ଖାକିରେ ଲାଗିଲା କଳଙ୍କ, ବନ୍ଧୁକ ମୁନରେ ମହିଳାଙ୍କୁ ଦୁଷ୍କର୍ମ କଲେ କନଷ୍ଟେବଳ

Spread the love
ନୂଆଦିଲ୍ଲୀ, ୨୭/୧୨/୨୦୨୧ (ସନ୍ଧାନ ନିଉଜ) ପୁଣି ଖାକିରେ ଲାଗିଲା କଳଙ୍କ । ପୋଲିସ କନଷ୍ଟେବଳଙ୍କ ନାଁରେ ମାମଲା ରୁଜୁ ହୋଇଛି । ଉତ୍ତର ପ୍ରଦେଶ ମୋରାଦବାଦ ପୋଲିସ ଜଣେ ୩୧ ବର୍ଷୀୟ କନଷ୍ଟେବଳଙ୍କ ବିରୋଧରେ ମାମଲା ରୁଜୁ କରିଛି । କନଷ୍ଟେବଳ ଜଣଙ୍କ ୨୮ ବର୍ଷୀୟା ମହିଳାଙ୍କୁ ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି ।

 ଉକ୍ତ ମହିଳାଙ୍କ ଅଭିଯୋଗ ଅନୁସାରେ, କନଷ୍ଟେବଳ ଜଣଙ୍କ ତାଙ୍କୁ ଗତ ୨ ବର୍ଷ ହେଲା ଯୌନ ନିର୍ଯାତନା ଦେଇ ଆସୁଥିଲେ । ଏପରିକ ଯଦି କାହାକୁ କିଛି କହିଲେ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ । କନଷ୍ଟେବଳଙ୍କ ପ୍ରଥମେ ଏକ ଅପହରଣ ମାମଲାରେ ପଚରାଉଚରା ନାଁରେ ଗନ ପଏଣ୍ଟରେ ଦୁର୍ଷ୍କମ କରିଥିଲେ ।  ମାତ୍ର ଯେତେବେଳେ ସେ ଅଭିଯୋଗ କରିଥିଲେ ସେତେବେଳେ କନଷ୍ଟେବଳ ଜଣଙ୍କ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୃତି ଦେଇଥିଲେ । ବିବାହ ନାଁରେ ତାଙ୍କୁ ବାରମ୍ବାର ଦୁର୍ଷ୍କମ କରୁଥିଲେ । ସେହିପରି କନଷ୍ଟେବଳ ଜଣଙ୍କ ପୂର୍ବରୁ ବିବାହିତା ଥିବା ଜଣାପଡିଛି । ତାଙ୍କର ଏକ ପୁଅ ମଧ୍ୟ ରହିଛି ।

Related Posts

About The Author

Add Comment