ଗଡମଧୁପୁର ପାନୀୟ ଜଳ ପ୍ରକଳ୍ପ ଥାଇ ମଧ୍ୟ ପିଇବା ପାଣି ମିଳୁନି, ବଢୁଛି ଜନ ଅସନ୍ତୋଷ
ଗଡମଧୁପୁର ପାନୀୟ ଜଳ ପ୍ରକଳ୍ପ ଥାଇ ମଧ୍ୟ ପିଇବା ପାଣି ମିଳୁନି, ବଢୁଛି ଜନ ଅସନ୍ତୋଷ
Manas Kumar Rout |
January 31, 2019 |

ଯାଜପୁର, ୩୧/୧(ସନ୍ଧାନ ନିୟୁଜ)-ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକ ଅନ୍ତର୍ଗତ ଗଡମଧୁପୁର ଠାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବହୁଳରେ କରାଯାଇଥିବା ପାନୀୟ ଜଳ ପ୍ରକଳ୍ପ ରହିଛି । କିନ୍ତୁ ଏହି ପ୍ରକଳ୍ପରୁ ଜନସାଧାରଣ ପିଇବା ପାଣି ପାଇବାରୁ ବଂଚିତ ହେଉଛନ୍ତି । ଯାହା ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ପ୍ରାପ୍ତ ଖଭର ନେବାରୁ ଜଣାଯାଏ ଗତ ୧୫ ଦିନ ହେବ ଏହି ପାନୀୟ ଜଳ ପ୍ରକଳ୍ପ ପାଣି ସପ୍ଳାଇ କରାଯାଉ ନଥିବା ଜଣାଯାଇଛି । ଅପର ପକ୍ଷରେ କିଛି ଲୋକ ପାଣି ପାଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଓ ପାଣି ପ୍ରକଳ୍ପ ଘର ଚାବି ପକାଇ ଦେଇଥିବା ଜଣାଯାଇଛି । ଅପର ପକ୍ଷରେ ଯେଉଁ ଅପରେଟର ଅଛନ୍ତି ସେ ଠିକ ଭାବରେ ରେଗୁଲାର ପାଣି ସପ୍ଳାଇ ଦେଉ ନଥିବାର ଅନେକ ଅଭିଯୋଗ ପଂଚାୟତ, ବିଭାଗୀୟ ଜେ.ଇ, ବି.ଡି.ଓଙ୍କ ନିକଟରେ କରାଯାଇଛି । କିନ୍ତୁ ସେହିପରି ପୂର୍ବ ରୋଗ ରହିଚାଲିଛି । ତାହା କେବେ ଭଲ ହେବ ସନେ୍ଦହ ଘେରରେ । ଏ ସଂପର୍କରେ ଆଜି ବିଭାଗୀୟ ଜାରକା ଜେ.ଇ. ରୁଦ୍ର ପ୍ରକାଶ ସେଠୀଙ୍କୁ ପଚାରିବାରୁ ସେ କହିଲେ ଯଦି ସେ ଅପରେଟର ପାଣି ସପ୍ଳାଇରେ ସମସ୍ୟା ସୃଷ୍ଟି କରୁଛନ୍ତି ତାହଲେ ତାକୁ ବଦଳାଇବାକୁ ବିଡିଓଙ୍କୁ କୁହନ୍ତୁ । ବିଡିଓ ଅମ୍ବିକା ପ୍ରସାଦ ଦାସଙ୍କ ନିକଟରେ ବୁଧବାର ଦିନ ଅଭିଯୋଗ କରିବାରୁ ସେ କହିଛନ୍ତି ମୁଁ ଏହାର ତଦନ୍ତ କରିବି । ଏହିପରି ପାନୀୟ ଜଳ ପ୍ରକଳ୍ପ ପ୍ରତି ମାସରେ ଅନେକ ଥର ବନ୍ଦ ହେଉଛି । ଅପରଟେର ତାର ବ୍ୟକ୍ତତିଗତ କାମରେ ୧୦/୧୫ଦିନ ଯାଇଥିଲେ ମଧ୍ୟ ସାଧାରଣ ଲୋକ ପାଣି ପାଉ ନାହାନ୍ତି । ପଂଚାୟତ କିମ୍ବା ବିଭାଗୀୟ ଏହାର ବିକଳ୍ପ ବ୍ୟବସ୍ଥା କରିବାରେ ଟାଳଟୁଳ ନିତି ଅବଲମ୍ବନ କରୁଥିବା ଜଣାଯାଇଛି । ଏଥିପ୍ରତି ଯାଜପୁର ଜିଲ୍ଲାପାଳ ତଦନ୍ତ କରିବାକୁ ସାଧାରଣର ଦୋବୀ ହେଉଛି ।
Reporrt- Prasqanta Samal
Related Posts
About The Author