ବଡଚଣା, ତା.୨୯/୦୫ (ସନ୍ଧାନ ନିୟୁଜ.)-ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ର୍ୀ ଅଟଳ ବିହାରୀ ବାଜପାୟୀଙ୍କ ଏନଡିଏ ସରକାରଙ୍କ ସମୟରୁ ସ୍ୱର୍ଣ୍ଣ ଚତ୍ୁର୍ଭୁଜ ଯୋଜନା ଆରମ୍ଭ କରାଯାଇଥିଲା । ବଡଚଣା ଅଂଚଳ ଦେଇ ଯାଇଥିବା ୧୬ନ ଂଜାତୀୟ ରାଜପଥ ଚାରିଥାକିଆ ସଂପ୍ରସାରଣ କାର୍ଯ୍ୟ ୨୦୦୦ ମସିହାରେ ଆରମ୍ଭ କରାଯାଇଥିଲା । ସେହି ସମୟରେ ରାସ୍ତାର ଉଭୟ ପାଶ୍ୱର୍କୁ ଗମନଗମନ ପାଇଁ ଚଣ୍ଡିଖୋଲ ଠାରେ ୩ଟି, ବଡଚଣା ଠାରେ ୧ଟି, ଛତିଆ ଠାରେ ୧ଟି ଗଳିପୋଲ ନିର୍ମାଣ କରାଯାଇଥିଲା । ଏହାପରେ ୨୦୧୧ ମସିହାରେ ସଂପୃକ୍ତ ରାସ୍ତାକୁ ୬ ଥାକିଆ ଲେନ କରିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ସମୟରେ ବନ୍ଦାଳୋ, କଡେଇ ଛକ ଓ ନେଳିଆ ଛକରେ ୩ଟି ଗଳିପୋଲ ନିର୍ମାଣ କରାଯାଇଥିଲା । ବଡଚଣା ଚଣ୍ଡିଖୋଲ ଓ ଛତିଆ ସହ କେତେକ ସ୍ଥାନରେ ରାସ୍ତା ପାର ହେବା ପାଇଁ ଗମନା ଗମନ ଦୃଷ୍ଟିରୁ ଗଳିପୋଲ ନିର୍ମାଣ ପାଇଁ ଦାବୀ କରାଯାଇଥିଲେ ବି ତାହା ନିର୍ମାଣ କରାଯାଇ ନଥିଲା । ଛତିଆ ନିକଟସ୍ଥ ଚଟିଘର ନିକଟରେ ଗଳିପୋଲ ନିର୍ମାଣ ନହେବାରୁ ସ୍ଥାନୀୟ ଅଧିବାସୀଙ୍କ ବିରୋଧ ପାଇଁ ସଂପ୍ରସାରିତ ରାସ୍ତା କାର୍ଯ୍ୟରେ ସେଠାରେ ବ୍ୟତିକ୍ରମ ଦେଖିବାକୁ ମିଳୀଥିଲା । ଅଧପନ୍ତରିଆ ହୋଇ ପଡି ଥିବା ସେହି ରାସ୍ତା ଉପରେ ଗମନା ଗମନ ପାଇଁ ତତକାଳିନ ସାଂସଦ ମୋହନ ଜେନା ବିଭାଗୀୟ କେନ୍ଦ୍ର ପ୍ରମୁଖ ପରିଚାଳକ ଟେକନିସିଆନ ସଂଜୟ ସକସେନାଙ୍କୁ ଚିଠି ଲେଖିଥିଲେ । ଏହାର ଉତରରେ ଶ୍ରୀ ସକସେନା ଚିଠି ନଂ ୧୩୧୧/୭/ପି.ଜି./ଆର.ଓ.-ଓଡି/୧୯୦୫/୨୦୧୩ରେ ଦଶାଇର୍ଥିଲେ କି ଉଭୟପଟେ ଦୁଇଟି ଗଳିପୋଲ ଥିବାରୁ ଏଠାରେ ପାଦଚଲା ଫ୍ଲାଇଓଭର ନିର୍ମାଣ କରାଯାଇପାରିବ । ଏଥିରେ ସ୍ଥାନୀୟ ଅଧିବାସୀ ସନ୍ତୋଷ ପ୍ରକାଶ ନକରିବାରୁ ଅଦ୍ୟବଧି ଏହାର କୌଣସି ସମାଧାନ ହୋଇପାରିନାହିଁ । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଦୀର୍ଘ ବର୍ଷ ପରେ ସେହିଠାରେ ଏକ ଗଳିପୋଲ ନିର୍ମାଣ କରିବା ପାଇଁ ବିଜେଡି ଦଳର ସ୍ଥାନୀୟ ପଂଚାୟତ ପ୍ରତିନିଧି ଓ ଛାମୁଆ କର୍ମମାନେ କୀଛୀଦିନ ହେବ ଧାରଣାରେ ବସିବା ସହ କେନ୍ଦ୍ର ଉପରେ ଆରୋପ ପ୍ରତ୍ୟାରୋପ ଲଦୁଛନ୍ତି । ଏହାର ପ୍ରତିବାଦରେ ବୁଧବାର ଦିନ ବଡଚଣା ବିଜେପି ନେତା ତଥା ରାଜ୍ୟ ସଂପାଦକ ଅମର ନାୟକ କହିଛନ୍ତି ସ୍ଥାନୀୟ ଅଧିବାସୀଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ ବୀଧାୟକଙ୍କ ଏହା ଅପାରଗତା । କାରଣ ୨୦୦୦ ମସିହାରେ ଯେତେବେଳେ ରାସ୍ତା ସଂପ୍ରସାରଣ କରାଗଲା ସେ ସମୟରେ ସେ ରାଜ୍ୟର ମନ୍ତ୍ରୀ ଥିଲେ । ଦ୍ୱିତୀୟବାର ୬ ଥାକିଆ ସଂପ୍ରସାରଣ ସମୟରେ ସେ ଏନ.ସି.ପି ଦଳର ବିଧାନସଭା ବିଧାୟକ ଦଳର ନେତା ଥିଲେ । କେନ୍ଦ୍ରରରେ ତାଙ୍କ ଦଳ ସମର୍ଥୀତ ଉପା ସରକାର ରହିଥିଲେ ବି ବିଧାୟକ ନିଜେ ଏଥିପ୍ରତି ଉଦ୍ୟମ କରି ରାଜ୍ୟକୁ କିମ୍ବା କେନ୍ଦ୍ରସରକାରଙ୍କୁ ଚିଠି ଜରିଆରେ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେଇନଥିଲେ । ସାଂସଦଶ୍ରୀ ଜେନାଙ୍କ ପରେ ଏଠାରୁ ନିର୍ବାଛିତ ହୋଇଥିବା ଦୁଇ ସାଂସଦ ରୀତା ତରାଇ ଓ ଶ୍ରମିଷ୍ଠା ସେଠୀ ମଧ୍ୟ ଏଥିପ୍ରତି ଗୁରୁତ୍ୱ ନଦେବା ଦୁର୍ଭାଗ୍ୟ ଜନକ ଘଟଣା । ବଡଚଣା ନିକଟରେ ସ୍ଥାନୀୟ ଅଧିବାସୀଙ୍କ ଦାବୀକୁ ଗ୍ରହଣ କରି ଆମ୍ଭେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜରିଆରେ କେତେବେଳେ ସେଠାରେ ଗଳିପୋଲ ପାଇଁ ପ୍ରକିୟା ଆରମ୍ଭ କଲୁ ଛତିଆ ନିକଟସ୍ଥ ଚଟିଘର ଗଳିପୋଲ ପାଇଁ ସ୍ଥାନୀୟ ପଂଚାୟତ ପ୍ରତିନିଧିଙ୍କ ସହଯୋଗ ମାଗି ଥିଲେ ବି ସେ ଏଥିରେ କୁଣ୍ଠାବୋଧ କରିଥିଲେ । ବଡଚଣାର ସ୍ଥାନୀୟ ପଂଚାୟତ ପ୍ରତିନିଧି ମାନଙ୍କ ସହ ଯୋଗ ମିଳିବାରୁ ଆଜି ସେଠାରେ ଗଳିପୋଲର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଅପର ପକ୍ଷରେ ରାଜନୈତିକ ଅବିସନ୍ଧି ରଖି ନିଜର ପତିୟାରେ ଜାହିର କରିବା ପାଇଁ କେବଳ ଧାରଣା ମାଧ୍ୟମରେ ଉଦ୍ୟମ କରାଯାଉଛି । ତାହା ଅତ୍ୟନ୍ତ ଦୁଭାର୍ଗ ଜନକ ଅଟେ । ଏବେ ବି ସମୟ ଅଛି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆମ ଅଂଚଳପ୍ରତି ଭଲାପଇବା ଓ ବିକାଶକୁ ଆଗେଇନେବା ପାଇଁ ଯେଉଁ ଦୃଢ ଇଛାଶକ୍ତି ଅଛି ଆସନ୍ତୁ ସମସ୍ତେ ମିଶି ତାଙ୍କ ଜରିଆରେ ଏହି କାର୍ଯ୍ୟ କରିବା ପାଇଁ ସଦ୍ଳ୍ ନେବା ।
ଗଳିପୋଲ ନିର୍ମାଣ ପ୍ରସଙ୍ଗ: ଅଂଚଳର ବିକାଶରେ ରାଜନୌତିକ କାରଣ ବାଧକ ନହେଉ-ଅମର
|
May 29, 2022 |