କୋଭିଡ -୧୯ ନିୟମ ଉଲ୍ଲଙ୍ଘନ ଯୋଗୁଁ ଚତୁର୍ଥୀ ଭୋଜି ଅଧାରହିଲା

Spread the love

କେନ୍ଦ୍ରାପଡା, ୧୭/୦୭/୨୦ (ସନ୍ଧାନ ନିଉଜ) : କୋଭିଡ -୧୯ ନିୟମ ଉଲ୍ଲଙ୍ଘନ କରାଯାଇଥିବାରୁ ଏକ ଚତୁର୍ଥୀ ଭୋଜି ଅଧାରହିଥିବା ଜଣାପଡିଛି। ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତର ଦୁତିଆଳ ଗ୍ରାମର ନଳିନୀ ସେନାପତିଙ୍କ ପୁଅ ରଞ୍ଜନ ସେନାପତିଙ୍କ ଚତୁର୍ଥୀ ଭୋଜି ଶୁକ୍ରବାର ଅପରାହ୍ନରେ ଚାଲିଥିବା ବେଳେ ସେହି ଭୋଜିରେ କୋଭିଡ -୧୯ ନିୟମକୁ ଉଲ୍ଲଙ୍ଘନ କରାଯାଇ ସାମାଜିକ ଦ୍ୱରତ୍ୱ ରକ୍ଷା କରାନଯିବା ଏବଂ ମୁହଁରେ ମାସ୍କ ପିନ୍ଧିନଥିବା ସମ୍ପର୍କରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର ଖବରପାଇ ସଦର ଥାନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ। ସଦର ଥାନା ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ସଙ୍ଗେ ସଙ୍ଗେ ଦୁତିଆଳ ଗ୍ରାମକୁ ପୋଲିସ ଫୋର୍ସ ପଠାଇ ନଳିନୀ ସେନାପତି ଓ ରଞ୍ଜନ ସେନାପତିଙ୍କ ସମେତ ଅନ୍ୟ ୨ଜଣଙ୍କୁ ଥାନାକୁ ନେଇଆସିଥିଲେ। ଫଳରେ ଚତୁର୍ଥୀ ଭୋଜି ଅଧାରହିଯାଇଥିଲା। ପରେ ଏନେଇ ଏକ ମାମଲା ସଦର ଥାନାରେ ରୁଜୁ କରାଯିବା ସହ ଥାନାରେ ଅଟକ ବର ରଞ୍ଜନ, ବରବାପା ଓ ଅନ୍ୟ ଦୁଇଜଣଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦିଆଯାଇଥିବା ସଦର ଥାନା ସୁତ୍ରରୁ ଜଣାପଡିଛି।

Related Posts

About The Author

Add Comment