କଟକ, ୧୧/୩/୨୬ (ସନ୍ଧାନ ନ୍ୟୁଜ ) : କଟକ ଜିଲ୍ଲା ଖଲର୍ଦ୍ଦା ଠାରେ ଗୋପୀନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏକ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପ୍ରତିଷ୍ଠାନ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଡକ୍ଟର ବିଭୁପ୍ରସାଦ ତରାଇ ଯୋଗ ଉଦ୍ଘାଟନ କରିଥିଲେ । ଭଏସ ଅଫ ମିଡ଼ିଆ କଟକ ଜିଲ୍ଲା ସଭାପତି ତଥା ବରିଷ୍ଟ ସାମ୍ବାଦିକ ଅନୀଲ ଦାସ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ବନ୍ଦୁ ସାହୁ, ନିଦେର୍ଶକ ଖାଉଟି ସମବାୟ ମହାସଂଘ ବାବାଜୀ ଭୋଇ, ଗୋପୀନାଥ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ସଦାନନ୍ଦ ଓଝା, ଦିଲିପ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ଉପସ୍ଥିତ ରହି ୪୨ ମୌଜା ଅଞ୍ଚଳର ବରିଷ୍ଟ ସାମ୍ବାଦିକ ଚନ୍ଦନ ମହାନ୍ତି ଙ୍କୁ ପୁଷ୍ପଗୁଛ ଓ ଉପଢୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିଶୁ କଳାକାର ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ବିଭିନ୍ନ କ୍ଷେତ୍ରର କୃତିତ୍ଵ ଲାଭ କରିଥିବା କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପ୍ରତିଷ୍ଠାନ ଅନୁଷ୍ଠାନକୁ ସାଂସଦ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପରିଶେଷରେ ରମାମଣି ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।
ଖଲର୍ଦ୍ଦା ଠାରେ ସାଂସଦଙ୍କ ଦ୍ଵାରା ଦକ୍ଷତା ବିକାଶ ପ୍ରତିଷ୍ଠାନ ଉଦଘାଟନ ।
|
March 11, 2026 |



