ବାରିପଦା, ୨୨.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଡିସେମ୍ବର ୧୮ରୁ ଖରିଫ ଧାନ କିଣା କାର୍ଯ୍ୟ ପଞ୍ଜିକୃତ ଚାଷୀଙ୍କଠାରୁ ଆରମ୍ଭ ହୋଇଛି । ଜିଲାର ୫୨ଟି ମ୍ପ୍ର ସମବାୟ ସମିତି ଦ୍ବାରା ଶହେଟି ମଣ୍ଡି(ଧାନକ୍ରୟ କେନ୍ଦ୍ର) ଜରିଆରେ ୯ ଲକ୍ଷ ୪୧ ହଜାର ୧୭୬ କ୍ଲିଣ୍ଟାଲ ଖରିଫ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ଓ ଏପର୍ଯ୍ୟନ୍ତ ୫ ଲକ୍ଷଙ୍ଗିଣ୍ଟାଲରୁ ଉଦ୍ଧ ଧାନ ସଂଗ୍ରହ ହୋଇଛି । ଜିଲ୍ଲାରେ ଚଳିତବର୍ଷ ପଞ୍ଜିକୃତ ଚାଷୀଙ୍କ ସଂଖ୍ୟା ୫୬,୯୫୪ ଟପିଛି । ମଣ୍ଡିଗୁଡିକରେ ଧାନ ସଂଗ୍ରହ ବେଳେ ଚାଷୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ବାହାରେ ପଡ଼ିରହିଛି । ଧାନ ଜଗିବା ପାଇଁ ଚାଷୀ ଜାଡ଼ରେ ଖୋଲା ସ୍ଥାନରେ ରାତି କଟାଉଛନ୍ତି । ସେହିପରି ଧାନରୁ କୁଣ୍ଟାଲ ପିଛା ୭ରୁ ୧୦ କିଲୋ ପର୍ଯ୍ୟନ୍ତ କଟନୀ କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ସରକାରୀ ମଣ୍ଡିଗୁଡିକରେ ଧାର୍ଯ୍ୟ ସରକାରୀ ନିୟମକୁ ଆଦୌ ଗୁରୁତ୍ଵ ଦିଆଯାଉ ନ ଥିବା ଚାଷୀଙ୍କ ପକ୍ଷରୁ ଅଭିଯୋଗ ହେଉଛି । କେତେକ ସ୍ଥାନରେ ଚାଷୀମାନେ ଏହି ଅଭିଯୋଗ କଲେ ସେମାନଙ୍କୁ ଖରାପ ବ୍ୟବହାର କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ସେହିପରି କେତେକ ମଣ୍ଡିରେ ଧାନ କିଣିବା ପାଇଁ ଟାର୍ଗେଟ ନାହିଁ କହି ଧାନ କାହିଁକି ଆମକୁ ନ ପଚାରି ଆଣିଲ ବୋଲି ଓଲଟା ତାଗିଦ କରାଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି ।ଏହିଭଳି ନାନା ପ୍ରକାର ଅଭାବ ଅସୁବିଧା ମଧ୍ୟରେ ଚାଷୀ ମଣ୍ଡିରେ ଧାନ ବିକିବାକୁ ଆସୁଥିବା ବେଳେ ସଂପୃକ୍ତ ଉପରିସ୍ଥ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରହୁ ନ ଥିବାରୁ ଏହିଭଳି ଅଘଟଣ ଉପୁଜୁଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ଆସୁଛି ।
କ୍ଵିଣ୍ଟାଲ ରେ ୧୦ କେଜି ଚଳୁ
|
January 22, 2021 |
![](https://sandhannews.com/wp-content/uploads/2021/01/SAN-1.jpg)