କୋରନା କୁ ଡାକୁଛି ଗାଁ ହାଟ

Spread the love
ଚାନ୍ଦବାଲି, ୦୬/୦୬/୨୦୨୧ (ସନ୍ଧାନ ନ୍ୟୁଜ୍ପ୍ର/ଶାନ୍ତ ବାରିକ୍) : କୋରନା ମହାମାରୀ କୁ ହାତ ଠାରି ଡାକୁ ଛନ୍ତି ଗାଁ ଗହଳିରେ ଥିବା ଛୋଟ ବଡ଼ ଗାଁ ହାଟ। ଏଠି ଯେପରି କୋରନା କଟକଣା ହୋଇଯାଇଛି ବାଟ ବଣା। ଭଦ୍ରକ ଜିଲ୍ଲା ରେ ଥିବା ଚାନ୍ଦବାଲି ଏବଂ ତିହିଡି ବ୍ଲକ ରେ କାଁ ପଡା, ଶ୍ୟାମସୁନ୍ଦର ଛକ, କଣ୍ଟିକା ଛକ ଆଦି ଛୋଟ ଛୋଟ ମାର୍କେଟ ରେ ପ୍ରାୟ କୋଡିଏ ରୁ ତିରିଶ ଦୋକାନ ଅଛି। ସେଥି ମଧ୍ୟରୁ ରାସନ୍ ଦୋକାନ ଠାରୁ ଆରମ୍ଭ କରି ପୁଣି ସେଲୁନ, ଡ୍ରେସ, ପାନ, ଫର୍ଣିଚର୍ ସାଙ୍ଗକୁ ମଧ୍ୟ ଫାଷ୍ଟ ଫୁଡ୍ ଦୋକାନ ଗୁଡ଼ିକ ଅଛି। କିନ୍ତୁ ଏଠାରେ ଦେଖିବାକୁ ମିଳୁଛି ନୀତି ତିନି ଶହ ରୁ ଉର୍ଦ୍ଧ୍ବ ଲୋକ ଜମା ହୋଇଥାନ୍ତି। ଏଠାରେ କୌଣସି ଲୋକ ସରକାର କୋଭିଡ ନିୟମ ଦେଖିବାକୁ ମିଳିନି। ସରକାର ଙ୍କ ନିୟମ ଅନୁଯାୟୀ ସକାଳ ସାତ ଟାରୁ ଏଗାର ଟା ପର୍ଯ୍ୟନ୍ତ କିଛି ଦୋକାନ କୁ ଅନୁମତି ପ୍ରଦାନ କରିଥିବା ବେଳେ କିନ୍ତୁ ଏଠାରେ ତାହା ସମ୍ପୂର୍ଣ ଅଲଗା ଦେଖିବାକୁ ମିଳୁଛି। ପରଦିନ ରାତ୍ରି ଆଠ ଟା ପର୍ଯ୍ୟନ୍ତ ବଜାରରେ ଥିବା ପ୍ରତେକ୍ ଦୋକାନ ପାନ, ସେଲୁନ, କାଠ ଦୋକାନ, ଲୁଗା, ଲେଡିସ୍ କର୍ଣ୍ଣର,ଫାଷ୍ଟ ଫୁଡ୍, ଜଳଖିଆ, ଚିକେନ ପ୍ରାୟ ସମସ୍ତ ଦୋକାନ ସକାଳ ସାତ ଟାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଖୋଲା ରହିବା ଦେଖିବାକୁ ମିଳୁଛି।  ମାସ୍କ ଏବଂ ସାମାଜିକ ଦୂରତା ତ ପାଳିବା ବହୁତ୍ ଦୂରରେ। ଏମିତିକି ମେଡ଼ିସିନ୍ ଦୋକାନ ରେ ବି ମିଳୁନି ସରକାରୀ ନିୟମ। କିନ୍ତୁ ସ୍ଥାନୀୟ ପ୍ରଶାସନ ମାନଙ୍କର କୌଣସି ପ୍ରଭାବ ପଡୁନି ଏମାନଙ୍କ ପାଇଁ। ସବୁ ଦେଖିକରି ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ସ୍ଥାନୀୟ ପ୍ରଶାସନ। ଯଦି ଗାଁ ରେ ଛୋଟ ବଡ଼ ବଜାର ହାଟ କୁ ଏଭଳି ଖୋଲମ୍ ଖୋଲା ନିୟମ ଉଲ୍ଲଘଂନ କରାଯାଏ ନିଶ୍ଚିତ ଏହାର କୁ ପରିଣାମ ସମସ୍ତକୁ ଭୋଗିବାକୁ ପଡ଼ିବ। ସ୍ଥାନୀୟ ପ୍ରଶାସନ ଏହା କୁ ଧ୍ୟାନ ଦେବା ନିହାତି ଜରୁରୀ ବୋଲି କେତକ ଗ୍ରାମବାସୀ ମତ ଦେଇଛନ୍ତି।

Related Posts

About The Author

Add Comment