ଖେରଙ୍ଗ: (ସନ୍ଧାନ ନ୍ୟୁଜ୍) ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ବଜାର ରେ ବେଆଇନ ନିଶା କାରବାର ଏବେ ବଢିବାରେ ଲାଗିଛି। ଚୋରା ଦେଶୀ ସାଙ୍ଗକୁ ମଧ୍ୟ ଧଳା ଜହର ର ଗନ୍ତାଘର ପାଲଟିଛି ଏହି ଖେରଙ୍ଗ ବଜାର। ସନ୍ଧ୍ୟା ହେବା କ୍ଷଣି ନିଶାଡି ଙ୍କ ଆଗମନ ବଜାରକୁ। ଖେରଙ୍ଗ ସହିତ ପାଖ ଆଖ ଗାଁ ଗହଳି ରେ ଥିବା ଛୋଟ ବଡ ଦୋକାନୀ ମାନେ ଏହି ବେଆଇନ୍ ବେପାରକୁ ବେଶ୍ ଆଦରିଛନ୍ତି। ବିଶେଷ କରି ଗାଁ ଗହଳି ରେ ଯୁବପିଢି ସାଙ୍ଗକୁ ଚାଷୀ ମୂଲିଆ ମାନେ ମୁଖ୍ୟ ଗ୍ରାହକ ପାଲଟିଛନ୍ତି। ଯାହା ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ଘଟାଇ ବାରେ ଆଶଙ୍କା ସୃଷ୍ଟି କରୁଛି। ଗତ କିଛି ଦିନ ହେବ ଖେରଙ୍ଗ, ଖଡ଼ି ଜାଣ, ବାଟି ଟଙ୍କି, ଦିଗଛିଆ, ଅଞ୍ଚଳ ମାନଙ୍କ ର ଚୋରା ମଦ ବେପାରୀ ଙ୍କ ଚେର ଲମ୍ବିବାରେ ଲାଗିଛି। କେତେକ ଅସାମାଜିକ ବ୍ୟତି ଏଥିରେ ମୁଖ୍ୟ ହୋଇ ବେକାର ଯୁବକ ମାନଙ୍କୁ ଧନ୍ଦା ରେ ଲଗାଇ ବେଶ୍ ଭଲରେ ଚଳାଇ ଛନ୍ତି। ଦେଶୀ ମଦ ସାଙ୍ଗକୁ ମଧ୍ୟ ଗଞ୍ଜେଇ ଖଟି ବି କମ୍ ନୁହେଁ। କିଛି ମାଫିଆ ଏହାକୁ ଚୋରା ରେ ଆଣି ଶିକ୍ଷିତ ବେକାର ଯୁବକ ମାନଙ୍କୁ ଏଜେଣ୍ଟ ବନାଇ ବେପାର ଚଳାଇ ଛନ୍ତି। ନିଶାରେ କବଳିତ ଯୁବ ଗୋଷ୍ଟି ଏହାକୁ ସେବନ କରି ବିଭିନ୍ନ ଛକ, ରାସ୍ତା ସହିତ ନିଜ ଗାଁ ଦାଣ୍ଡରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ଏହାକୁ କେତେକ ସାଧାରଣ ଲୋକ ବାରଣ କରିବା ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ଶେଷରେ ନୀରବ ରହିବାକୁ ପଡୁଛି ବୋଲି କେତକ ସାଧାରଣ ଦିନ ମଜୁରିଆ ମାନେ ମତ ରଖିଛନ୍ତି। କିଛି ଦିନ ତଳେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲେ ମଧ୍ୟ ବେପାରୀ ମାନଙ୍କ ର ଉତ୍ପାତ କମିବାରେ ନାଁ ଧରୁନି। ବେପାର କୁ ନେଇ ପରସ୍ପର ଭିତରେ ବଜାର ରେ ଲାଗିରହିଥିବା ଗଣ୍ଡଗୋଳ ପାଇଁ ସାଧାରଣ ଲୋକ ଙ୍କ ସାନ୍ଧ୍ୟ ସମୟ ରେ ବଜାରକୁ ଆସିବା ନିରାପତ୍ତା ମନେ କରୁନାହାନ୍ତି।
Report- Prasanta Barik
wanted Reporter
