ତିହିଡ଼ି ୧୪/୮/୨୬ (ସନ୍ଧାନ ନ୍ୟୁଜ) ଥାନା ର ଅଧି କାରିଣୀ ଭାବେ ଦାୟିତ୍ବ ନେବା ପରେ ଲୋପାମୁଦ୍ରା ନାୟକ ଙ୍କ କାର୍ଯ୍ୟ ଦକ୍ଷତା ଦିନ କୁ ଦିନ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ କ୍ରିମିନାଲ ଆଇନ ସଂପର୍କ ରେ କର୍ମଶାଳା ଆୟୋଜିତ କରି ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଲୋପାମୁଦ୍ରା ନାୟକ। ପାଳିଆ ବିନ୍ଧା ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ ରେ ଏଭଳି ଏକ କର୍ମଶାଳା କରି କ୍ରିମିନାଲ ଆଇନ ସଂପର୍କ ରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇବା ପାଇଁ ତାଙ୍କର ଏହି ଉଦ୍ୟମ କୁ ପାଳିଆ ବିନ୍ଧା ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୁଲ୍ୟ ପରିଡ଼ା ସ୍ଵାଗତ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଓ ତିହିଡ଼ି ଥାନା ର ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ଆଗେଇ ନେଇଥିଲେ। ଶେଷ ରେ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରି ଲୋପାମୁଦ୍ରା ନାୟକ ସଭା ସାଙ୍ଗ କରି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
କ୍ରିମିନାଲ ଆଇନ ସଂପର୍କ ରେ ଛାତ୍ର ଛାତ୍ରୀ ମାନଙ୍କୁ ସୂଚନା ଦେଲେ ତିହିଡ଼ି ଥାନା ଅଧି କାରିଣୀ ଲୋପାମୁଦ୍ରା ନାୟକ।
|
August 14, 2026 |



