କୋଭିଡ କଟକଣା ମଧ୍ୟରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ

Spread the love

ଯାଜପୁର, ୦୭/୦୧/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଳ୍‌ା ସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ଜିଲ୍ଳ୍‌ା ସ୍କୁଲ ପଡିଆ ଠାରେ କୋଭିଡ କଟକଣା ମଧ୍ୟରେ ପାଳନ କରାଯିବ ବୋଲି ସ୍ଥିର କରାଯାଇଚ୍ଥି । ଗୁରୁବାର ଅପରାହ୍ନରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଳ୍‌ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର କରୋନାର ସାମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯେଉଁ ମାର୍ଗଦର୍ଶିକା ଜାରି କରିଚ୍ଥ୍‌ନ୍ତି ସେହି ଆଧାରରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ ବୋଲି ସୂଚନା ଦେଇଥିଲେ । ଯେଉଁ ବିଭାଗକୁ ଯେଉଁ ଦାୟିତ୍ୱ ଦିଆଯାଉଚ୍ଥି ସେମାନେ ତାହାକୁ ସୁଚାରୁ ରୂପେ ସଂପନ୍ନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍‌ିକ, ଅତିରିକ୍ତ ଜିଲ୍ଳ୍‌ାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ଯୋଗଦେଇ ଏହି ଜାତୀୟ ଦିବସକୁ ଶୃଙ୍ଖଳାର ସହ କରୋନା ନିୟମାବଳୀ ଅନୁସାରେ ପାଳନ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ ସହ ବିଗତ ବର୍ଷର ବିବରଣୀ ପଠନ ଓ ଚଳିତ ବର୍ଷ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ । ବିସ୍ତୃତ ଆଲୋଚନା ପରେ ସ୍ଥିର ହେଲା ଯେ, ସାଧାରଣତନ୍ତ୍ର ଦିବସ ଦିନ ପ୍ରତ୍ୟୁଷ ଘ. ୪.୩୦ ମିନିଟ୍ ସମୟରୁ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସହରରେ ରାମଧୂନ ପରିବେଷଣ କରାଯିବ । ସକାଳ ଘ. ୭.୩୦ ମିନିଟ୍ ସୁଦ୍ଧା ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ ଓ ନିଜସ୍ୱ ଗୃହ ମାନଙ୍କରେ ଜାତୀୟ ପତାକା ଊତ୍ତୋଳନ କରାଯାଇ ସଂଧ୍ୟା ପୂର୍ବରୁ ସମ୍ମାନର ସହ ଅବତରଣ କରାଯିବ । ସକାଳ ଘ. ୮.୧୫ ମିନିଟ୍ ସମୟରେ ଦିବସର ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ଗାନ୍ଧି ଚ୍ଥକ ସ୍ଥିତ ଗାନ୍ଧିଜୀ ଓ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ସକାଳ ଘ. ୮.୩୦ ମିନିଟ୍ ସମୟରେ ଜିଲ୍ଳ୍‌ା ସ୍କୁଲ ପଡିଆ ଠାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଓ ଅଭିଭାଷଣ ପ୍ରଦାନ କରାଯିବ । ଏହି କାର୍ଯ୍ୟରେ ପୋଲିସ ବ୍ୟାଣ୍ଡ ତରପଂରୁ ରାଷ୍ଟ୍ରୀୟ ସଂଗୀତ ପରିବେଷଣ କରାଯିବ । ଊତ୍ସବ ପଡିଆରେ କେବଳ ପୋଲିସ ବାହିନୀ ଉପସ୍ଥିତ ରହିବେ । ଆମନ୍ତ୍ରିତ ଅତିଥି ଭାବେ କେବଳ ସ୍ୱଳ୍ପ ସଂଖ୍ୟକ କୋଭିଡ ଯୋଦ୍ଧାଙ୍କୁ ସାମିଲ କରାଯିବ । ଜିଲ୍ଳ୍‌ା ଶିକ୍ଷା ଅଧିକାରୀ ପ୍ରାଥମିକ ଠାରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଇ ତାହାର ଶ୍ରେଷ୍ଠ ପ୍ରତିଯୋଗୀଙ୍କ ନାମ ଜାନୁୟାରୀ ୨୦ ତାରିଖ ସୁଦ୍ଧା ପ୍ରେରଣ କଲେ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ରପିଂ ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ । ସଂଧ୍ୟାରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ, ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ, ନିଜସ୍ୱ ଗୃହ ମାନଙ୍କୁ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରିବାକୁ ଅନୁରୋଧ କରାଗଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ ରିଜର୍ଭ ଇନିସ୍ପେକ୍ଟର କାହ୍ନୁ ଚରଣ ମାର୍ଣ୍ଡି, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ ସୂର୍ଯ୍ୟମଣି ମହାରଣା, ଅତିରିକ୍ତ ଜିଲ୍ଳ୍‌ା ଶିକ୍ଷା ଅଧିକାରୀ କୃତ୍ତିବାସ ବାରିକ ଓ ଅନ୍ୟାନ୍ୟ ବିଭାଗର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।

Related Posts

About The Author

Add Comment