ଖାଦାନ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ  !

Spread the love

ରାଉରକେଲା,୨୬/୧୨/୨୦୨୦ (ସନ୍ଧାନ ନିଉଜ) : ଆଜି ଅପରାହ୍ନରେ ଦକ୍ଷିଣ ରାଉରକେଲା ସ୍ଥିତ ଉତ୍କଳ ନଗର ଠାରୁ କିଛି ଦୂରରେ ଥିବା ଡମ୍ପିୟାର୍ଡ ଖାଦାନ ନିକଟରୁ ଜଣେ ଯୁବକଙ୍କ ଶବ ପୁଲିସ ଉଦ୍ଧାର କରିଛି । ଏହି ଯୁବକ ଜଣଙ୍କ ଗତ ସୋମବାର ଠାରୁ ଘରୁ ନିଖୋଜ ଥିଲେ ବୋଲି ପରିବାରବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି । ମୃତ ଯୁବକ ଜଣଙ୍କ ହେଲେ ଟାଙ୍ଗରପାଲୀ ଥାନା ଅନ୍ତର୍ଗତ ଲାଲଟାଙ୍କି ଅଂଚଳରେ ବାସ କରୁଥିବା  ବିନୋଦ କୈବର୍ତ(୨୩) । ସ୍ଥାନୀୟ ଲୋକ ଯୁବକ ଜଣଙ୍କ ମୂମୂର୍ଷୁ ଅବସ୍ଥାରେ ପଡ଼ିଥିବାର ଦେଖି ତୁରନ୍ତ ଟାଙ୍ଗରପାଲୀ ଥାନାକୁ ଏହି ଘଟଣା ସମ୍ପର୍କରେ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଯୁବକଙ୍କ ସହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ଉକ୍ତ ଯୁବକଙ୍କ ଶବ ଖାଦାନ ନିକଟରେ ମିଳିବା ପରେ ସେଠାରେ କିଛି ସମୟ ପାଇଁ  ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment