କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଦର ମାଟିରେ ଭବ୍ୟ ସମ୍ବର୍ଦ୍ଧନା !

Spread the love
କଟକ ୨୫/୧୨/୨୦୨୦ (ସନ୍ଧାନ ନିଉଜ) କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉଵିପ) ପକ୍ଷରୁ କଟକ ସଦର ବ୍ଲକ ଉପକଣ୍ଠ  ସୋମପୁର ବଜାରରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଅଭିମୁଖେ ଯାତ୍ରା କରୁଥିବା ସମୟରେ ମାନ୍ୟବର ତୈଳ,ପ୍ରାକୃତିକ ଓ ଇସ୍ପାତମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ତାଙ୍କ କାର୍ମଧାରାର ଉଚ୍ଚ ପ୍ରସଂଶା କରିବାସହ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ! ଏହି ସ୍ୱାଗତ ସମ୍ବର୍ଦ୍ଧନା ପର୍ଵରେ ଭାଜପା କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ଭାଜପା ଜଗତସିଂହପୁର ଜିଲ୍ଲା ପ୍ରଭାରୀ ବୁଲୁ ପ୍ରଧାନ,ଉବିପ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ଲଷ୍ମୀଧର ଜେନା, ବିମଳ କୁମାର ପଣ୍ଡା, ଅଶୋକ କୁମାର ସାମଲ, ନିରଞ୍ଜନ ରାଉଳ,ସୁମନ ଦାଶ, ତୁଷାର ବେହେରା, ସଂଜୟ ମଲ୍ଲିକ, ରଘୁନାଥ ଚୌଧୁରୀ, ରଂଜନ ସେଠୀ,ଗୋପୀନାଥ ସେଠୀ, ରତିକାନ୍ତ ନାୟକ, ସନ୍ତୋଷ ଭୋଇ, ବିଜୟ କୁମାର ନାୟକ,ସଂଜୟ ସେଠୀ,ସୁଦର୍ଶନ ଜେନା,ସଂଜୟ ସାହୁ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତଥିଲେ ! ସୂଚନାଯୋଗ୍ୟ କେନ୍ଦ୍ରମନ୍ତ୍ରୀ ପାରାଦ୍ୱୀପ ଠାରେ ଅନୁଷ୍ଠିତ ହେବାକୁ ଥିବା ଯୁଗପୁରୁଷ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ ଉତ୍ସବ ଏବଂ ସାଙ୍ଗଠନିକ କାର୍ଯ୍ୟକ୍ରମ ଉପଲକ୍ଷେ ଯୋଗଦାନ କରିବାର ବ୍ୟବସ୍ଥାରହିଛି ! ବିଭିନ୍ନ ଜନହିତକର କାର୍ଯ୍ୟରେ “ଉତ୍କଳ ବିକାଶ ପରିଷଦ” ସଂଗଠନର ଭୂମିକା ତଥା ଏହି ସମ୍ବର୍ଦ୍ଧନା ପର୍ଵକୁ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଉଚ୍ଚ ପ୍ରସଂଶା କରିଛନ୍ତି !

Related Posts

About The Author

Add Comment