କୋରାପୁଟ ନିର୍ବାଚନ ମଣ୍ଡଳୀ: ଭୋଟର ମାନଙ୍କୁ ହାତେଇବା ପାଇଁ ବିଜେପିର ପ୍ରୟାସ

Spread the love
ବୈପାରିଗୁଡା.୭/୪ (ସନ୍ଧାନ ନିୟୁଜ) – କୋରାପୁଟ ନିର୍ବାଚନ ମଣ୍ଡଳୀ ର ବୈପାରୀଗୁଡା ଅଞ୍ଚଳର ଭୋଟର ମାନଙ୍କୁ ହାତେଇବା ପାଇଁ ବିଜେପି ର ପ୍ରୟାସ ଜାରି ରହିଛି ।ଏଥି ନିମନ୍ତେ ସିନେ ଜଗତର ୨ ହାସ୍ୟ ଅଭିନେତା ରାଜୁଶ୍ରୀ ବାସ୍ତବ ଏବଂ ହରି ହର ମହାପାତ୍ର ବିଜେପି ଦଳ ପାଇଁ ପ୍ରଚାର ର ମଙ୍ଗ ଧରିଥିବା ଦେଖିବାକୁ ମିଳିଛି ।ବୈପାରିଗୁଡା ସ୍ଥିତ ବିଏସଏଫ କ୍ୟାମ୍ପ ନିକଟରେ ଥିବା ପଡିଆ ଠାରୁ ଡିଏନକେ ପଡିଆ ପର୍ଯ୍ୟନ୍ତ ଏକ ରୋଡ଼ ସୋ ସାଙ୍ଗକୁ ବିଶାଳ ବାଇକ ରାଲି ଦେଖିବାକୁ ମିଳିଥିଲା |ଡିଏନକେ ପଡିଆରେ ଆୟୋଜିତ ଶୋଭା କାର୍ଯ୍ୟକ୍ରମରେ ଦୁଇ ହାସ୍ୟ ସିନେ ତାରକା ତାଙ୍କ ନିଜ ନିଜ ଢ଼ୋଙ୍ଗରେ ଭୋଟର ମାନଙ୍କୁ ନିଜ ଆୟତରେ ଆଣିବା ପାଇଁ କୋରାପୁଟ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ତ୍ରିପୁରାରୀ ଗରଡ଼ା ଙ୍କୁ ବିଜୟ କରାଇବା ପାଇଁ ଭାଷଣରେ ରାଜ୍ୟ ତଥା ଦେଶର ଉନ୍ନତି ପାଇଁ ଡବଲ ଇଞ୍ଜିନ ର ଆବଶ୍ୟକତା ରହିଛି ବୋଲି ଭାଜପା କର୍ମୀମାନଙ୍କୁ ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ ।ଏଣୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବାପାଇଁ ଗୀତ ମାଧ୍ୟମରେ ଅନୁରୋଧ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ବୈପାରିଗୁଡା ମଣ୍ଡଳ ସଭାପତି ଏନ. ହରି ପ୍ରସାଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏ.ତ୍ରିନାଥ ରାଓ, ଓବିସି ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ମନୋଜ ନାୟକ, ବ୍ଲକ ଯୁବ ସଭାପତି ନଟବର ପଟ୍ଟନାୟକ, ଜିଲ୍ଲା ଉପସଭାପତି ଚନ୍ଦ୍ରଶେଖର ରଥ, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ନରେନ୍ଦ୍ର କାନ୍ଦୁଲିଆ, ବରିଷ୍ଠ କର୍ମୀ ଜଗା ରାଓ, ସୁବାଷ ପାତ୍ର, ହରି ନାୟକ, ବିପିନ ବିହାରୀ ମହାନ୍ତି, ସୁଧାକର ରାଜୁ, ରାଜେନ୍ଦ୍ର ଗୌଡ଼, ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାଇକ ଙ୍କ ସହ କୋରାପୁଟ ନିର୍ବାଚନ ମଣ୍ଡଳୀ ର ବୈପାରୀଗୁଡା ବ୍ଲକ ରେ ଯାଉଥିବା ୧୧ ଗୋଟି ପଞ୍ଚାୟତ ର ପଂଚାୟତ ସଭାପତି ଙ୍କ ସମେତ ପ୍ରାୟ ୫ହଜାର ରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ କୋରାପୁଟ ନିର୍ବାଚନ ମଣ୍ଡଳୀ ର ଲୋକଙ୍କୁ ନିଶ୍ଚୟ ପ୍ରଭାବ ପକାଇବ ବୋଲି ଦଳୀୟ କର୍ମୀ ଆଶାବାଦୀ ଅଛନ୍ତି ।
 
 ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment