ଚାନ୍ଦବାଲି: (ସନ୍ଧାନ ନ୍ୟୁଜ୍) ଓଡ଼ିଶା ରେ ପରୀ ହତ୍ୟା କାଣ୍ଡ ର ଚାଞ୍ଚଲ୍ୟ ମୟ ରହସ୍ୟ ଲୋକ ଙ୍କ ମନ କୁ ଉଥାନ ପ୍ରଥାନ କରୁଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ରେ ମାତିଛନ୍ତି ଛୁଆ ଧରାଳି।
ଖବର ଅନୁଯାୟୀ ଘଟପୁର ପଞ୍ଚାୟତ ର ଖଡ଼ିଯାଆଳ ଗ୍ରାମରେ ଦେବେନ୍ଦ୍ର ରାଉଳ ଙ୍କ ଏକ ମାତ୍ର ଝିଅ ସୋନାଲି ରାଉଳ (୧୧) ଟିଉ ସନ୍ ସାରି ଗତକାଲି ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ କେତେକ ଦୃଷ୍ଟ ଅସୁର ପ୍ରକୃତି ର ଲୋକ ଏକ ବୋଲୋର୍ ରେ ଆସି ପ୍ରଥମେ ସୋନାଲି କୁ ଚକ୍ଲେଟ୍ ଖାଇବାକୁ ଯାଚିଥିବା ସହ କୁ ତାଙ୍କ ଘରେ ଗାଡ଼ି ରେ ଛାଡି ଦେବାକୁ କହିଥିଲେ।
ସୋନାଲି ଏଥିରେ ରାଜି ନହେବାରୁ ତା ହାତ ଧରି ଜଣେ ଟଣା ଓଟରା କରିଥିଲା। କିଛି ସମୟ ପାଇଁ ଉଭୟ ଉଭୟ ଙ୍କ ମଧ୍ୟ ରେ ଠେ ଲା ପେଲା ପରେ ସୋନାଲି ଉପଯୁକ୍ତ ବୁଦ୍ଧି ଖଟାଇ ତାଙ୍କ ହାତରୁ ଖସି ଯାଇ ଆଉଥରେ ପୁଣି ଟିଉସନ୍ ଘର ପାଖକୁ ଦୌଡ଼ି ପଳେଇ ଥିଲେ। ଏବଂ ସେମାନେ ଗଲା ପରେ ଘର କୁ ଫେରି ଘର ଲୋକଙ୍କୁ ସବୁ କାନ୍ଦି କାନ୍ଦି ଜଣାଇବା ପରେ ଆଉ ଟିଉସନ ନଯିବା ପାଇଁ ଜିଦ୍ ଧରିଥିଲେ। ପରିବାର ଲୋକ ଗ୍ରାମ ବାସି ଙ୍କ ସହାୟତା ରେ ବହୁତ୍ ଖୋଜା ଖୋଜି କରିଥିଲେ ମଧ୍ୟ ଛୁଆ ଧରାଳି ଙ୍କ ର କୌଣସି ଟେର ପାଇନଥିଲେ।
ସୋନାଲି କହିବା ଅନୁଯାୟୀ ତିନି ଜଣ ଆସିଥିଲେ ଜଣେ ଅଧିକ ଦାଢ଼ି ରଖିଥିବା ଲୋକ ତାଙ୍କ ହାତକୁ ଟାଣି ଆଣି ଗାଡ଼ି ରେ ବସି ବାକୁ ବାଧ୍ୟ କରୁଥିଲେ। ଗ୍ରାମ ବାସୀ ଙ୍କ ସନ୍ଦେହ ଅନୁଯାୟୀ ସେହି ଅଞ୍ଚଳ ର କେହି ଛୁଆ ଧରାଳି ଙ୍କୁ ଛୁଆ ଧରିବାରେ ସହାୟତ କରୁଛି। ସେହି ଅଞ୍ଚଳ ର ଲୋକ ମାନେ ନିଜର ଛୋଟ ଛୋଟ ପିଲାଙ୍କ ପାଠ ପଢା ଓ ଖେଳା ବୁଲା କୁ ନେଇ ଚିନ୍ତାରେ ଅଛନ୍ତି



