କେନ୍ଦୁଝରରେ ଜେନେରେଟର ଧୁଆଁରେ ଶ୍ୱାସରୋଧ ହୋଇ ୨ମୃତ ଓ ୨ ଗୁରୁତର

Spread the love

କେନ୍ଦୁଝର, ,୧୨/୧୨/୨୦ (ସନ୍ଧାନ ନିଉଜ) କେନ୍ଦୁଝର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଦୁଃଖଦ ଘଟଣା। ଜେନେରେଟର ଧୁଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କର ଅକାଳ ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଗତ କାଲି ବିଳମ୍ବିତ ରାତ୍ରୀରେ ଏହି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ କାଠବାରୀ ଗ୍ରାମରେ। କାଠବାରୀ ଗ୍ରାମରେ ଏକ ବାହାଘର ଉତ୍ସବ ହେଉଥିବା ସମୟରେ ଜେନେରେଟର ଚାଲିଥିଲା। କିନ୍ତୁ ପ୍ରବଳ ଶୀତ କାରଣରୁ ଭୋଜି ପରେ ଜେନେରେଟର ଚାଲିଥିବା କୋଠରୀରେ କାବାଟ ଝରକା ବନ୍ଦ କରି ଏହି ଚାରିଜଣ ଶୋଇ ପଡିଥିଲେ। ଫଳରେ କଠୋରୀର କବାଟ ଝରକା ବନ୍ଦ କାରଣରୁ କିଛି ସମୟ ପରେ ଜେନେରେଟର ଧୁଆଁରେ ସେମାନେ ଅଣନିଶ୍ୱାସୀ ହୋଇ ପଡିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୃତକ ଦ୍ୱୟ ୧୫ ବର୍ଷ ବୟସ୍କ ବାଦଲ ନାଏକ ଓ ୩୦ ବର୍ଷିୟ ବାଇଧର ନାଏକ ହୋଇଥିବା ବେଳେ ଗୁରୁତର ଭାବେ ଉଦ୍ଧାର କରାଯାଇଥିବା ଦୁଇ ଜଣଙ୍କ ମଧ୍ୟରୁ ୧୬ ବର୍ଷ ବୟସ୍କ ଆକାଶ ନାଏକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ୧୫ ବର୍ଷିୟ ଶମ୍ଭୁନାଥ ନାଏକଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏପଟେ ଏକମାତ୍ର ରୋଜଗାରିଆ ପୁଅ ବାଇଧରକୁ ହରାଇ ମ୍ରିୟମ୍ରାଣ ହୋଇ ପଡିଛନ୍ତି ତାଙ୍କ ବାପା। ବାଇଧରର ଗୋଟିଏ ଛୋଟ ପୁଅ ମଧ୍ୟ ଅଛି। ଏବେ କିପରି ପରିବାର ଚଳାଇବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ତାଙ୍କ ବାପା। ପୋଲିସ ଘଟଣାସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଛି।

Related Posts

About The Author

Add Comment