ତିହିଡ଼ି ୧୬/୩/୨୬ (ସନ୍ଧାନ ନ୍ୟୁଜ ) ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ର ପ୍ରସିଦ୍ଧ ବିରଞ୍ଚି ନାରାୟଣ ମନ୍ଦିର ପାଦ ଦେଶ ରେ ପ୍ରବାହିତ କୁଂଡି ନଦୀ। ସାଳନ୍ଦୀ ନଦୀ ରୁ ବାହାରି ମନ୍ତେଇ ନଦୀ ରେ ମିଶିଛି ଏହି କୁଣ୍ଡିନଦୀ। ଏକାଦା ଏହି ନଦୀ ଏତେ ବିଶାଳ ଥିଲା ଯେ ଏହା କୂଳେ କୂଳେ ବାସ କରୁଥିବା ହଜାର ହଜାର ଲୋକ ଏଥିରୁ ମାଛ ଧରି ପରିବାର ପୋଷଣ କରୁଥିଲେ। ସମୟ ର ଋତୁଚକ୍ର ଏହି ନଦୀ ର ଜଳ ପ୍ରବାହ କୁ ହ୍ରାସ କରି ଥିଲା। ବିଲାତି ବୁର ରେ ଏହି ନଦୀ ଟି ପୂର୍ଣ୍ଣ ହୋଇ ଥିଲା। ଯାହା ଫଳରେ ନଦୀ ଟି ଧୀରେ ଧୀରେ ସଙ୍କୁଚିତ ହୋଇ ଏକ ନାଳ ସଦୃଶ ହୋଇ ଥିଲା। ହଜାର ହଜାର ଲୋକ ଙ୍କ ଦାବି ପରେ ସେତେବେଳ ର କେନ୍ଦ୍ର ସମ୍ପଦ ମନ୍ତ୍ରୀ ଅର୍ଜୁନ ଚରଣ ସେଠୀ ଙ୍କ ପ୍ରୟାସ ରେ ଏ ନଦୀ ର କିଛି ଅଂଶ କୁ ଖନନ କରାଯାଇ ଥିଲା। ସମ୍ପୂର୍ଣ ଭାବେ ନଦୀ ଟୀକୁ ସଂସ୍କାର କରାଯାଇ ନ ଥିଲା। ପରବର୍ତ୍ତୀ ସମୟରେ ଏହି କୁଣ୍ଡିନଦି କୁ ୨୦୨୫ ୨୬ରେ ସଂସ୍କାର କରିବା ପାଇଁ ଦୁଇ କୋଟି ଋ ଅଧିକ ଟଙ୍କା ରାଜ୍ୟ ସରକାର ମଞ୍ଜୁର କରି ଜଳ ସେଚନ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। ଫଳ ସ୍ୱରୂପ ଏବେ ଏହାର ସଂସ୍କାର କାମ ଚାଲିଛି। ସ୍ଥାନୀୟ ଅଞ୍ଚଳ ବାସୀ ମାନେ ଅଭିଯୋଗ କରିଛନ୍ତି, ଠିକାଦାର ବାବୁ ନଦୀ କୁ ଠିକ୍ ଭାବେ ଖନନ କରୁ ନାହାଁନ୍ତି ଓ ସଫେଇ କାମ ଠିକ୍ ଭାବ ରେ ହେଉନାହିଁ। ଲୋକ ମାନେ ଅଭିଯୋଗ କରିଛନ୍ତି ଯନ୍ତ୍ରୀ ଓ ଠିକାଦାର ମଧ୍ୟ ରେ ମଧୁ ଚନ୍ଦ୍ରିକା ଚାଲିଛି। କୋଟି କୋଟି ଟଙ୍କା କୁ ଆତ୍ମସାତ କରିବା ପାଇଁ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧ୍ୟ ରେ ଚୁକ୍ତି ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଛି। ଆଖପାଖ ଅଞ୍ଚଳ ର ବ୍ୟକ୍ତିମାନେ ଯେତେ କହିଲେ ମଧ୍ୟ କେହି ଶୁଣୁ ନାହାଁନ୍ତି। ଯଦି ନଦୀ ସଂସ୍କାର ପାଇଁ ଆସିଥିବା ଅର୍ଥ ର ସୁବିନିଯୋଗ ନ ହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
କୁଣ୍ଡି ନଦୀ ସଂସ୍କାର ଯୋଜନା ଏବେ ବାଟବଣା
|
March 16, 2026 |



