ଗଞ୍ଜାମ, ୧୦/୫ (ସନ୍ଧାନ ନିୟୁଜ) ଗଞ୍ଜାମରେ ପୁଲିସ୍ର ଏନ୍କାଉଣ୍ଟର। ପୁଲିସ୍ ସହ ଗୁଳି ବିନିମୟ ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ୱାଇଁ ଗୁରୁତର ଆହତ ହୋଇଛି। ଏଥିରେ ଖଲ୍ଲିକୋଟ ଥାନା ଇନ୍ସପେକ୍ଟର ଓ ୪ଜଣ ପୁଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଆଜି ଭୋର ସାଢ଼େ ୪ଟା ବେଳେ ଖଲ୍ଲିକୋଟ ଥାନା ନାରାୟଣୀ ମନ୍ଦିର ରାସ୍ତାରେ ଏହି ଗୁଳି ବିନିମୟ ହୋଇଥିଲା।
ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ ଖଲ୍ଲିକୋଟ ହସ୍ପିଟାଲ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁଳି ବିନିମୟ ବେଳେ ମନୋଜ ସହ ଥିବା ତା’ର ସହଯୋଗୀ ଫେରାର ହୋଇଯାଇଛି। ତାକୁ ଧରିବା ଲାଗି ଉଦ୍ୟମ ଜାରି ରହିଛି।
ମନୋଜ ନିକଟରୁ ଗୋଟିଏ ମାଉଜର, ଦୁଇଟି ଗୁଳି, ବାଇକ୍ ଓ ଗୋଟିଏ ମାଗାଜିନ୍ ପୁଲିସ୍ ଜବତ କରିଛି।




