କଟକ , 17/03/2022 (ସନ୍ଧାନ ନିଉଜ): ଗିରଫ ହେଲେ କଟକ ଡ୍ରେନେଜ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଗିଜିଲାନ୍ସ । ଗତକାଲି ମନୋଜଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଥିଲା । ମନୋଜଙ୍କ ଠାରୁ ମୋଟ ୪କୋଟି ୨୬ ଲକ୍ଷର ସମ୍ପତ୍ତି ଠାବ କରାଯାଇଛି । ଯାହା ଆୟ ଠାରୁ ୫୦୮% ଅଧିକ ସମ୍ପତ୍ତି ବୋଲି କୁହାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍ କରାଯାଇଥିଲା ।
କଟକ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଥିଲା । କଟକ ଗଣ୍ଡପୁରସ୍ଥିତ ଅଫିସ, କଟକ ମହାନଦୀ ବିହାର ସ୍ଥିତ ଦୁଇ ମହଳା ଘର, କଟକ ନେମାଳ ସ୍ଥିତ ପୈତୃକ ଘର, ପାହାଳରେ ମନୋଜଙ୍କ ସ୍ତ୍ରୀ ଦେବସ୍ମିତା ବେହେରାଙ୍କ ନାଁରେ ଥିବା ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଏହି ଚଢାଉରେ ୪ ଜଣ ଡିଏସପି, ୮ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।



