ଭଦ୍ରକ, (ସନ୍ଧାନ ନିଉଜ): ୧ କିଲୋର ବ୍ରାଉନ ସୁଗାର ଜବତ । ଭଦ୍ରକ ପୋଲିସ ଚଢଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି । ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଏହି ଘଟମାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୧ ଲକ୍ଷ ଟଙ୍କା ଜବତ କରିଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି । ତେବେ ଏକ ଅଟୋରେ ଜଳେଶ୍ବରରୁ ଭଦ୍ରକ ଆସୁଥିବା ବେଳେ ପୋଲିସ ଧଳାଜହର ଜବତ କରିଥିଲା । ଗିରଫଙ୍କ ମଧ୍ୟ ରେ ଡ୍ରଗସ୍ ମାଫିଆ ଚାଚିର ଭାଇ ରହିଥିବା ସୂଚନା ମିଳିଛି ।
କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ
|
July 17, 2021 |
![](https://sandhannews.com/wp-content/uploads/2021/07/WhatsApp-Image-2021-07-17-at-12.04.30.jpeg)