କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ପ୍ରଶ୍ନ, ୧୦ ବର୍ଷରେ ସମ୍ବଲପୁରର ବିକାଶ ପାଇଁ କଣ କରିଛ

Spread the love

ସମ୍ବଲପୁର/ସନ୍ଧାନ ନ୍ୟୁଜ: ଆଜି ସମ୍ବଲପୁରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ । ସଭାକୁ ସମ୍ବୋଧିତ କରି ପାଣ୍ଡିଆନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି । ପାଣ୍ଡିଆନ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭାରୁ ଏଥର ଛିଡା ହୋଇଛନ୍ତି । ନିଜକୁ ସେ ଗୁମାସ୍ତା ବୋଲି କୁହନ୍ତି । ସେ ଆଜି ସନ୍ଧ୍ୟା ସୁଦ୍ଧା ମୋ ପ୍ରଶ୍ନର ଉତ୍ତର ଦେବେ ।ପାଣ୍ଡିଆନ କହିଛନ୍ତି, ସମ୍ବଲପୁର ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ରାଜ୍ୟ ସରକାର ଚିଠି ଲେଖିଥିଲେ । ହେଲେ ଆପଣ କାହିଁକି ଏହି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କଲେ ନାହିଁ । ସମ୍ବଲପୁରୀ ପ୍ରଚାର ପାଇଁ ଆପଣ ୧୦ ବର୍ଷରେ ସମ୍ବଲପୁରୀ ଶାଢୀ ପାଇଁ କଣ କରିଛନ୍ତି । ଗୁଣାକାର ପାଇଁ କଣ କଲେ । ୧୦ ବର୍ଷ ହେବ ମନ୍ତ୍ରୀ ଅଛନ୍ତି, ଚାହିଁଥିଲେ ଧର୍ମେନ୍ଦ୍ର ବାବୁ ଏଠାରେ ଟେକ୍ସଟାଇଲ ପାର୍କ କରିଥାନ୍ତେ । ଏ ଅଞ୍ଚଳର ବରପୁତ୍ର ବୀରସୁରେନ୍ଦ୍ର ସାଏ, ଗଙ୍ଗାଧର ମେହେର, ପାର୍ବତୀ ଗିରିଙ୍କ ପାଇଁ କଣ କରିଛନ୍ତି । କିନ୍ତୁ ବିଜେଡି ସରକାର ସମ୍ବଲପୁରର ଉନ୍ନତି କରିଛି । ସମ୍ବଲପୁରୀ ମ୍ୟୁଜିୟମ କରିଛି । କୃଷି ଭବନ ସମ୍ବଲପୁରୀ ଛାପରେ ତିଆରି ହୋଇି । ମହାନଦୀ ଏ ଅଞ୍ଚଳର ଜୀବନଧାରା । କିନ୍ତୁ ଆପଣ ଛତିଶଗଡ ସାଙ୍ଗରେ ଛିଡା ହୋଇଛନ୍ତି । ଆପଣ ଭୋଟ୍ ରାଜନୀତି କରୁଛନ୍ତି ବୋଲି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କରି ପାଣ୍ଡିଆନ କହିଛନ୍ତି । ପାଣ୍ଡିଆନ ଏହା ମଧ୍ୟ କହିଛନ୍ତି, କେନ୍ଦୁପତ୍ର ଜିଏସଟି ଉଚ୍ଛେଦ ନେଇ ଆପଣଙ୍କ ପ୍ରତିଶ୍ରୁତି କଣ ହେଲା । ଧାନର ଏମଏସପି ବଢାଇଲେ କି । ମୋର ଅନୁରୋଧ ଏସବୁ ପ୍ରଶ୍ନର ଉତ୍ତର ଦେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ କିଛି ଖୋଲିଲେ କି ? ଏନଏଚ ୫୫ର କାମ କେବେ ସରିବ ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି ।

Related Posts

About The Author

Add Comment