ସୁନ୍ଦରଗଡ ତା:୨୯/୯/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ବିରକାଳଡିହି ଅଞ୍ଚଳରେ ଥିବା ବନରକ୍ଷୀ କାର୍ଯ୍ୟାଳୟ ଏବଂ ସରକାରୀ ବାସଗୃହଟି ଦୀର୍ଘ ଦିନ ହେବ ବ୍ୟବହାର ନହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିବା କାରଣରୁ ଖତ ଖାଉଛି।
ଏହି ସରକାରୀ ସମ୍ପତ୍ତିର ଦୟନୀୟ ସ୍ଥିତି ଓ ଏହାର ପୁନରୁଦ୍ଧାର ପାଇଁ ସ୍ଥାନୀୟ ଜନସାଧାରଣ ଓ ଗଣମାଧ୍ୟମରେ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁସାରେସରକାର ବନ ସୁରକ୍ଷା କର୍ମଚାରୀ ମାନଙ୍କ ପାଇଁ ରହିବା ପାଇଁ ବାସ ଗୃହ ସହିତ କାର୍ଯ୍ୟାଳୟ କରିଛନ୍ତି କିନ୍ତୁ ବନ ବିଭାଗ କର୍ମଚାରି ସେଠାରେ ନ ରହି ଅନ୍ୟ ସ୍ଥାନରେ ଭଡା ଦେଇ ରହୁଥିବା ସୂଚନା ମିଳିଛି l ଏହି କାର୍ଯ୍ୟାଳୟ ତଥା ବାସଗୃହରେ ନ ରହିବା ଦ୍ୱାରା ଅଞ୍ଚଳ ର ବନ ସମ୍ପଦ ସୁରକ୍ଷା ହୋଇ ପାରୁ ନ ଥିବା ସହିତ ବନ୍ୟଜନ୍ତୁ ଅଞ୍ଚଳରେ ପଶି ଆସିଲେ କୌଣସି ସୁରକ୍ଷା ମିଳୁନି ବୋଲି ଗ୍ରାମବାସି ପ୍ରକାଶ କରିଛନ୍ତି l ବନ ସୁରକ୍ଷା ପାଇଁ ଆଉ ଏଠାରେ ବନ କର୍ମଚାରୀ ରହିବେ କି ନାହିଁ ଏହା ବଡ ପ୍ରଶ୍ନ ? କଣ ଏହିପରି ଅଯଥା ଖର୍ଚ୍ଚ କରି ଏପରି ଗୃହ ମାନଙ୍କୁ ଖତ ଖାଇବାକୁ ଛଡା ଯିବ କି ? : ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସରକାରୀ କୋଠା କୌଣସି କାର୍ଯ୍ୟରେ ନଲାଗି ନଷ୍ଟ ହେବାକୁ ବସିଲାଣି।ସ୍ଥାନୀୟ ଅଞ୍ଚଳରେ ବନରକ୍ଷୀ କାର୍ଯ୍ୟାଳୟ ସକ୍ରିୟ ନଥିବାରୁ ଜଙ୍ଗଲ ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବାରେ ସମସ୍ୟା ସୃଷ୍ଟି ହେଉଛି।ପରିତ୍ୟକ୍ତ କୋଠାଟି ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହେଉଛି। ଓଡ଼ିଶା ସରକାରଙ୍କ ବନ ଓ ପରିବେଶ ବିଭାଗ ତରଫରୁ ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେବା ସହିତ ଏଠାରେ ବନରକ୍ଷୀ ରହିବାର ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ସୂତ୍ରରୁ ପ୍ରକାଶ।
ଖତ ଖାଉଛି ବାଲିଶଙ୍କରା ବ୍ଲକ ବିରକାଳଡିହି ବନରକ୍ଷୀ କାର୍ଯ୍ୟାଳୟ ଓ ବାସଗୃହ
|
September 29, 2026 |



