ଯାଜପୁର,୨୭/୦୪/୨୨ (ସନ୍ଧାନ ନିଉଜ) ନିଜର ମତ ଉପସ୍ଥାପନ କରିବା ହେଉଛି ଆମ ସମ୍ବିଧାନର ମୌଳିକ ଅଧିକାର । ସେହିପରି ନିଷ୍ଠୁର ଏବଂ ଅପ୍ରୀୟ ସତ୍ୟ ଉପସ୍ଥାପନ କରୁଥିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ଫାଇବ ଟି ବ୍ୟବସ୍ଥାର ସଫଳ ରୂପାୟନ ପାଇଁ କାର୍ଯ୍ୟ କରୁଥିବା ଜଣେ ଗଣମାଧ୍ୟମ ପ୍ରତିନିଧୂଙ୍କ ପ୍ରତି ଧର୍ମଶାଳା ପୋଲିସର ଜୂଲମ ସାଧାରଣରେ ରାଜ୍ୟ ସରକାରଙ୍କ ସ୍ଵଚ୍ଛ ଶାସନ ତଥା ‘ଆମ ପୋଲିସ’ ବ୍ୟବସ୍ଥା ପ୍ରତି ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଖବରରୁ ପ୍ରକାଶ, ଯାଜପୁର ଜିଲ୍ଲାର ଧର୍ମଶାଳାର ସାମ୍ବାଦିକ ସଂଜୟ ମିଶ୍ର ଦୀର୍ଘଦିନ ହେବ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ ସାମାଜିକ, ଛାପା ଏବଂ ୱେବ ଗଣମାଧ୍ୟମରେ ସତ୍ୟ ଖବର ମାନ ପ୍ରକାଶ କରି ଚର୍ଚ୍ଚାରେ ରହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନ ଏବଂ ଫାଇବ ଟି ବ୍ୟବସ୍ଥା ଉପରେ ଆସ୍ଥା ରଖୁ ସେ କୁମାରୀ ପଂଚାୟତର କେତେକ ଅନିୟମିତତା ନେଇ ପଂଚାୟତରାଜ ସଚିବଙ୍କ ନିକଟରେ ଅଭିଯୋଗ କରିବା ପରେ ଜିଲ୍ଲା ପ୍ରଶାସନ ଦ୍ବାରା ତଦନ୍ତ ହୋଇ ସଂଜୟଙ୍କ ଅଭିଯୋଗର ସତ୍ୟତା ପ୍ରମାଣିତ ହୋଇଥିଲା। ହେଲେ ଏଥିରେ ଧର୍ମଶାଳା ବ୍ଲକ ପ୍ରଶାସନ ଏବଂ କୁମାରୀ ପଂଚାୟତର ପି.ଇ.ଓ ପ୍ରତିକ୍ରିୟାଶୀଳ ହୋଇଥିଲେ। ଗତ୨୬ ତାରିଖ ଦିନ ଜାରକାର କେତେକ ଲୋକ ନିକଟସ୍ଥ ଶିଶୁ ଉଦ୍ୟାନରେ କୁଆଡେ ଆପତି ଜନକ ଅବସ୍ଥାରେ ଥିବା ବେଳେ ଧର୍ମଶାଳା ଥାନା ଅଧିକାରୀ ରାକେଶ ତ୍ରିପାଠୀ ସେମାନଙ୍କୁ ମାଡ ମାରିଥିଲେ। ସଂଜୟ ଏହି ଘଟଣାରେ ହସ୍ତକ୍ଷେପ କରି ମାଡ ଖାଇଥିବା ଲୋକଙ୍କ ଧରି ଥାନା ଅଧିକାରୀଙ୍କ ନାମରେ ଏତଲା ପ୍ରଦାନ କରାଇଥିଲେ ବୋଲି ଅଭିଯୋଗ ହେଉଛି । ଏହା ପୂର୍ବରୁ ଏକ ଡମ୍ପର ଧକ୍କାରେ ଛାତ୍ରୀ ମୃତ୍ୟ ହେବା ପ୍ରସଙ୍ଗରେ ସଂଜୟଙ୍କ ଖବର ଏବଂ ଅନ୍ୟ କେତୋଟି ପୋଲିସ ବିରୋଧୀ ଖବର ପୋଲିସ ପାଇଁ ଅସହ୍ୟ ହୋଇଥିଲା। ଏହି ଆକ୍ରୋଶରେ ଧର୍ମଶାଳା ଥାନା ପୋଲିସ କୁମାରୀ ପଂଚାୟତର ପି.ଇ.ଓ ନିର୍ମଳ ପଣ୍ଡାଙ୍କୁ ଡକାଇ ଏକ ଏତଲା କରାଇଥିଲେ । ଏହି ଏତଲାରେ ଦର୍ଶା ଯାଇଥିବା ତଥ୍ୟ ଅନୁସାରେ ସଂଜୟ କୁଆଡେ ଗତ ମାର୍ଚ୍ଚ ୨୪ ଏବଂ ମାର୍ଚ୍ଚ ୨୯ ତାରିଖରେ ପି.ଇ.ଓଙ୍କୁ ଅସଦାଚରଣ କରିବା ସହ ବନ୍ଧୁକ ଦେଖାଇ ମାରିବାକୁ ଧମକ ଦେଇଥିଲେ । ଏବେ ପ୍ରଶ୍ନ ଉଠୁଛି ଯେ, ଏଭଳି ଏକ ସମ୍ବେଦନଶୀଳ ଅଭିଯୋଗ ନେଇ ଫଚାୟତ ପି.ଇ.ଓ ଘଟଣାର ୩୨ ଦିନ ପରେ ଅପ୍ରେଲ ମାସ ୨୬ ତାରିଖ ପର୍ଯ୍ୟନ୍ତ କାହିଁକି ଚୁପ ଥିଲେ ? ଅପ୍ରେଲ ୨୬ ତାରିଖ ଦିନ ଏତଲା ଦିଆଯିବା ପରେ କୌଣସି ପ୍ରକାର ତଦନ୍ତ ନକରି ପୋଲିସ ସିଧାସଳଖ ସଂଜୟଙ୍କୁ ୨୯୪,୩୨୩,୩୫୩,୧୮୬,୫୦୬,୫୦୭,୪୨୦, ୩୮୫,୩୯୨,୧୦୯, ୩୪,୨୫ ଏବଂ ୨୭ ଆର୍ମସ ଆକ୍ଟରେ କେସ ନଂବର-୨୨୧ ରୁଜୁ କରି ଗିରଫ ସହ କୋର୍ଟ ଚାଲାଣ କଲେ । କଲମ ଧରୁଥିବା ଜଣେ ସାମ୍ବାଦିକଙ୍କୁ ବନ୍ଧୁକ ଧରିଥୁବାର ମିଛ କେସ ରୁଜୁ କରିବାକୁ ଆଇନ ବ୍ୟବସ୍ଥା କିମ୍ବା ବିବେକ ବାଧା ଦେଇ ନଥିଲା। ଏହି ଘଟଣାରେ ସଂଜୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ପରେ ସାଧାରଣରେ ଘୋଣ ଉଦବେଗ ପ୍ରକାଶ ପାଇଛି। ସତ୍ୟ ଲେଖିଲେ ଏଭଳି ଅବସ୍ଥା ଭୋଗିବାକୁ ପଡିବ ବୋଲି ଏକ ପ୍ରକାର ଚେତାବନୀ ଦିଆଯାଇଛି ।



