ରରୁଆଁ,15.01.2021(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):– ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ପରିତ୍ୟକ୍ତ କୂଅରେ ପଡ଼ିଛି କୌଣସି ଅଜଣା ବ୍ୟକ୍ତିଙ୍କ ମୃତଦେହ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ତେବେ ପରିତାପର ବିଷୟ ଥାନାର ସୀମା ବିବାଦ ଯୋଗୁ ସକାଳଠାରୁ ଏହି ଘଟଣା ଜଣାପଡ଼ିଥିଲେ ବି ରାତିସୁଦ୍ଧା ଉଦ୍ଧାର ହୋଇପାରିନି ମୃତଦେହ। ପୁଲିସ ଏହି ଘଟଣାକୁ ଅତ୍ୟନ୍ତ ହାଲୁକାଲ ଭାବେ ନେଇ ସୀମା ଚିହ୍ନଟରେ ବ୍ୟସ୍ତ ରହିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରୁଛି । ସୂଚନାଯୋଗ୍ୟ; ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନାଠାରୁ ମାତ୍ର ୬ କିମି ଦୂର ରରୁଆଁ-ଯଶିପୁର ରାୟାର ଜାମନାଳିଆ ପୋଲ ନିକଟସ୍ଥ ଏକ ନୂଆ ପାଖରୁ ପଚାଗନ୍ଧ ଆସିବାରୁ ଲୋକେ ପାଖକୁ ଯାଇ ଦେଖିବା ବେଳକୁ ଭିତରେ କୌଣସି ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏ ନେଇ ସଙ୍ଗେ ସଙ୍ଗେ ନିକଟସ୍ଥ ରରୁଆଁ ଓ ଯଶିପୁର ଥାନାକୁ ଖବର ଦିଆଯାଇଥିଲା । ରରୁଆଁ ଥାନା ଆଇଆଇସି ଦିବ୍ଯକାନ୍ତି ଲାକ୍ରା ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ଏହି ଅଞ୍ଚଳ ଆମ ସୀମାରେ ଯାଉନି କହି ଯଶିପୁର ଥାନାକୁ ଜଣାଇଥିଲେ। ଯଶିପୁର ପୁଲିସ ବି ସମାନ କଥା କହିବ ଆସିନଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଝାଡ଼ଖଣ୍ଡ ରାଜ୍ୟର କିଛି ସୀମା ଓଡ଼ିଶା ଭିତରକୁ ପଶିଆସିଛି ଓ ଏହି କୂଅଟି ଝାଡ଼ଖଣ୍ଡ ସୀମାରେ ଯାଉଛି। ଏହା ଜାଣିବା ପରେ ଝାଡ଼ଖଣ୍ଡର ମଝିଗାଁ ଥାନାକୁ ଖବର ଦେଇଥିଲା ରରୁଆଁ ପୁଲିସ ତେବେ ଥାନା ଅଧିକାରୀ ଚାଇଁବସା ଯାଇଛନ୍ତି, ସେଠାରୁ ଫେରିବା ପରେ ଘଟଣାସ୍ଥଳକୁ ଯିବେ ବୋଲି କହି ଦାୟିତ୍ବ ସୋରି ଦେଇଛି ଝାଡ଼ଖଣ୍ଡ ପୁଲିସ । ଦିନଯାକ ଏମିତି ସୀମା ଚିହ୍ନଟ ଡ୍ରାମା ଭିତରେ ଉଦ୍ଧାର ହୋଇପାରିନି ମୃତଦେହ ଏପଟେ ମଝିଗାଁ ଥାନା ଅଧୀନ ପାଣ୍ଡୁଆବୁରୁ ଗ୍ରାମର ଜଣେ ବ୍ୟକ୍ତି କିଛିଦିନ ହେଲା ନିଖୋଜ ଥିବାର ଥାନାରେ ଅଭିଯୋଗ ହୋଇଥିଲା। ତେଣୁ ବକୂଅରେ ମୃତଦେହ ପଡ଼ିଥିବା ଖବର ପାଇ ଉକ୍ତ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକେ ଆସି ରାତିଯାଏ କୂଅ ପାଖରେ ଜଗିବସିଛନ୍ତି । ରାତିସୁଦ୍ଧା ମୃତଦେହ ଉଦ୍ଧାର ହୋଇ ନଥିବା ବେଳେ ରରୁଆଁ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛି।
କୂଅରେ ପଡ଼ିଛି ଅଜଣା ମୃତଦେହ
|
January 15, 2021 |



