କ୍ରାଇମବ୍ରାଞ୍ଚର କରୋନା ଆଡଭାଇଜରି
ଭୁବନେଶ୍ୱର,୧୧/୦୪ (ସନ୍ଧାନ ନିୟୁଜ) ମହାମାରୀ କରୋନା ଭାଇରସ ସଂପର୍କରେ ମିଥ୍ୟା ଖବର ଓ ଗୁଜବ ପ୍ରଚାରକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରିବା ପାଇଁ କ୍ରାଇମ୍ବ୍ରାଞ୍ଚ୍ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। କରୋନା ସଂପର୍କରେ କୌଣସି ଭିତ୍ତିହୀନ ଓ ବିଭ୍ରାନ୍ତିକର ତଥ୍ୟ ଦେବାକୁ ମନା ଏଥିରେ କରାଯାଇଛି। ଏହାଛଡା କରୋନା ନେଇ ଫେକ୍ ୱେବ୍ସାଇଟ୍ ଓ ଇ-ମେଲ୍ ଖିଲିବାକୁ ବାରଣ କରାଯାଇଥିବା ବେଳେ ନକଲି ଭ୍ୟାକ୍ସିନ୍ ଓ ସାନିଟାଇଜର ବିକ୍ରି ନକରିବାକୁ କୁହାଯାଇଛି। ଏମିତିକି କରୋନା ସ୍ପେଶାଲ୍ ଅଫର୍ ନାଁରେ କୌଣସି ଜିନିଷ ଅନ୍ଲାଇନ୍ରେ ବିକ୍ରି କରାଯାଇପାରିବ ନାହିଁ। ସେହିପରି ହ୍ୱାଟ୍ସ ଆପ୍ ଓ ଟେଲିଗ୍ରାମ୍ରେ କରୋନା ସଂପର୍କରେ ତଥ୍ୟ ଦେବାକୁ ମନା କରାଯାଇଛି। ସାଇବର ଠକେଇରୁ ଯଥା ସମ୍ଭବ ଦୂରେଇ ରହିବାକୁ ଦିଆଯାଇଛି ପରାମର୍ଶ। ବିଶ୍ୱସନୀୟ ସଂସ୍ଥା ତଥା ସରକାରୀ ସ୍ତରର ନିର୍ଭୁଲ ତଥ୍ୟ ଅନୁକରଣ କରିବାକୁ ଆଡଭାଇଜରିରେ ପରାମର୍ଶ ଦିଆଯାଇଛି।ଙ୍କୁ ସଚେତନ କରାଇବାକୁ କ୍ରାଇମବ୍ରାଞ୍ଚ୍ ଆଡଭାଇଜରି ଜାରି କରିଛି।
Related Posts
About The Author