ସୁନ୍ଦରଗଡ ତା:୬/୧୧/୨୦୨୬( ସନ୍ଧାନ ନ୍ୟୁଜ ) ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଅନ୍ତର୍ଗତ ଏମ୍ସିଏଲ୍ର ବସୁନ୍ଧରା ଅଧୀନସ୍ଥ କୁଲଡ଼ା ଖୁଲାମୁହଁ କୋଇଲା ଖଣିରେ ଘଟିଛି ଏକ ଦୁଃଖଦ ଦୁର୍ଘଟଣା। ହାଇୱା ଓଲଟି ଗାଡ଼ି ତଳେ ଚାପି ହୋଇ ୨୬ ବର୍ଷୀୟ ଚାଳକ ପ୍ରଦୀପ ମହାକୁଡ଼ଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରରେ ରହିଛନ୍ତି ସ୍ତ୍ରୀ, ଦୁଇ ଛୋଟ ଛୁଆ ଓ ବୃଦ୍ଧା ମା’। ପରିବାରର ଏକମାତ୍ର ରୋଜଗାରିଆ ମଣିଷଙ୍କୁ ହରାଇ ଏବେ ଅସହାୟ ହୋଇପଡ଼ିଛି ପରିବାର। କ୍ଷତିପୂରଣ ପାଇଁ, ପରିବାରର ଜଣଙ୍କୁ ଚାକିରି ଓ ପିଲାଙ୍କ ଶିକ୍ଷାଦାନ ଦାବିରେ ପରିବାରବର୍ଗ, ସହଯୋଗୀ ଚାଳକ ଓ ଟ୍ରେଡ୍ ୟୁନିଅନ ସଦସ୍ୟମାନେ ଘଟଣାସ୍ଥଳରେ ଦାବି କରିଥିଲେ। ଶେଷରେ ସହାୟତା ରାଶି ଓ ଅନ୍ୟାନ୍ୟ ସହାୟତାର ଲିଖିତ ପ୍ରତିଶ୍ରୁତି ମିଳିବା ପରେ ପ୍ରାୟ ୧୨ ଘଣ୍ଟା ପରେ ଉଠିଥିଲା ମୃତଦେହ।
କୁଲଡ଼ା କୋଇଲା ଖଣିରେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଳକ ମୃତ, ହାଇୱା ଓଲଟିଲା,୧୨ ଘଣ୍ଟା ପରେ ଉଠିଲା ଶବ
|
November 6, 2026 |



