କୋଇଡା: ଗଛରୁ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର
କୋଇଡା, ୨୧/୧୦(ସନ୍ଧାନ ନିୟୁଜ) କୋଇଡା ଥାନା ଅନ୍ତର୍ଗତ କୋଇଡା ବଜାର ନିକଟସ୍ଥ ଲାଲ ହାଟିଙ୍ଗ ଠାରେ ଏକ ମହିଳାର ଝୁଲନ୍ତା ଶବ ଉଦ୍ଧାର
ଲାଲ ହାଟିଙ୍ଗ ର ରେଞ୍ଜର ସେଠୀ ଙ୍କ ସ୍ତ୍ରୀ ମିନି ସେଠୀ(୪୦) ମୃତ୍ୟୁ ଶରୀର ନିଜ ଘର ଅଗଣା ରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।ସୂଚନା ରୁ ପ୍ରକାଶ ଯେ ଗତକାଲି ଦୁର୍ଗା ପୂଜା ବିସର୍ଜନ ଥିବାରୁ ସ୍ୱାମୀ ରେଞ୍ଜର ସେଠୀ ଦେଖିବାକୁ ଯାଇଥିଲେ ଏବଂ ଘରକୁ ବିଳମ୍ବରେ ଫେରି ସ୍ତ୍ରୀକୁ ଦେଖିବାକୁ ନ ପାଇବାରୁ ପଡୋଶୀ ଲୋକଙ୍କୁ ପଚାରିବା ସହିତ ଖୋଜା ଖୋଜି କରିଥିଲେ କିନ୍ତୁ ପାଇ ନ ଥିଲେ।ଏବଂ ସକାଳ ସମୟ ରେ ଦେଖିଲେଯେ ତାଙ୍କ ଘର ଅଗଣା ରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖି ସଂଗେ ସଂଗେ କୋଇଡା ପୋଲିସ କୁ ଲିଖିତ ଅଭିଯୋଗ କରିଛୁ କି ଏହା ହତ୍ୟା ନା ଆତ୍ମହତ୍ୟା।ଅଭିଯୋଗ ପାଇ କୋଇଡା ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ଓ ସଦଲବଳ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ଏବଂ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
Report by L Barik, Koida
Related Posts
About The Author