଲା, ତାକୁ ମଧ୍ୟ ବାଡିରେ ପିଟିଥିଲେ,ସେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଅଭିଯୁକ୍ତ ଦୁଇଜଣ ପୁଲିସ ନିକଟରେ ସ୍ୱିକାର କରିଛନ୍ତି । ମାଲକାନଗିରି ଥାନା କେସ ନମ୍ବର ୨୧୩/୨୦, ଭାରତୀୟ ପିଙ୍ଗଳ କୋର୍ଡ ୩୦୨,୩୪ ଦଫାରେ ଅଭିଯୁକ୍ତ ଲାକ୍ଷମା ମାଡକାମି ଓ ମୁକା ମାଡକାମିଙ୍କୁ ପୁଲିସ ଗିରଫକରିଛି ।ଗତ ଦୁଇଦିନତଳେ ମୋଟୁଥାନା ଅଚଂଳରେ ଗୁଣିସନ୍ଦେହରେ ମା ଓ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା, ମା ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବ ବେଳେ ଝିଅ ଏବେ କୋରାପୁଟ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ବିଜ୍ଞାନ ଯେତେ ଆଗଉଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଏବେ ବି କିଛି ଲୋକ ଆନ୍ଧବିଶ୍ୱାସ ଓ କୁସଂସ୍କାର କୁ ବିଶ୍ୱାସ କରି ନାନାପ୍ରକାର ଅଘଟଣ ଘଟାଇ ଗୁଣି ଗାରେଡି ସନ୍ଦେହରେ ନରହତ୍ୟା ଭଳି ଜଘନ୍ୟ କାଣ୍ଡ କରିବାକୁ ଟିକିଏ ବି ପଛାଉନାହଁନ୍ତି ।

Related Posts

About The Author

Add Comment