ସଜ ପଖାଳକୁ ଲେମ୍ବୁର ଆଚାର
ତା ସାଂଗକୁ ବଡି ଚୁରା
ଗରମ ଗରମ ଶାଗ ଖରଡାକୁ
କିଏ ବଳିଯିବ ପରା || ୧ ||
ବାଡିରେ ଫଳିଛି କଷି କାକୁଡିଟା
ଟିଣରେ ରହିଛି ମୁଢି
ଚିନା ବାଦାମକୁ ମିଶେଇ ଖାଇଲେ
ବଳ ସିନା ଯିବ ବଢି || ୨ ||
ସକାଳୁ ସକାଳୁ ଗଜାମୁଗ ଯଦି
ଖାଉଥିବ ନିତିଦିନ
ପୃଷ୍ଟିକର ଖାଦ୍ୟ ପାଉଥିବ ଦେହ
ହେବ ନାହିଁ କେବେ ହୀନ || ୩ ||
ଅରୁଆ ଭାତକୁ ଦେଶୀ ଗୁଆ ଘିଅ
ଡାଲମା ଓ ଖଟା ଲୋଡା
କେବେ ଖାଇବନି ବାସି ଖାଦ୍ୟ ପୁଣି
ଛୁଇଁବନି ପଚାସଢ଼ା || ୪ ||
କଲରା ଓ ନିମ୍ବ ଲାଗେ ସିନା ପିତା
ଦେହପାଇଁ ବଡ ହିତ
ଖାଉଥିଲେ ସଦା ମଧୁମେହ ରୋଗ
ପାଖେ ପଶିବନି ମିତ || ୫ ||
ସବୁଜ ପରିବା ବଡ ଦରକାରୀ
ସୁସ୍ଥ ଦେହ ମନ ପାଇଁ
ସୁସ୍ଥ ମଣିଷଟି ରୋଗକୁ ଜିଣଇ
ଭାଗ୍ୟବାନ ପରା ସେହି || ୬ ||
Related Posts
About The Author
Add Comment