କେଳିକଦମ୍ବ ହାଇସ୍କୁଲର ୧୯୮୯ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ।

Spread the love

କଟକ ସଦର ୧୦/୦୧ :  କଟକ ସଦର ଯଶପଡା ପଞ୍ଚାୟତ ସ୍ଥିତ କେଳିକଦମ୍ବ ହାଇସ୍କୁଲର ୧୯୮୯ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମାଳିକା ପ୍ରସିଦ୍ଧ ଗିରିଧାରୀ ମଠ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବହୁ ପୁରାତନ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ସହ ଯୋଗଦେଇ ସ୍କୁଲ ଜୀବନର ସ୍ମୃତି ଚାରଣ କରିଥିଲେ। ଦୀର୍ଘ ୩୩ବର୍ଷରୁ ଉର୍ଦ୍ଧ୍ବ ପରେ ସମସ୍ତେ ଏକାଠି ହୋଇଥିବାରୁ ଏକ ଆନନ୍ଦମୟ ପରିବେଶ ସୃଷ୍ଠି ହୋଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଜଗନ୍ନାଥ ଦାସ,ଦୁର୍ଯ୍ୟୋଧନ ପୃଷ୍ଟି ,ମନୋରଞ୍ଜନ ପଟ୍ଟନାୟକ,ଶିବ ପ୍ରସାଦ ରାଉତରାୟ,ହୃଷୀକେଶ ପ୍ରଧାନ,ଗିରିଜା ପ୍ରସାଦ ସାହୁ,ପୁରାତନ ଛାତ୍ରୀ ପ୍ରୀତି ଜେନା , ଲିଲିବାଳା ସାହୁ,ପ୍ରଜ୍ଞା ଜେନା,ଲିଲିପ୍ରିୟା ରାଉତ,ସ୍ନେହଲତା ସାହୁ,ପ୍ରଣତି ଜେନାଙ୍କ ସମେତ ଅନେକ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Related Posts

About The Author

Add Comment